ସ୍ପାଜମୋଡ଼ିକ ଡିସଫୋନିଆ

ସ୍ପାଜମୋଡ଼ିକ ଡିସଫୋନିଆ ବା ଲାରିଞ୍ଜିଆଲ ଡିସଟୋନିଆ (ଇଂରାଜୀ ଭାଷାରେ Spasmodic dysphonia, also known as laryngeal dystonia) ଏକ ବେମାରି ଯେଉଁଥିରେ କଣ୍ଠସ୍ୱର (voice) ବାହାରକରୁଥିବା ମାଂସପେଶୀମାନଙ୍କର ସ୍ପାଜ୍‌ମ (spasm) ହୋଇଯାଏ ।[୧][୨] ଏହ ଫଳରେ ସ୍ୱର ବାଧା ପ୍ରାପ୍ତ ହୁଏ, କିଛି କିଛି ବାକ୍ୟ ପରେ ସ୍ପାଜ୍‌ମ ହେଉଥିବାରୁ କଥା ବୁଝିହୁଏନି ।[୧] କଣ୍ଠସ୍ୱର କଷ୍ଟରେ ବାହାରୁଥିବାରୁ ଅନେକ ସମୟରେ କଥା କ‌ହିବା ବନ୍ଦ ହୋଇଯାଏ ।[୨] ଏହା ସମୟ କ୍ରମେ ହୁଏ ଓ ଆଜୀବନ ରହେ ।[୧]

ଲାରିଞ୍ଜିଆଲ ଡିସଟୋନିଆ (Laryngeal dystonia)
ବିଭାଗସ୍ନାୟୁ ରୋଗ ବିଜ୍ଞାନ (Neurology)
ଲକ୍ଷଣକଥା କ‌ହିବା ବେଳେ ସ୍ୱର ଭାଙ୍ଗିଯିବା ଯୋଗୁ କଥା ବୁଝିହୁଏନି । [୧]
ଆକ୍ରାନ୍ତ ସମୟ୩୦ରୁ ୫୦ ବର୍ଷ ବ‌ୟସ[୧]
ଅବଧିଦୀର୍ଘକାଳୀନ[୧]
କାରଣଅଜ୍ଞାତ[୧]
ବିପଦ କାରକପାରିବାରିକ ଇତିହାସ[୧]
ରୋଗ ନିର୍ଣ୍ଣୟ ପଦ୍ଧତିଚିକିତ୍ସକ ଗୋଷ୍ଟୀର ପରୀକ୍ଷା ଆବଶ୍ୟକ [୧]
ସଠିକ ରୋଗ ନିର୍ଣ୍ଣୟ(Stuttering), (muscle tension dysphonia)[୨]
ଚିକିତ୍ସାପ୍ରଭାବିତ ମାଂସପେଶୀରେ ବୋଟୁଲିନମ ପ୍ରାଣୀ ବିଷ (Botulinum toxin) ପ୍ରୟୋଗ, ସ୍ୱର ଚିକିତ୍ସା (voice therapy), କାଉନସେଲିଙ୍ଗ (counselling)), ଆମ୍ପ୍ଲିଫିକେସନ ଡିଭାଇସ (amplification device)[୧]
ପୁନଃପୌନିକପ୍ରତି ଏକ ଲକ୍ଷ ଲୋକରେ ୨ ଜଣ[୧]

ଏହାର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[୧] ପୂର୍ବରୁ ପାରିବାରିକ ରୋଗ ଇତିହାସ ଥିଲେ ଏହି ରୋଗ ସଙ୍କଟ ଥାଏ । [୧] ଉର୍ଦ୍ଧ୍ୱ ଶ୍ୱାସକ୍ରିୟା ସଂକ୍ରମଣ (upper respiratory infection), ସ୍ୱର ପେଟିକା (larynx) ଉପରେ ଆଘାତ ଓ ମାନସିକ ଚାପ (psychological stress) ପଡ଼ିଲେ ଏହି ରୋଗ ଟ୍ରିଗର ହୋଇଯାଏ ।[୧] କେନ୍ଦ୍ରୀୟ ସ୍ନାୟୁମଣ୍ଡଳରେ (central nervous system) ଥିବା ବାସାଲ ଗାଙ୍ଗ୍ଲିଆରେ (basal ganglia) କିଛି ତୃଟି ଥିବାରୁ ଏହି ବେମାରୀ ହେଉଥିବା ବିଶ୍ୱାସ କରାଯାଏ ।[୧] ବିଭିନ୍ନ ବିଷୟର ଏକ ଚିକିତ୍ସକ ଦଳ ଏହି ରୋଗ ନିର୍ଣ୍ଣୟରେ ସାହାଯ୍ୟ କରନ୍ତି ।[୧]

