ସ୍ୱୟଂକ୍ରିୟ ସ୍ନାୟୁ ଦୁଷ୍କ୍ରିୟା

ସ୍ୱୟଂକ୍ରିୟ ସ୍ନାୟୁ ଦୁଷ୍କ୍ରିୟା ରୋଗରେ ସ୍ୱୟଂଶାସିତ ସ୍ନାୟୁମଣ୍ଡଳୀ ସଠିକ୍ ଭାବରେ କାମ କରେନି ।

ସ୍ୱୟଂକ୍ରିୟ ସ୍ନାୟୁ ଦୁଷ୍କ୍ରିୟା ରୋଗରେ ସ୍ୱୟଂଶାସିତ ସ୍ନାୟୁମଣ୍ଡଳୀ ସଠିକ୍ ଭାବରେ କାମ କରେନି । [୧] ଏହାର ଲକ୍ଷଣ ମଧ୍ୟରେ ଠିଆ ହେଲାବେଲେ ମୁଣ୍ଡ ହାଲୁକା ଲାଗିବା, ଚକ୍ଷୁ ପୁତ୍ତଳୀ ସ୍ଫିତ ହୁଏ ଓ ପ୍ରତିକ୍ରିୟାହୀନ ହୁଏ, ଦୃତ ହୃତ୍‌ପିଣ୍ଡ ଗତି, ଝାଳ ବୋହିବା କମ ବେଶି, ସ୍ତମ୍ଭନ ଦୋଷ , ନପୁଂଷକତା ଏବଂ ମୂତ୍ର ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ | [୧] [୨] ମୂଳ କାରଣ ଉପରେ ନିର୍ଭର କରି ଲକ୍ଷଣଗୁଡ଼ିକ ସମୟ ସହିତ ଖରାପ ହୋଇପାରେ କିମ୍ବା ସମାଧାନ ହୋଇପାରେ | [୪]

Dysautonomia, autonomic nervous system disorders, autonomic disorders
The autonomic nervous system
ବିଭାଗNeurology
ଲକ୍ଷଣLightheadedness with standing, dilated and poorly reactive pupils, rapid heart rate, alterations in sweating, urinary problems[୧][୨]
କାରଣVasovagal syncope, Parkinson's disease, postural orthostatic tachycardia syndrome, alcoholism, multiple system atrophy, Guillain-Barre syndrome, multiple sclerosis, diabetes, amyloidosis, familial dysautonomia, hyperhidrosis, autonomic dysreflexia, complex regional pain syndrome, certain medications[୧][୨][୩]
ରୋଗ ନିର୍ଣ୍ଣୟ ପଦ୍ଧତିBased on blood pressure, heart rate, and sweat testing[୪]
ଚିକିତ୍ସାSymptomatic, underlying cause[୧]
ପୁନଃପୌନିକRelatively common[୨]

ଏହି ରୋଗର କାରଣଗୁଡ଼ିକ ମଧ୍ୟରେ ଭାସୋଭାଗାଲ୍ ସିଙ୍କୋପ୍, ମଧୁମେହ, ପାର୍କିନ୍‌ସନ୍ ରୋଗ, ପୋଷ୍ଚୁରାଲ୍ ଅର୍ଥୋଷ୍ଟାଟିକ୍ ଟାକିକାର୍ଡିଆ ସିଣ୍ଡ୍ରୋମ, ମଦ୍ୟପାନ, ଏକାଧିକ ମଣ୍ଡଳୀ ଆଟ୍ରୋଫି, ଗୁଲେନ୍-ବାରେ ସିଣ୍ଡ୍ରୋମ, ମଲ୍ଟିପ୍ଲ ସ୍କ୍ଲେରୋସିସ, ଆମିଲ‌ଏଡୋସିସ୍, ଫମିଲିଆଲ ଡିସଅଟୋନୋମିଆ, ସ୍ୱେଦାଧିକ୍ୟ, ଅଟୋନୋମିକ ଡିସରିଫ୍ଲେକ୍ସିଆ, ଜଟିଳ ସ୍ଥାନୀୟ ଯନ୍ତ୍ରଣା ସିଣ୍ଡ୍ରୋମ ଏବଂ କେତେକ ଔଷଧ ଅନ୍ତର୍ଭୁକ୍ତ ହୋଇପାରେ | [୧] [୨] [୩] ଶୋଇବା ଏବଂ ଠିଆ ହେବା ସମୟରେ ରକ୍ତଚାପ ଏବଂ ହୃଦସ୍ପନ୍ଦନ ହାରର ପରିବର୍ତ୍ତନ ଓ ଝାଳ ପରୀକ୍ଷା ଉପରେ ରୋଗ ନିର୍ଣ୍ଣୟ କରାଯାଇପାରେ | [୪]

ସାଧାରଣତଃ ଏହି ରୋଗର କୋଣସି ନିର୍ଦ୍ଦିଷ୍ଟ ଉପଶମ ନାହିଁ | [୧]ଏହାର ମୂଳ କାରଣ ନିମନ୍ତେ ଏବଂ ଲକ୍ଷଣଗୁଡିକର ଉନ୍ନତି ପାଇଁ ଚିକିତ୍ସା ପଦକ୍ଷେପ ନିଆଯାଇପାରେ | [୧] ସଙ୍କୋଚନ‌କାରୀ ମୋଜା ଏବଂ ଏକ ଉଚ୍ଚ ଲୁଣଯୁକ୍ତ ଖାଦ୍ୟ ଦେଲେ ଠିଆ ହେବା ବେଳର ନିମ୍ନ ରକ୍ତଚାପ ଉନ୍ନତ ହୋଇପାରେ | [୪] ମୂତ୍ରାଶୟ ସଙ୍କୁଚିତ ନହେଲେ କାଥେଟର ଆବଶ୍ୟକ ହୋଇପାରେ | [୪] ଫଳାଫଳଗୁଡିକ ମୂଳ କାରଣ ଉପରେ ନିର୍ଭର କରେ | [୧] ଏହା ଅପେକ୍ଷାକୃତ ସାଧାରଣ ରୋଗ ଅଟେ | [୨] ବୟସ ବଢ଼ିବା ସହିତ ସମସ୍ୟା ଅଧିକ ହୋଇଯାଏ | [୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Dysautonomia Information Page". www.ninds.nih.gov. National Institute of Neurological Disorders and Stroke. Retrieved 10 March 2021.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ Sánchez-Manso, JC; Muppidi, V; Varacallo, M (January 2021). "Autonomic Dysfunction". PMID 28613638. {{cite journal}}: Cite journal requires |journal= (help)
  3. ୩.୦ ୩.୧ "Dysautonomia | Autonomic Nervous System Disorders | MedlinePlus". NIH (in ଇଂରାଜୀ). Retrieved 2 January 2018.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ "Overview of the Autonomic Nervous System - Brain, Spinal Cord, and Nerve Disorders". Merck Manuals Consumer Version. Retrieved 10 March 2021.