ସ୍ପାଇସ ଜେଟ ଏକ ଅଳ୍ପ ଟଙ୍କା ଯୁକ୍ତ ବୀମାନ ସେବା ଅଟେ ଯାହାର ମାଲିକାନା ସୁନ ଗ୍ରୁପ ଅଫ ଇଣ୍ଡିଆ ପାଖେ ଅଛି ।[୧] ଏହାର ପଞ୍ଜିକୃତ କାର୍ଯ୍ୟାଳୟ ଚେନ୍ନାଇ ତଥା ତାମିଲନାଡୁରେ ରହିଛି ଏବଂ ବ୍ୟବସାୟିକ କାର୍ଯ୍ୟାଳୟ ହରିୟାଣାର ଗୂଡ଼ଗାଁରେ ଅବସ୍ଥିତ ।[୨] ସେ ନିଜ ସେବା ମଇ ମାସ 2005 ମସିହାରୁ ଆରମ୍ଭ କରିଥିଲା ତଥା 2010 ଆଡ଼କୁ ଏହା ବଜାରର ଅଂଶ ଧାରୀ ମାମଲାରେ ଏୟାର ଇଣ୍ଡିଆ, କିଙ୍ଗଫିଶର, ଏୟାରଲାଇନ ତଥା ଗୋ ଏୟାରକୁ ପଛରେ ପକେଇ, ଭାରତର ତୃତୀୟ ସବୁଠାରୁ ବଡ଼ ବୀମାନ ସେବା ଅଟେ ।[୩] ସ୍ପାଇସ ଜେଟ କେବଳ ଏକ ଯାତ୍ରୀବର୍ଗ ଅନୁସାରେ ତିଆରି ବିମାନର ହିଁ ସଞ୍ଚାଳନ କରିଥାଏ । ଯାତ୍ରୀ ସେବା ସହିତ ସ୍ପାଇସ ଜେଟ ସେହି ବିମାନରୁ ଜିନିଷ ପରିବହନର ସୁବିଧା ମଧ୍ୟ ପ୍ରଦାନ କରିଥାଏ ।

ସ୍ପାଇସ ଜେଟ
IATA
SG
ICAO
SEJ
Callsign
SPICEJET
Foundedମଇ 2005
Hubs
  • ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବୀମାନ ବନ୍ଦର,

ଦିଲ୍ଲୀ

Secondary hubs
  • ଛତ୍ରପତି ଶିବାଜୀ ଅନ୍ତରାଷ୍ଟ୍ରୀୟ ବୀମାନ ବନ୍ଦର,

ମୁମ୍ବାଇ

Focus cities
  • ଅହମଦାବାଦ ବୀମାନ କ୍ଷେତ୍ର, ଅହମଦାବାଦ
  • ବାଙ୍ଗାଲୋର ବୀମାନ କ୍ଷେତ୍ର, ବାଙ୍ଗାଲୋର
  • ଚେନ୍ନାଇ ବୀମାନ କ୍ଷେତ୍ର, ଚେନ୍ନାଇ
  • ହାଇଦ୍ରାବାଦ ଅନ୍ତରାଷ୍ଟ୍ରୀୟ ବୀମାନ କ୍ଷେତ୍ର, ହାଇଦ୍ରାବାଦ
  • କଲିକତା ବୀମାନ କ୍ଷେତ୍ର, କଲିକତା
  • ପୁନା ବୀମାନ କ୍ଷେତ୍ର, ପୁନା
Fleet size20 (+ 9 orders)
Destinations19
Headquartersଦିଲ୍ଲୀ, ଭାରତ
Key peopleସଞ୍ଜୟ ଅଗ୍ରୱାଲ, CEO
Websitewww.spicejet.com

