ସ୍ପିଡୋମିଟର

ବେଗ ସୂଚକ ଯନ୍ତ୍ର

ମୋଟର ଗାଡ଼ିଟି ରାସ୍ତାରେ ଗତି କରୁଥିବା ବେଳେ ତାହାର ବେଗ ସମାନ ରହେ ନାହିଁ । ତାହାର ବେଗ ସୂଚାଇବା ପାଇଁ ସେଥିରେ ଗୋଟିଏ ଯନ୍ତ୍ର ଲାଗିଥାଏ । ଯାନଟି ଗତି କରୁଥିବାବେଳେ ଯନ୍ତ୍ରର କାଟି ଘୂରିବୁଲି ବେଗକୁ ଦର୍ଶାଇଥାଏ । ଏହି ଯନ୍ତ୍ରଟିର ନାମ ହେଲା ସ୍ୱିଡ଼ୋମିଟର ବା ବେଗମାପକ ଯନ୍ତ୍ର । ପ୍ରତିଟି ମୋଟର ଗାଡ଼ିରେ ଏହା ହେଉଛି ଏକ ମୁଖ୍ୟ ଯନ୍ତ୍ର । ଦି ଚକିଆ ମୋଟର ସାଇକେଲ, ମୋପେଡ଼ ଗାଡ଼ିଠାରୁ ଆରମ୍ଭ କରି ବସ୍,ଟ୍ରକ୍, ବୋଟ, ଉଡ଼ାଜାହାଜ, ସବୁ ପ୍ରକାରର ଯାନରେ ଏହା ବ୍ୟବହୃତ ହୋଇଥାଏ । ବୋଟରେ ଏହା ପିଟ୍ଲଗ୍ ନାମରେ ପରିଚିତ ହୋଇଥାଏ । ମାତ୍ର ଉଡ଼ାଜାହାଜରେ ଏହାର ନାମ ହେଉଛି ବାୟୁ ବେଗ ସୂଚକ ।

