ହାଣ୍ଡି ହେଉଛି ଏକ ଖାଲୁଆ ଏବଂ ଚଉଡା ମୁହଁ ଥିବା ପାତ୍ର । ଏହାକୁ ସାଧାରଣତଃ ଉତ୍ତର ଭାରତର ଲୋକମାନଙ୍କଦ୍ୱାରା ରୋଷେଇବାସ କରିବା ପାଇଁ ବ୍ୟବହାର କରାଯାଏ । ଏହା ଖାଦ୍ୟ ପଦାର୍ଥ ସାଇତି ରଖିବା ପାଇଁ ତଥା ଖାଇବା ସମୟରେ ଖାଦ୍ୟ ପରଶିବାରେ ମଧ୍ୟ ବ୍ୟବହୃତ ହୋଇଥାଏ । ବିଭିନ୍ନ ସ୍ଥାନର ଚଳଣି ଓ ବ୍ୟବହାରକୁ ନେଇ ହାଣ୍ଡିର ଆକାର, ପ୍ରକାର ଓ ଗଠନ ବିଭିନ୍ନ ପ୍ରକାରର ହୋଇଥାଏ । କେଉଁଠାରେ ଲୋକମାନେ ମାଟିରେ ତିଆରି ହାଣ୍ଡି ବ୍ୟବହାର କରନ୍ତି ,ତ କିଛି ସ୍ଥାନରେ ତମ୍ବା,ପିତ୍ତଳ, ରୂପା ଇତ୍ୟାଦି ଅନ୍ୟାନ୍ୟ ଧାତୁରେ ତିଆରି ହାଣ୍ଡିର ବ୍ୟବହାର ଦେଖିବାକୁ ମିଳିଥାଏ ।

ହାଣ୍ଡି ଏବଂ କରେଇ

ଭାରତ ଛଡା ପାକିସ୍ତାନ,ନେପାଳମିଆଁମାର ଭଳି କେତେକ ଦେଶରେ ମଧ୍ୟ ଅନ୍ୟ ବାସନକୁସନ ସହିତ ହାଣ୍ଡିର ବ୍ୟବହାର ଦେଖିବାକୁ ମିଳେ । ଅଲଗା ଅଲଗା ସ୍ଥାନରେ ଏହାକୁ ଅଲଗା ନାମରେ ଜଣାଯାଏ ।