ହବସପୁରୀ ଶାଢ଼ୀ ଏବଂ ବସ୍ତ୍ର

ହବସପୁରୀ (ଇଂରାଜୀ: Habaspuri, ଇଂରାଜୀ ଉଚ୍ଚାରଣ: /hɵbɵsɵpuɾʲi/) ଓଡ଼ିଶାର ଏକ ପାରମ୍ପରିକ ସୁତା ବସ୍ତ୍ର । ବୟନ ଶିଳ୍ପରେ ହବସପୁରୀ ଏକ ପ୍ରମୁଖ ଉତ୍ପାଦ । କଳାହାଣ୍ଡି ଜିଲ୍ଲାର ଚେଚିଗୁଡ଼ାର କନ୍ଧ ବୁଣାକାରମାନେ ହବସପୁରୀ ଶାଢି ବୁଣିଥାନ୍ତି । [] ଏପରି ଏକ ସ୍ୱତନ୍ତ୍ର କାରୀଗରୀ ଓ ବୁଣାଶୈଳୀ ପାଇଁ ଏହା ଭାରତର ଭୌଗଳିକ ସଙ୍କେତ ଭାବେ ପଞ୍ଜୀକୃତ ହୋଇଛି ।[][] ଏହି ଲୁଗାମାନଙ୍କରେ ପାରମ୍ପରିକ ଆକୃତିର କୁମ୍ଭ (ମନ୍ଦିର), ମାଛ, ଏବଂ ଫୁଲ ଚିତ୍ରିତ ହୋଇଥାଏ ।

ଏକ ହବସପୁରୀ ଶାଢ଼ୀ

ଉତ୍ପତି

ସମ୍ପାଦନା

ହବସପୁରୀ ହସ୍ତକଳା ସେହି ଗ୍ରାମର ନାମ ଅନୁସାରେ ନାମିତ ହୋଇଛି ଯେଉଁଠାରେ ୧୯ ଶତାବ୍ଦୀ ପୁର୍ବରୁ ଏହି ଶୈଳୀରେ ବୁଣାହେଉଥିଲା । []

ଚେଚିଗୁଡ଼ା

ସମ୍ପାଦନା

ହବସପୁରୀ ଶାଢ଼ୀ ତିଆରିରେ ଚେଚିଗୁଡ଼ା ଗ୍ରାମର ପାଖାପାଖି ୩୦ରୁ ଉର୍ଦ୍ଧ ପରିବାର ନିୟୋଜିତ ହୋଇଛନ୍ତି ।[]

ଉତ୍ପାଦ ଏବଂ ବ୍ୟବସାୟ

ସମ୍ପାଦନା

ହବସପୁରୀ ଲୁଗା ଏକାକୀ ଜଣେ ବୁଣାକାର କାରିଗର ହାତରେ ତିଆରି ହୋଇ ଭାରତ ସରକାରଙ୍କ ବୟନ ଶିଳ୍ପ ବିଭାଗ ଜରିଆରେ ସ୍ଥାପିତ ହୋଇଥିବା ବିକ୍ରୟ କେନ୍ଦ୍ରମାନଙ୍କରେ ବିକ୍ରୟ ହୋଇଥାଏ । []

  1. ୧.୦ ୧.୧ ୧.୨ Kar, Uma Shankar. "Habaspuri weavers seek marketing facilities: The painstaking efforts and creativity of Chicheguda weavers make every Habaspuri saree produced here a special piece. Mostly done in cotton, traditional designs of Kandha". The Indian Express. Archived from the original on 5 February 2016. Retrieved 30 January 2016.
  2. "STATE WISE REGISTRATION DETAILS OF G.I APPLICATIONS 2012 – 2013" (PDF). Ipindia.nic.in. Department of Industrial Policy and Promotion: Ministry of Comerce and Industry. Retrieved 30 January 2016.
  3. Raju, Chaudhary, K.D, Seema (April 2013). "Geographical Indications in Odisha : A Leading Destination of Traditional Handlooms" (PDF). Odisha Review. Retrieved 30 January 2016.{{cite journal}}: CS1 maint: multiple names: authors list (link)
  4. "Important Handloom Centres". Important Handloom Centres. Handlooms, Textiles and Handlooms Department, Government of Odisha. Archived from the original on 4 February 2016. Retrieved 30 January 2016.