ଲକ୍ଷ୍ୟ ସ୍ଥଳ ସମ୍ପାଦନା

ସ୍ପାଇସ ଜେଟ ବର୍ତ୍ତମାନ ସମୟରେ ପ୍ରତ୍ୟେକଦିନ ୩୩୦ ଉଡାଣ ସଞ୍ଚାଳନ କରୁଅଛି ଯାହା କି ୫୭ ଲକ୍ଷ ପାଇଁ ହୋଇଥାଏ । ଏଥି ମଧ୍ୟରୁ ୪୭ ସ୍ଥାନ ଭାରତୀୟ ଅଟନ୍ତି ତଥା ଶେଷ ୧୦ ସ୍ଥାନ ଅନ୍ତରାଷ୍ଟ୍ରୀୟ ଅଟନ୍ତି । ପାଞ୍ଚ ବର୍ଷ ପର୍ଯ୍ୟନ୍ତ ନିଜ ସେବା ପ୍ରଦାନ କରିବା ପରେ ସ୍ପାଇସ ଜେଟକୁ "ଭାରତୀୟ ବୀମାନପତ୍ତନ ପ୍ରାଧିକରଣ"ଦ୍ୱାରା ଅନ୍ତରାଷ୍ଟ୍ରୀୟ ଉଡାଣ ଭରିବା ପାଇଁ ଅନୁମତି ଦିଆ ଯାଇଥିଲା । ସ୍ପାଇସ ଜେଟ ଆରମ୍ଭରୁ ଦିଲ୍ଲୀରୁ କାଠମାଣ୍ଡୁ ତଥା ଚେନ୍ନାଇରୁ ଫ୍ଲାଇଟ ଆରମ୍ଭ କାରିଥିଲା । ପ୍ରଥମ ଅନ୍ତରାଷ୍ଟ୍ରୀୟ ଉଡାଣ ୭ ଅକ୍ଟୋବର ୨୦୧୦ ମସିହାରେ ଦିଲ୍ଲୀ ବୀମାନ ବନ୍ଦରରେ ହୋଇଥିଲା ।

ସାମୂହିକ ମାମଲା ସମ୍ପାଦନା

ସ୍ପାଇସ ଜେଟର ମୁଖ୍ୟାଳୟ "ଗୁଡଗାଁ" ଦିଲ୍ଲୀରେସ୍ଥିତ । ଅଜୟ ସିଂ ଜାନୁଆରୀ ୨୦୧୫ରୁ ଏୟାର ଲାଇନର ପ୍ରବନ୍ଧ ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି ।[୪] ଏୟାରଲାଇନର ଲୋଗୋରେ ଲାଲ ପୃଷ୍ଠଭୂମୀରେ ତାହାର ଆକାରକୁ କମ କରିବା କ୍ରମରେ ପାଞ୍ଚରୁ ତିନୋଟି ପଂକ୍ତିରେ ବ୍ୟବସ୍ଥିତ ୧୫ଟି ଡଟ୍ସ ରହିଥାଏ । ଜୁନ ୨୦୧୫ ମସିହାରେ ଏୟାରଲାଇନ ଏକ ନୂତନ ଟ୍ୟାଗଲାଇନ "Red. Hot. Spicy."ର ବର୍ତ୍ତମାନ ଲୋଗୋକୁ ଅନାବରଣ କରିଥିଲା । [୫] ସ୍ପାଇସ ଜେଟ ନିଜର ସମସ୍ତ ବୀମାନ ନାମ ଭାରତୀୟ ମସଲା ସହିତ ରଖିଥାଏ ।[୬]

ବେଡା ସମ୍ପାଦନା

ସ୍ପାଇସ ଜେଟ ପ୍ରଥମ ଆଦେଶ ୨୦ ପର ପିଢିର ବୋଇଙ୍ଗ ୭୩୭ - ୮୦୦ ଏସ ବୀମାନ ପାଇଁ ମାର୍ଚ୍ଚ ୨୦୦୫ ମସିହାରେ ଦେଇଥିଲା ଯାହାର ଡେଲିଭରୀ କାଳ ୨୦୧୦ ପର୍ଯ୍ୟନ୍ତ ଥିଲା । ନଭେମ୍ବର ୨୦୧୦ ମସିହାରେ ପୁନଶ୍ଚ ସ୍ପାଇସ ଜେଟ ୩୦ଟି ବୋଇଙ୍ଗ ୭୩୭ - ୮୦୦ ବୀମାନ ପାଇଁ ଆଦେଶ ଦେଇଥିଲା ।

