ସ୍ୱର୍ଣ୍ଣଜଳେଶ୍ୱର ମନ୍ଦିର

ଓଡ଼ିଶାର ଏକ ମନ୍ଦିର

ସ୍ୱର୍ଣ୍ଣଜଳେଶ୍ୱର ମନ୍ଦିର ଭୁବନେଶ୍ୱରରେ ଥିବା ଏକ ହିନ୍ଦୁମନ୍ଦିର ଅଟେ । ଏହା ସପ୍ତମ ଶତାବ୍ଦୀରେ ନିର୍ମିତ ଏକ ଭଗ୍ନପ୍ରାୟ ମନ୍ଦିର ।

ସ୍ୱର୍ଣ୍ଣଜଳେଶ୍ୱର ମନ୍ଦିର
ସ୍ୱର୍ଣ୍ଣଜଳେଶ୍ୱର ମନ୍ଦିର ଏବଂ ମନ୍ଦିର ପରିସରରେ ଥିବା ବୃଷଭ ମୂର୍ତ୍ତି
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
ଦେବାଦେବୀଭଗବାନ ଶିବ
Location
ସ୍ଥାନଭୁବନେଶ୍ୱର
Stateଓଡ଼ିଶା
Countryଭାରତ
Architecture
Typeକଳିଙ୍ଗ ସ୍ଥାପତ୍ୟକଳା
Completedସପ୍ତମ ଶତାବ୍ଦୀ
Temple(s)

ସ୍ଥାପତ୍ୟ ସମ୍ପାଦନା

ସ୍ୱର୍ଣ୍ଣଜଳେଶ୍ୱର ମନ୍ଦିର କଳିଙ୍ଗ ସ୍ଥାପତ୍ୟକଳାର ପ୍ରାଥମିକସ୍ଥରର ଏକ ନିଦର୍ଶନ । ଏହି ମନ୍ଦିରଟି ଓଡ଼ିଶାର ସର୍ବପୁରାତନ ହିନ୍ଦୁ ମନ୍ଦିରମାନଙ୍କ ମଧ୍ୟରୁ ଅନ୍ୟତମ । ମନ୍ଦିରଟି ଅନ୍ୟଏକ ପୁରାତନ ମନ୍ଦିର ପର୍ଶୁରାମେଶ୍ୱର ମନ୍ଦିରର ପ୍ରତିରୂପ ବୋଲି ଗ୍ରହଣ କରାଯାଏ । ଏହି ମନ୍ଦିରର ଉତ୍ତରପାର୍ଶ୍ୱରେ ଶିବବିବାହର ଦୃଶ୍ୟ ଖୋଦିତ ହୋଇଛି, ଯାହାକି ପର୍ଶୁରାମେଶ୍ୱର ମନ୍ଦିରରେ ମଧ୍ୟ ଦେଖାଯାଏ । ମନ୍ଦିର ଭିତ୍ତିରେ ଏକ ସରୁ ଲମ୍ବର ପ୍ୟାନେଲରେ ମହାଭାରତ ଏବଂ ରାମାୟଣର ବିଭିନ୍ନ ଦୃଶ୍ୟ ଖୋଦିତ ହୋଇଛି ।[୧]

ଚିତ୍ରାବଳୀ ସମ୍ପାଦନା

ଆଧାର ସମ୍ପାଦନା

  1. "ଆର୍କାଇଭ୍ କପି". Archived from the original on 2018-02-10. Retrieved 2018-07-29. {{cite web}}: Cite has empty unknown parameter: |1= (help)