ଏହି ରୋଗ ଆରୋଗ୍ୟ ହେଉନଥିଲେ ମଧ୍ୟ ଚିକିତ୍ସା କଲେ ଲକ୍ଷଣରେ ଉନ୍ନତି ପରିଲକ୍ଷିତ ହୁଏ ।[୧] ସ୍ୱର ପେଟିକାର ପ୍ରଭାବିତ ମାଂସପେଶୀରେ ବୋଟୁଲିନମ ପ୍ରାଣୀ ବିଷ (Botulinum toxin) ଇଞ୍ଜେକସନ ଦିଆଯାଏ ।[୧] କିଛି ମାସ ନିମନ୍ତେ ଏହି ଉନ୍ନତି ଫଳପ୍ରଦ ରହେ ।[୧] ଉଲ୍ଲେଖନୀୟ ଅନ୍ୟାନ୍ୟ ଚିକିତ୍ସାମାନଙ୍କ ନାମ ସ୍ୱର ଚିକିତ୍ସା (voice therapy), କାଉନସେଲିଙ୍ଗ (counselling)), ଆମ୍ପ୍ଲିଫିକେସନ ଡିଭାଇସ (amplification device) ।[୧] ଅପରେଶନ କ୍ୱଚିତ କରାଯାଏ । [୧]

ପ୍ରତି ଏକ ଲକ୍ଷ ଲୋକରେ ୨ ଜଣ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[୧] ମହିଳାମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୧] ବୟସ ୧୩ରୁ ୫୦ ବର୍ଷ ମଧ୍ୟରେ ଏହି ରୋଗ ହୁଏ । [୧] ବିଭିନ୍ନ ଲୋକଙ୍କର ସାଂଘାତିକ ହେବା ହାର ଭିନ୍ନ ଭିନ୍ନ ହୁଏ ।[୨] ଆୟଷ (Life expectancy) ବଦଳେ ନାହିଁ ।[୩]

ଉଲ୍ଲେଖନୀୟ ରୋଗଗ୍ରସ୍ତ ଲୋକ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ ୧.୨୨ ୧.୨୩ "Spasmodic Dysphonia". NIDCD (in ଇଂରାଜୀ). 6 March 2017. Archived from the original on 4 July 2017. Retrieved 16 July 2017.
  2. ୨.୦ ୨.୧ ୨.୨ ୨.୩ "Laryngeal Dystonia". NORD (National Organization for Rare Disorders). 2017. Archived from the original on 16 November 2016. Retrieved 16 July 2017.
  3. Albert, Martin L.; Knoefel, Janice E. (1994). Clinical Neurology of Aging (in ଇଂରାଜୀ). Oxford University Press. p. 512. ISBN 9780195071672. Archived from the original on 2017-09-08.
  4. "'Dilbert' creator recovers from rare disorder". Associated Press. 2006-10-27. Archived from the original on 2007-11-17. Retrieved 2007-07-30.
  5. Frank Allison Archived 2007-10-15 at the Wayback Machine.
  6. Beal Jr., Jim (1998-04-29). "Golden country Johnny Bush hasn't run dry after almost 50 years of heartaches and honky-tonks". San Antonio Express-News.
  7. The Voice Gallery - Thomas Allen Publishers - Thomas Allen & Son Limited Archived 2007-10-19 at the Wayback Machine.
  8. "Archived copy". Archived from the original on 2017-09-08. Retrieved 2017-07-16.{{cite web}}: CS1 maint: archived copy as title (link)
  9. McHale, Laurie; Degginger, Craig (May 14, 1999). "Chip Hanauer's restored voice gives him a new lease on life". [[:en:University of Washington|]] News and Information. Archived from the original on December 15, 2012. Retrieved September 22, 2012.
  10. Liebovich, Mark (2006-06-25). "Another Kennedy Living Dangerously". The New York Times. Archived from the original on 2008-04-07. Retrieved 2007-07-30.
  11. Sullivan, Jim (2004-02-19). "Hello, Mary Lou – Goodbye, Heartache". Boston Globe.
  12. Heffernan, Virginia (2006-02-25). "After the Hit Records, A Search for His Roots". The New York Times.
  13. [୧] Archived 2007-12-03 at the Wayback Machine.
  14. Clarke, Jenna. "The reason why '90s pop star Jenny Morris disappeared". Sydney Morning Herald. Archived from the original on 2015-10-11.
  15. Australian Story (Series 2015; Episode 37) - Raise Your Voice, Australian Broadcasting Corporation (ABC). First aired Monday 12 October 2015.
  16. "About Diane Rehm". WAMU 88.5 American University Radio. Archived from the original on 2007-08-10. Retrieved 2007-07-30.
  17. "Jimmie Rodgers: A Singer Silenced". Archived from the original on 2015-09-21.
  18. "Mark Stuart informs his Facebook followers that he has Spasmodic Dyphonia". Archived from the original on 2017-09-08.
  19. "Thompson's Trials: UK Folk Rock Great Makes Triumphant Return to the Stage". Tim Perlich, NOW Toronto. 2002-10-17. Archived from the original on 2007-09-29. Retrieved 2007-08-23.