ପ୍ରଥମେ ୧୮୮୮ ମସିହାରେ ଗୋଟିଏ ସ୍ୱିଡ଼ୋମିଟର ତିଆରି ହୋଇଥିଲା । ଏହାକୁ କ୍ରୋଏସିଆର ଯୋସିପ୍ ବେଲୁସିକ୍ ତିଆରି କରିଥିଲେ । ଏହାର ନାମ ସେତେବେଳେ ଭେଲୋସିମିଟର ରହିଥିଲା । ୧୯୧୦ ମସିହା ବେଳକୁ ଏହାକୁ ଯାନବାହନରେ ଲଗାଇ ବେଗ ମାପ କରାଗଲା । ୧୯୦୨ ମସିହା ଅକ୍ଟୋବର ୭ ତାରିଖ ଦିନ ଜର୍ମାନୀର ଓଟୋ ସ୍କୁଲ୍ଜ ଗୋଟିଏ ସ୍ୱିଡ଼ୋମିଟରକୁ ନିଜ ନାମରେ ପ୍ୟାଟେ କରାଇଥିଲେ । ୧୯୮୦ ମସିହା ପରେ ଇଲେକ୍ଟ୍ରୋନିକ ସ୍ପିଡ଼ୋମିଟର ବାହାରିଲା । ସ୍ୱିଡ଼ୋମିଟରଟିକୁ ଗୋଟିଏ ନମନୀୟ ତାର ଯୋଗେ ଗିଅର ପେଡ଼ି ମଧ୍ୟରେ ଥିବା ଧାତବ ଦଣ୍ଡ ସହ ଯୋଡ଼ା ଯାଇଥାଏ । ଏହି ଧାତବ ଦଣ୍ଡଟି ଗୋଟିଏ ଆଲୁମିନିୟମ କପ ମଧ୍ୟରେ ଥିବା ତାର କୁଣ୍ଡଳି ମଧ୍ୟରେ ଯୋଡ଼ି ହୋଇଥାଏ । ଏହି ଆଲୁମିନିୟମଟି ଗୋଟିଏ ସ୍ଥାୟୀ ଚୁମ୍ବକ ମଧ୍ୟରେ ରହିଥାଏ, ଯାନଟି ଗତି କରିବା ଆରମ୍ଭ କଲେ ଧାତବ ଦଣ୍ଡଟି ସହ ତାର କୁଣ୍ଡଳଟି ମଧ୍ୟ ଘୂରେ । ତାର କୁଣ୍ଡଳିଟି ଚୁମ୍ବକ ମଧ୍ୟରେ ଘୂରୁଥିବାରୁ ସେଥିରେ ବିଦୁ୍ୟତ ସ୍ରୋତ ସୃଷ୍ଟି ହୋଇଥାଏ । ଏହି ବିଦୁ୍ୟତ୍ ସ୍ରୋତ ହିଁ ସ୍ୱିଡ଼ୋମିଟରର କାକୁ ଘୂରାଇଥାଏ । ଯାନଟି ଅଧିକ ବେଗରେ ଗତି କଲେ ସେ ତାର କୁଣ୍ଡଳିରୁ ଅଧିକ ବିଦୁ୍ୟତ୍ ବାହାରେ । ତାହା ସ୍ୱିଡ଼ୋମିଟରର କାକୁ ଅଧିକ ଘୂରାଏ । ଇଲେକ୍ଟ୍ରୋନିକ୍ ସ୍ୱିଡ଼ୋମିଟରଟିରେ ଯାନର ବେଗ ଏକ ପରଦାରେ ଲେଖି ହୋଇ ଯାଉଥାଏ । ସ୍ୱିଡ଼ୋମିଟର ସହ ଆଉ ଗୋଟିଏ ଉପକରଣ ବି ଲାଗିଥାଏ । ଏହା ଯାନଟି କେତେ ଦୂରଗଲା ତାହା ଜଣାଇଥାଏ । ଏହି ଯନ୍ତ୍ରଟିର ନାମ ହେଉଛି ଓଡ଼ୋମିଟର ବା ଦୂରତା ମାପକ ଯନ୍ତ୍ର । ଏହି ଓଡ଼ୋମିଟର ଉଦ୍ଭାବନ ବହୁତ ପୁରୁଣା । ତେବେ ୧୮୫୪ ମସିହାରେ ସାମୁଏଲ ଜନସନ୍ ଆଧୁନିକ ଓଡ଼ୋମିଟର ବାହାର କରିଥିଲେ । ଓଡ଼ୋମିଟର ଯନ୍ତ୍ରଟିରେ କେତେ ଗୋଟି ଗିଅର ରହିଥାଏ । ପ୍ରତିଗିଅରରେ ୦ଠାରୁ ୯ ପର୍ଯ୍ୟନ୍ତ ଅଙ୍କ ଥାଏ । ଯାନଟି ପ୍ରତି ୧୦୦ ମିଟର ଗତି କଲା ପରେ ପ୍ରଥମ ଗିଅରଟି ଗୋଟିଏ ଅଙ୍କ ଘୂରିଥାଏ । ଯାନଟି ଏକ କିଲୋମିଟର ଗତି କଲେ ପ୍ରଥମ ଗିଅରଟି ଗୋଟିଏ ଘେରା ବୁଲିଯାଏ । ମାତ୍ର ତାହାର ପର ଗିଅରଟି ଦଶ ଭାଗରୁ ଭାଗେ ଘୂରିଥାଏ । ଏହିପରି ପ୍ରତିଗିଅର ଥରେ ଘୂରିଲେ ତାହାର ପରଗିଅର ଦଶଭାଗରୁ ଏକଭାଗ ଘୂରି ଯାନଟି ଅତିକ୍ରମ କରୁଥିବା ଦୂରତା ଦେଖାଉଥାଏ ।