ହାଇକୁ
ହାଇକୁ (俳句) listen (help·info) ଜାପାନୀ କବିତାର ଏକ ଛୋଟ ପ୍ରକାର । ଏଥିରେ ଜଥାକ୍ରମେ ୫, ୭, ୫ ଉଚ୍ଚାରଣ ଥିବା ବାକ୍ୟ ରଖାଯାଏ । [୧]
ଓଡ଼ିଆରେ ହାଇକୁ ଲେଖା ୧୯୮୬ରୁ ପ୍ରାରମ୍ଭ । ସର୍ବପ୍ରଥମେ ଡ.ଭଗବତ ଶରଣ ଅଗ୍ରୱାଳଦ୍ୱାରା ସଂପାଦିତ "ହାଇକୁ ଭାରତୀ" ନାମକ ହିନ୍ଦୀ ହାଇକୁ ପତ୍ରିକାରେ ଡ.ଲକ୍ଷ୍ମଣ ପ୍ରସାଦ ନାଏକ, ପ୍ରଦୀପ କୁମାର ଦାଶ "ଦୀପକ" ଓ ମଞ୍ଜରୀ ଜେମାଙ୍କ ଓଡ଼଼ିଆ ହାଇକୁ ଉଲ୍ଲେଖିତ ଓ ପ୍ରକାଶିତ ହୋଇଛି । [୨] ରାଜେନ ଜୟପୁରିଆ, ଅଜୟ ମାହାଳା, ନିହାର ବେହରା ମଧ୍ୟ ଓଡ଼ିଆ ହାଇକୁକାର ଭାବେ ସୁପରିଚିତ ହୋଇଛନ୍ତି । ଓଡ଼ିଆରେ 'ହାଇକୁ ଚତୁଷ୍କ', 'ଘୁଞ୍ଚୁ ନ ଥିବା ଜହ୍ନ' ଓ 'କାଶତଣ୍ଡୀର ହସ' ନାମକ ହାଇକୁ ସଂଗ୍ରହ ଗୁଡିକ ମଧ୍ୟ ପ୍ରକାଶ ଳାଭ କରିଛି ।
ଉଦାହରଣସମ୍ପାଦନ କରନ୍ତୁ
ଆସେ ବସନ୍ତ
ଗାଏ ପ୍ରକୃତି ରାଣୀ
ପ୍ରେମର ଗୀତ ।
ପରଜାପତି
କେତେ ରଙ୍ଗ ଡେଣାରେ
ପାରେନା ଦେଖି ।
ବସନ୍ତ ଦେଖି
ଶୋରିଷ ସୂର୍ଯ୍ୟମୂଖୀ
ହେଲେ ଫୁଲେଇ ।
ଫୁଟିଛି ଫୁଲ
ଲେଖିଯାଏ କବିତା
କବି ଭ୍ରମର ।
ବଗିଚା ଫୁଲ
ଚାହିଁ ରହିଛି ବାଟ
ଭଅଁର ଭେଟ ।
ସଙ୍ଗେ ମଳୟ
ଆମ୍ର କୁଞ୍ଜେ ବସନ୍ତ
ଗାଏ କୋକିଳ ।
ପ୍ରେମର ମନ୍ତ୍ର
ଗାଇ ଗଲା ବସନ୍ତ
କୋଇଲି କଣ୍ଠ ।
ତୁନି ମୂରଳୀ
କୁହୁ କୁହୁ ଗାଉଛି
କୋଇଲି ବୋଲି ।
ବଉଳ ବାସ
ଋତୁରାଜା ବସନ୍ତ
କଅଁଳ ସ୍ପର୍ଶ ।
ବଉଳ କଷି
ବୁଦ୍ଧ କି ସକ୍ରେଟିସ୍
ପାରୁନି ହସି ।
ଆଧାରସମ୍ପାଦନ କରନ୍ତୁ
- ↑ Yamada-Bochynek, Yoriko (1985). Haiku East and West. Bochum: Universitatsverlag Brockmeyer. p. 255. ISBN 978-3883394046.
- ↑ Encyclopaedia of haiku-poetry|editor|bhagwat sharan agrawal|publisher=haiku-bharti prakashan|year=April 2009|page=131