ହରିଡ଼ା
ଏହା ଏକ ଦ୍ରୁମ ଜାଦୀୟ ଉଦ୍ଭିଦ। ଏହା ସାତ ପ୍ରକାରର ହୋଇଥାଏ - ବିଜୟା, ରୋହିଣୀ, ପୁତନା, ଅମୃତା, ଅଭୟା, ଜୀବନ୍ତୀ ଓ ଚେତକୀ।
ହରିଡ଼ା | |
---|---|
A leafless T. Chebula tree | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ବିଭାଗ: | Magnoliophyta |
ବର୍ଗ: | Magnoliopsida |
ଗଣ: | Myrtales |
କୁଳ: | Combretaceae |
ପ୍ରଜାତି: | Terminalia |
ଜାତି: | T. chebula |
ବାଇନୋମିଆଲ ନାମ | |
Terminalia chebula |
ଶାସ୍ତ୍ରୋକ୍ତ ଗୁଣ
ସମ୍ପାଦନାଏହା ତିକ୍ତ, କଟୁ, ଅମ୍ଳ, ମଧୁର ଓ କଷାୟ ରସ, ଉଷ୍ଣବୀର୍ଯ୍ୟ, ମେଧାଜନକ, ରସାୟନ, ଚକ୍ଷୁ ହିତକର, ଆୟୁବୃଦ୍ଧିକର, ଅଗ୍ନୀଦୀପ୍ତକ ଓ ପାଚକ। ବାୟୁ, ଶୂଳ, ମଳବୃଦ୍ଧି, ଗୁଳ୍ମ, କାମଳ, ହୃଦୟରୋଗ, ବ୍ରଣ, କୁଷ୍ଠ, କୃମି, ଜ୍ୱର, ଶୋଥ, ଯକୃତ, ପ୍ଳୀହା, କଣ୍ଡୁ, ଅଜୀର୍ଣ, ଦାନ୍ତମୂଳପୀଡ଼ା, ମୁତ୍ରକୃଚ୍ଛ୍ର, ଅଶ୍ମରୀ, ଉପଦଂଶ, ମସ୍ତକ, ଭ୍ରମ, କଫ, ପିତ୍ତ, ଓ ବାତ ଆଦି ନାନା ପ୍ରକାର ରୋଗ ବିନାଶକ ଅଟେ।
ଅନ୍ୟାନ୍ୟ ଭାଷାରେ ନାମ
ସମ୍ପାଦନାଓଡ଼ିଆରେ ହରିଡା,
ବଙ୍ଗଳାରେ ହରିତକି,
ହିଂଦିରେ ହର, ଛୋଟିହରଡ,
ତେଲୁଗୁରେ କରକଚେଟ୍ଟୁ, ଅପିଚେଟ୍ଟୁ ,
ସଂସ୍କୃତରେ ଶିବା, ଶ୍ରେୟସି, ହରିତକି, ପଥ୍ୟା, ଅବ୍ୟଥା ଓ ହେମବତୀ କୁହାଯାଏ।
ବ୍ୟବହାର
ସମ୍ପାଦନାଏହାର ମଂଜିକୁ ବାହାର କରି ଏହାର ଔଷଧୀୟ ବ୍ୟବହାର କରାଯାଏ। ଏହା ପେଟରୋଗପାଇଁ ଅତି ଗୁଣକାରୀ ହୋଇଥିବାରୁ କୁହାଯାଏ, ଯସ୍ୟମାତା ଗୃହେ ନାସ୍ତି ତସ୍ୟମାତା ହରିତକୀ - ଯା’ର ମା’ ଘରେ ନାହାନ୍ତି, ତା’ର ମା’ ହେଉଛି ହରିଡ଼ା। ଆଉ ମଧ୍ୟ କୁହାଯାଏ, କଦାଚିତ୍ କୁପ୍ୟତେ ମାତା, ନୋଦରସ୍ଥା ହରିତକୀ - ମା’ କେବେ କେମିତି ରାଗି ପାରନ୍ତି, କିନ୍ତୁ ହରିଡ଼ା ପେଟକୁ କେବେ କଷ୍ଟପ୍ରଦ ହୁଏନା।
ତ୍ରିଫଳାର ତିନୋଟି ଔଷଧି ଭିତରୁ ଏହା ଗୋଟିଏ।
ସତର୍କତା
ସମ୍ପାଦନାଦୁର୍ବଳ, କ୍ଷୀଣକାୟ, ଉପବାସୀ, ପିତ୍ତପ୍ରଧାନ ବ୍ୟକ୍ତି, ଗର୍ଭବତୀ, ପଥକ୍ଳାନ୍ତ ବ୍ୟକ୍ତି ଓ କ୍ଷୟରୋଗୀ ପକ୍ଷରେ ହରିଡା ସେବନ ନିଷିଦ୍ଧ।
ଆଧାର
ସମ୍ପାଦନା- ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।
ବାହାର ତଥ୍ୟ
ସମ୍ପାଦନା- Haritaki In Ayurveda Archived 2009-05-21 at the Wayback Machine.
- Caldecott, Todd (2006). Ayurveda: The Divine Science of Life. Elsevier/Mosby. ISBN 0-7234-3410-7. Contains a detailed monograph on Terminalia chebula(Haritaki; Abhaya) as well as a discussion of health benefits and usage in clinical practice. Available online at http://www.toddcaldecott.com/index.php/herbs/learning-herbs/361-haritaki Archived 2013-12-03 at the Wayback Machine.