ହାମେଟ ଅସ୍ଥିଭଗ୍ନ
ହାମେଟ ଅସ୍ଥିଭଗ୍ନ ହେଉଛି କଚଟି ବା ରିଷ୍ଟରେ ଥିବା ହାମେଟ ହାଡ଼ର ଭାଙ୍ଗିବା ଅବସ୍ଥା । ଏହାର ଲକ୍ଷଣ ମଧ୍ୟରେ କଚଟିର ସାମନା ଭାଗରେ କାଣୀ ଆଙ୍ଗୁଠି ସିଧାରେ ଯନ୍ତ୍ରଣା ।[୧] ଏକ ବସ୍ତୁକୁ ମୁଠେଇ ଧରିଲେ କଷ୍ଟ ଅଧିକ ହୁଏ ।[୧] ଅବସ୍ଥା ଜଟିଳ ହେଲେ ଅଲନାର ସ୍ନାୟୁରେ ଆଘାତ ଏବଂ ଅଲନାର ଧମନୀରେ ରକ୍ତ ଜମାଟ ବାନ୍ଧିବା ହୋଇପାରେ ।[୧]
ହାମେଟ ଅସ୍ଥିଭଗ୍ନ | |
---|---|
ଫାଇଲ:Hook-of-hamate-fracture-5.jpg | |
ବିଭାଗ | Hand surgery |
ଲକ୍ଷଣ | Pain front of wrist in line with little finger[୧] |
କାରଣ | Injury during racket sports, baseball, or golf; fall onto the hand[୧][୨] |
ରୋଗ ନିର୍ଣ୍ଣୟ ପଦ୍ଧତି | X-rays, CT scan[୧] |
ଚିକିତ୍ସା | Casting, surgery[୧] |
ପୁନଃପୌନିକ | 2% to 5% of wrist fractures[୧] |
ଏହା ସାଧାରଣତଃ ବାସ୍କେଟ ବଲ, ଗଲ୍ଫ ଭଳି ଖେଳରେ ହୁଏ କିମ୍ବା ହାତ ଉପରେ ପଡ଼ିବା ସମୟରେ ଆଘାତ ପ୍ରାପ୍ତ ହୋଇଥାଏ ।[୧] [୨] ଏହାର ପ୍ରକାରଗୁଡିକ ମଧ୍ୟରେ ହାମେଟର ହୁକ୍ (ଅଧିକାଂଶ ସାଧାରଣ) ଏବଂ ଶରୀର (ପ୍ରକ୍ସିମାଲ ପୋଲ, ମେଡିଆଲ ଟ୍ୟୁବରୋସିଟି, ସାଜିଟାଲ ବକ୍ର ଏବଂ ଡର୍ସାଲ କରୋନାଲ) ହୋଇପାରେ ।[୧] ରୋଗ ନିର୍ଣ୍ଣୟ ସାଧାରଣତଃ ରଞ୍ଜନରଶ୍ମୀ ଦ୍ୱାରା ହୋଇଥାଏ କିନ୍ତୁ ଏକ ବିଶେଷ ଦୃଶ୍ୟ ଆବଶ୍ୟକ ହୋଇପାରେ ଯେପରିକି କାର୍ପାଲ୍ ଟନେଲ୍ କିମ୍ବା ସୁପିନେଟେଡ ଓବଲିକ ଦୃଶ୍ୟ, କିମ୍ବା ସିଟି ସ୍କାନ ।[୧]
ଏହାର ଚିକିତ୍ସାରେ ଭଲ ଭାବରେ ସଜ୍ଜିତ ହାଡ଼ ଥିଲେ ସାଧାରଣତଃ ୪ରୁ ୬ ସପ୍ତାହ ପାଇଁ ପ୍ଲାସ୍ଟର କାଷ୍ଟ ଦିଆଯାଏ ଯଦିଓ ଏହାର ଆରୋଗ୍ୟ ନ ହେବାର ବିପଦ ଅଧିକ ଅଛି ।[୧] ଅନ୍ୟଥା ଅସ୍ତ୍ରୋପଚାର ସୂଚିତ କରାଯାଏ ।[୧] ହୁକ୍ ଭଗ୍ନ ଅସ୍ତ୍ରୋପଚାରରେ ସାଧାରଣତଃ ହୁକ୍ ଅପସାରଣ କରାଯାଏ ।[୧] କଚଟିରେ ହେଉଥିବା ସମସ୍ତ ଭଙ୍ଗା ମଧ୍ୟରୁ ହାମେଟ ଭଙ୍ଗା ପ୍ରାୟ ୨% ରୁ ୫% ଥାଏ ।[୧] [୨]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ Suh, Nina; Ek, Eugene T.; Wolfe, Scott W. (April 2014). "Carpal Fractures". The Journal of Hand Surgery. 39 (4): 785–791. doi:10.1016/j.jhsa.2013.10.030.
- ↑ ୨.୦ ୨.୧ ୨.୨ Walls, Ron; Hockberger, Robert; Gausche-Hill, Marianne (9 March 2017). Rosen's Emergency Medicine - Concepts and Clinical Practice E-Book (in ଇଂରାଜୀ). Elsevier Health Sciences. p. 516. ISBN 978-0-323-39016-3. Archived from the original on 27 September 2022. Retrieved 24 September 2022.