ହାଇପୋସ୍ପାଡିଅସ

ଲିଙ୍ଗରେ ଥିବା ମୂତ୍ରବାହୀ ନଳୀର ମୁହଁ ସଠିକ ସ୍ଥାନରେ ନ ଥାଏ ।

ହାଇପୋସ୍ପାଡିଅସ ହେଉଛି ଏକ ଆଜନ୍ମ ତୃଟି ଯେଉଁଥିରେ ଲିଙ୍ଗର ପ୍ରାନ୍ତରେ ମୂତ୍ରବାହୀ ନଳୀର ମୁହଁ ଖୋଲି ନଥାଏ ।[] ଏହା ପରିବର୍ତ୍ତେ ଏହା ଲିଙ୍ଗର ମୁଣ୍ଡ ନିକଟରେ ବା ଲିଙ୍ଗ ମଧ୍ୟରେ ବା ଅଣ୍ଡକୋଷ ନିକଟରେ ମୂତ୍ର ମୁହଁ ଖୋଲିଥାଏ । [] ଲିଙ୍ଗର ଆଗ ଅପେକ୍ଷା ପଛରେ ଅଧିକ ପରିମାଣର ଲିଙ୍ଗତ୍ୱକ ଥାଇପାରେ | [] ଅନ୍ୟାନ୍ୟ ସମସ୍ୟାରେ ଏକ ବକ୍ର ଲିଙ୍ଗ କିମ୍ବା ଅଣଅବରୋହୀ ଟେଷ୍ଟିସ ଥାଇପାରେ | [] ରୋଗ ଜଟିଳ ହେଲେ ପ୍ରଜନନ କ୍ଷମତା ହ୍ରାସ କରିପାରେ | []

Hypospadias
pronounce = /hpˈspdiəs/[][]
Different types of hypospadias
ବିଭାଗUrology, medical genetics
ଲକ୍ଷଣUrethra opens near the head of the penis, along the shaft of the penis, or near the scrotum[]
ଆକ୍ରାନ୍ତ ସମୟPresent at birth[]
କାରଣGenerally unknown[]
ବିପଦ କାରକFamily history, mother > 35, fertility treatments, certain hormones[][]
ରୋଗ ନିର୍ଣ୍ଣୟ ପଦ୍ଧତିExamination[]
ସଠିକ ରୋଗ ନିର୍ଣ୍ଣୟDisorders of sex development[]
ଚିକିତ୍ସାSurgery[]
ପୁନଃପୌନିକ1 in 200 males[]

ଏହାର କାରଣ ସାଧାରଣତଃ ଜଣା ପଡିନାହିଁ | [] କେତେକ ସଙ୍କଟ କାରକଗୁଡିକ ଯୋଗୁ ଯେପରିକି ପାରିବାରିକ ଇତିହାସ, ଗର୍ଭବତୀ ହେବା ସମୟ ୩୫ ବର୍ଷରୁ ଅଧିକ ହୋଇଥିବା ମାଆ, ପ୍ରଜନନ ଚିକିତ୍ସା ଏବଂ କେତେକ ହରମୋନ ଯୋଗୁ ଏହା ହୋଇପାରେ | [] [] ଏହା ଅନେକ ସିଣ୍ଡ୍ରୋମ ସମୂହର ଏକ ଅଂଶ ଭାବରେ ମଧ୍ୟ ଥାଇ ପାରେ | [] ସାଧାରଣତଃ ଜନ୍ମ ସମୟରେ ଶାରୀରିକ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ | [] ଏହାକୁ ତିନୋଟି ପ୍ରକାରର ଥାଏ, ଯଥା: ଡିଷ୍ଟାଲ୍ (ସବ୍‌କରୋନାଲ), ମଧ୍ୟମ (ମିଡ ଶାଫ୍ଟ) ଏବଂ ପୋଷ୍ଟିରିଅର (ପେନୋସ୍କୋଟାଲ୍) | [] []

ହାଇପୋସ୍ପାଡିସର ଅନେକ ମାମଲା ଅସ୍ତ୍ରୋପଚାରଦ୍ୱାରା ଚିକିତ୍ସା କରାଯାଏ | [] ପିଲାଟି ୩ରୁ ୧୮ ମାସ ବୟସରେ ସାଧାରଣତଃ ଏହା କରାଯାଇଥାଏ | [] ପ୍ରଭାବିତ ଲୋକଙ୍କୁ ସୁନତ୍ କରାଯିବା ଉଚିତ୍ ନୁହେଁ । [] ଯୁକ୍ତରାଷ୍ଟ୍ର ଏବଂ ୟୁରୋପରେ ଜନ୍ମ ସମୟରେ ଏହା ପ୍ରାୟ ୨୦୦ ପୁରୁଷଙ୍କ ମଧ୍ୟରୁ ଜଣକ ଉପରେ ପ୍ରଭାବ ପକାଇଥାଏ, ଯଦିଓ ଏହା ବିଶ୍ୱର ଅନ୍ୟାନ୍ୟ ସ୍ଥାନରେ କମ୍ ହୋଇପାରେ | [] [] ପୁରୁଷ ପ୍ରଜନନ ପ୍ରଣାଳୀରେ ଏହା ହେଉଛି ଦ୍ୱିତୀୟ ସାଧାରଣ ଜନ୍ମ ଅସ୍ୱାଭାବିକତା | []

  1. Entry "hypospadias" Archived 2020-12-12 at the Wayback Machine. in Merriam-Webster Online Dictionary Archived 2017-09-22 at the Wayback Machine..
  2. OED 2nd edition, 1989 as /hɪpəʊˈspeɪdɪəs/~/haɪpəʊˈspeɪdɪəs/
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ "Facts about Hypospadias | CDC". Centers for Disease Control and Prevention (in ଆମେରିକୀୟ ଇଂରାଜୀ). 4 December 2019. Archived from the original on 10 December 2017. Retrieved 21 January 2021.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ Donaire, AE; Mendez, MD (January 2020). "Hypospadias". PMID 29489236. {{cite journal}}: Cite journal requires |journal= (help)
  5. ୫.୦ ୫.୧ ୫.୨ "Facts about Hypospadias | CDC". Centers for Disease Control and Prevention (in ଆମେରିକୀୟ ଇଂରାଜୀ). 4 December 2019. Archived from the original on 10 December 2017. Retrieved 21 January 2021.
  6. ୬.୦ ୬.୧ ୬.୨ Donaire, AE; Mendez, MD (January 2020). "Hypospadias". PMID 29489236. {{cite journal}}: Cite journal requires |journal= (help)