ଫେବୃଆରୀ ୨୦୧୪ ମସିହା ଅନୁସାରେ ଏହି ଏୟାର ଲାଇନ ପାଖେ ନିମ୍ନତମ ବୀମାନ ଥିଲା -

ସ୍ପାଇସ ଜେଟ ବେଡା
ବୀମାନ ସେବାରେ ଆଦେଶ ଯାତ୍ରୀ (ସାମାନ୍ୟ) ଟୀପ୍ପଣୀ
ବୋଇଙ୍ଗ ୭୩୭ - ୮୦୦ ୩୭ ୧୩ ୧୮୯ ୧୯ଟି ଭଡାରେ
ବୋଇଙ୍ଗ ୭୩୭ ମ୍ୟାକ୍ସ - ୪୨ - -
ବୋଇଙ୍ଗ ୭୩୭ - ୯୦୦ଈ - ୨୧୨ -
ବମବାର୍ଡୀୟର ଦାସ ୮ ସିରିଜ ୪୦୦ ୧୫ ୧୫ ୭୮ ୧ ଭଡାରେ
କୂଳ ୫୮ ୭୦

ଐତିହାସିକ ବେଡା ସମ୍ପାଦନା

ଏହି ଏୟାରଲାଇନ ନିମ୍ନଲିଖିତ ବୀମାନ ବେଡାର ସଞ୍ଚାଳନ କରିଛି -

ସ୍ପାଇସ ଜେଟ ଐତିହାସିକ ବେଡା
ବୀମାନ ସଞ୍ଚାଳନ ପ୍ରସ୍ତାବିତ ସେବା ସମାପ୍ତ
ବୋଇଙ୍ଗ ୭୩୭ - ୨୦୦ ୧୯୯୩ ୧୯୯୬
ବୋଇଙ୍ଗ ୭୩୭ - ୪୦୦ ୧୯୯୫ ୧୯୯୬

ସେବା ସମ୍ପାଦନା

ଏହି ବୀମାନ ସେବାରେ ଯାତ୍ରୀମାନଙ୍କ ମନୋରଞ୍ଜନର ଭରପୂର ବ୍ୟବସ୍ଥା କରାଯାଇଛି । ସ୍ପାଇସ ଜେଟ ମ୍ୟାକ୍ସ ନାମକ ଏକ ଅଫର ମଧ୍ୟ ଏହି ବୀମାନ ସେବାଦ୍ୱାରା ଚଳାଯାଇଥାଏ , ଯେଉଁଥିରେ ଏହା ବୋଡିଙ୍ଗ ଅନୁଶାରେ ଖାଦ୍ୟପେୟର ସୁବିଧା , ବୁକିଙ୍ଗ ସମୟ ସିଟ ବାଛିବାର ସୁବିଧା ତଥା ଏୟାରପୋର୍ଟରେ ଚେକ ଇନର ସୁବିଧା ପ୍ରଦାନ କରିଥାଏ । [୭]

ପୁରସ୍କାର ସମ୍ପାଦନା

୩୧ ଡିସେମ୍ବର ୨୦୧୨ ମସିହା ଅନୁସାରେ ଏହି ବୀମାନ ସେବାର ନିମ୍ନ ଲିଖିତ ପୁରସ୍କାର ଏବଂ ଉପଲବ୍ଧି ପ୍ରାପ୍ତ ହୋଇଛି :-

  • ଭାରତର ସର୍ବଶ୍ରେଷ୍ଠ କମ ଟଙ୍କା ଯୁକ୍ତ ବୀମାନ ସେବା ପୁରସ୍କାର, ଆଉଟଲୁକ ଟ୍ରେବଲର ଦ୍ୱାରା(୨୦୦୮, ୨୦୦୯, ୨୦୧୦ ଏବଂ ୨୦୧୨ ମସିହାରେ)[୮]
  • ଭାରତର ସର୍ବ ଶ୍ରେଷ୍ଠ କମ ଖର୍ଚ୍ଚ ଯୁକ୍ତ ଅନ୍ତରାଷ୍ଟ୍ରୀୟ ବୀମାନ ସେବା ପୁରସ୍କାର, ଟ୍ରେବଲ ଏଜେଣ୍ଟ ଆସୋସିଏସନ ଅଫ ଇଣ୍ଡିଆଦ୍ୱାରା ।
  • ଭାରତର ସବୁଠାରୁ ଭଲ ପ୍ରତିଭାଗୀ ବୀମାନ ସେବା ଏଲ-ସି-ସି ଡୋମେଷ୍ଟିକ ଆୱାର୍ଡ , ଟ୍ରେବଲ ଆଣ୍ଡ ହସ୍ସିଟାଲିଟୀଦ୍ୱାରା (୨୦୧୨) ।
  • ହିନ୍ଦୁସ୍ତାନ ଟାଇମ୍ସ ପାଇଁ ମାର୍ଚ୍ଚ ମାସଦ୍ୱାରା କରାଯାଇଥିବା ଏକ ସର୍ଭେରେ ଭାରତର ସବୁଠାରୁ କମ ଟଙ୍କାଯୁକ୍ତ ସର୍ବଶ୍ରେଷ୍ଠ ବୀମାନ ସେବା ।
  • ଖର୍ଚ୍ଚ ବ୍ୟବସ୍ଥାରେ ପ୍ରବୀଣତା ପାଇଁ ରାଷ୍ଟ୍ରୀୟ ସମ୍ମାନ ।

