ହାତୁ ଶ୍ରୁଙ୍ଗ ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶର ସିମଳା / ନରକନ୍ଦା[୧] ଅଞ୍ଚଳରେ ଏହା ସର୍ବୋଛ ଶ୍ରୁଙ୍ଗ । ଏହା ସମୁଦ୍ରପତ୍ତାନଠାରୁ 12,000 ଫୁଟ ଉପରେ ଅବସ୍ଥିତ । ଏହି ଶ୍ରୁଙ୍ଗର ଚତୁର୍ଦିଗରେ ଏଫଆଇଆର , ସ୍ପୃସେ ଆଦି ବୃକ୍ଷ୍ୟର ଘଞ୍ଚ ଅରଣ୍ୟ ରହିଛି । 

ଜୋର ବାଗକୁ ରାସ୍ତା

ଅବସ୍ଥିତି  ସମ୍ପାଦନା

ଏହା ସିମଳାଠାରୁ 71 କିଲୋମିଟର ଦୁରବର୍ତୀ ଓ ସିମଳା - ରାମପୁର ରାଜପଥ ଦେଇ ଏଠାରେ ପହଞ୍ଚି ହୁଏ । ଏହି ସଡକ ଶୃଙ୍ଗଠାରୁ 5 କିଲୋମିଟର ଯାଏ ଉତ୍ତମ ଥିବା ବେଳେ ଶେଷ 5 କିଲୋମିଟର କଙ୍କରିତ ହେଇଥାଏ । ତେବେ ବାଇକ ବା କାରରେ ସେଠାକୁ ଯାଇ ହୁଏ । 

 
ନରକନ୍ଦା ହାତୁ ଶୃଙ୍ଗ

ଆକର୍ଷଣ  ସମ୍ପାଦନା

ହାତୁ ମନ୍ଦିର  ସମ୍ପାଦନା

ଶୃଙ୍ଗ ଉପରେ ଏକ କ୍ଷୁଦ୍ର କାଷ୍ଠା ନିର୍ମିତ ମନ୍ଦିର ଅବସ୍ଥିତ । ଏହାକୁ " ହାତୁ " ମନ୍ଦିର କୁହା ଯାଏ । ସ୍ଥାନୀୟ ନିବାସୀଙ୍କ ବିଶ୍ୱାସ ଅନୁସାରେ ଏହା ପୁରାଣ ବରଣିତ ରାବଣଙ୍କ ପତ୍ନୀ ମନ୍ଦୋଦରୀଙ୍କ ମନ୍ଦିର । ଜେଷ୍ଠ ମାସର ପ୍ରଥମ ରବିବାରରେ ଏଠାକୁ ବହୁ ସଂଖ୍ୟାରେ ଭକ୍ତମାନେ ଆସିଥାନ୍ତି । ଏଠାରେ ଏବେ ମଧ୍ୟ ଛାଗଳ ବଳି ପକେଇବାର ପରମ୍ପରା ରହିଆସିଛି । ଏହି ମନ୍ଦିର ନିକଟରେ ପ୍ରସ୍ତରରେ ଏକ କ୍ଷୋଦିତ ଗର୍ତ ରହିଛି । ସ୍ଥାନୀୟ ଆବାସୀ ତାକୁ  ପାଣ୍ଡବମାନଙ୍କ ରୋଷେଇ ପାଇଁ କରିଥିବା ଗର୍ତ ବୋଲି ବିଶ୍ୱାସ କରନ୍ତି ।[୨]

ଟୁରିଷ୍ଟ ଭବନ  ସମ୍ପାଦନା

ଏଠାରେ ଏକ କ୍ଷୁଦ୍ର ଟୁରିଷ୍ଟ ଭାବନା ରହିଛି । ତାହା କ୍ୱଚିତ ବ୍ୟବହାର ହେଇଥାଏ । 

ଯାତାୟତ  ସମ୍ପାଦନା

ଏଠାକୁ ନରକନ୍ଦାଠାରୁ ବସ ବା ଘରେଇ କାରଦ୍ୱାରା ଯାଇ ହୁଏ । 

ଉପଲବ୍ଧ ସୁବିଧା  ସମ୍ପାଦନା

ହାତୁ ଶୃଙ୍ଗ ଅଞ୍ଚଳ ଦୁର୍ଗମ ହେଇଥିବାରୁ ଏଠାରେ ପର୍ଯ୍ୟାପ୍ତ ସୁବିଧା ମିଳେ ନାହିଁ । ଟୁରିଷ୍ଟ ମାନଙ୍କ ପାଇଁ 1 କିଲୋମିଟର ତଳେ ଲଜ ରହିଛି ।  .[୩]

ଆଧାର  ସମ୍ପାଦନା