ଆଧାର ସମ୍ପାଦନା

  1. "ସ୍ପାଇସ ଜେଟ କଣ୍ଟାକ୍ଟ ଇନଫରମେସନ". ସ୍ପାଇସ ଜେଟ. କମ. 14 ସେପ୍ଟେମ୍ବର 2010. Retrieved 22 ଫେବୃଆରୀ 2014. {{cite web}}: Text "ସ୍ପାଇସ ଜେଟ ଏୟାରଲାଇନ୍ସ" ignored (help)
  2. "ContactUs". ସ୍ପାଇସ ଜେଟ. ୨୪ ଜାନୁଆରୀ ୨୦୧୩. Retrieved ୨୨ ଫେବୃଆରୀ ୨୦୧୪. {{cite web}}: Check date values in: |accessdate= and |date= (help)
  3. ନାୟର, ବିପିନ ବୀ. (୪ ଜୁଲାଇ ୨୦୦୮). "ସ୍ପାଇସ ଜେଟ ରିସେସ ଇନ ମୁମ୍ବାଇ ଆନ ରିପୋର୍ଟ ଅଫ କିଙ୍ଗଫିସର ଡୀଲ (ଅପଡେଟ ୨)". ବ୍ଲୁମବର୍ଗ. Retrieved ୨୨ ଫେବୃଆରୀ ୨୦୧୪. {{cite web}}: Check date values in: |accessdate= and |date= (help)
  4. Sinha, Saurabh (17 ଅପ୍ରେଲ 2015). "I am back at SpiceJet for long run: Ajay Singh". Times of India. TNN. Archived from the original on 19 ଅପ୍ରେଲ 2015. Retrieved 29 ଜୁନ 2015.
  5. "SpiceJet Unveils New Brand Look and Slogan and Launches New Mobile App for Android and iOS as Part of its Ongoing 10th Anniversary Celebrations". SpiceJet (Press release). 6 ଜୁନ 2015. Archived from the original on 6 ଅପ୍ରେଲ 2016. Retrieved 24 ମାର୍ଚ୍ଚ 2016.
  6. "SpiceJet's newest Boeing 737BG aircraft named "Red Chilli"". Times of India. 21 ଜାନୁଆରୀ 2016. Archived from the original on 1 ଅପ୍ରେଲ 2016. Retrieved 24 ମାର୍ଚ୍ଚ 2016.
  7. "ଇଣ୍ଟ୍ରଡ୍ୟୁସିଙ୍ଗ ସ୍ପାଇସ ଜେଟ ମ୍ୟାକ୍ସ". ସ୍ପାଇସ ଜେଟ. ୧୨ ଜାନୁଆରୀ ୨୦୧୩. Archived from the original on 2014-02-22. Retrieved ୨୨ ଫେବୃଆରୀ ୨୦୧୪. {{cite web}}: Check date values in: |accessdate= and |date= (help)
  8. "ଅନ-ବୋର୍ଡ-ସ୍ପାଇସ ଜେଟ". କ୍ଲିୟର ଟ୍ରିପ ଡଟ କମ. Retrieved ୨୨ ଫେବୃଆରୀ ୨୦୧୪. {{cite web}}: Check date values in: |accessdate= (help)