ସ୍ପାଇଡର-ମ୍ୟାନ
ସ୍ପାଇଡ଼ର-ମ୍ୟାନ ମାର୍ଭିଲ ପତ୍ରିକାର ଏକ କାଳ୍ପନିକ ଚରିତ୍ର । ଲେଖକ ଷ୍ଟାନ ଲି ଏବଂ ଷ୍ଟିଭ୍ ଦିଟ୍କୋଙ୍କଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଚରିତ୍ରଟି ଅନ୍ତଲୋଜି ପତ୍ରିକାର ଅମେଜିଙ୍ଗ ଫଣ୍ଟସିର ୧୫ ଭାଗରେ ଦେଖା ଦେଇଥିଲା ।ଲେଖକଙ୍କ ଲେଖା ଅନୁସାରେ ଏହି ଚରିତ୍ରଟି ଅନାଥ ଏବଂ ନିଜ ମାମୁ ଏବଂ ମାଇଁଙ୍କ ସଂଗେ ରହି ଆସୁଥିଲା । ଯୁବ ପିଢ଼ିରେ ପାଦ ଦେଉ ଦେଉ ତା ଉପରେ ଦୈନନ୍ଦିନ ସମସ୍ୟାମାନଙ୍କ ସହ ଅନେକ ଗୁଡ଼ିଏ ଦାଇତ୍ୱ ଲଦି ହୋଇ ଯାଇ ଥିଲା । ଏହା ସହିତ ଏହି ଚରିତ୍ର କେତେ ଗୁଡ଼ିଏ ଦୈବୀ ଶକ୍ତିର ଅଧିକାରୀ ମଧ୍ୟ ହୋଇଥିଲା, ଯେଉଁଥିରୁ ସ୍ପାଇଡର ସେନ୍ସ, କାନ୍ଥରେ ଛାଡ଼ିବା, ଜାଲ ବୁଣିବା ଆଦି ଅନ୍ୟତମ ।
ସ୍ପାଇଡର-ମ୍ୟାନ | |
---|---|
ଫାଇଲ:Spiderman50.jpg | |
Publication information | |
Publisher | Marvel Comics |
First appearance | Amazing Fantasy #15 (Aug. 1962) |
Created by | Stan Lee Steve Ditko |
In-story information | |
Alter ego | Peter Benjamin Parker |
Species | Human Mutate |
Team affiliations | Avengers New Avengers Future Foundation New Fantastic Four Secret Defenders[୧] Heroes for Hire[୨] Jean Grey School[୩] Parker Industries Uncanny Avengers |
Notable aliases | Ricochet , Dusk ll , Prodigy ll , Hornet ll , Ben Reilly/Scarlet Spider ll |
Abilities |
|
ସ୍ପାଇଡର-ମ୍ୟାନ ଚରିତ୍ରଟି ପ୍ରଥମକରି ୧୯୬୦ରେ ଏକ ଯୁବ ନାୟକ ଭାବେ ପତ୍ରିକାରେ ଦେଖା ଦେଇ ଥିଲେ । ଏହି ସ୍ପାଇଡର-ମ୍ୟାନ ସିରିଜର ମୁଖ୍ୟ ଚରିତ୍ର ଥିଲା ପିଟର ପାର୍କର ଯିଏ କି, ସ୍ପାଇଡର-ମ୍ୟାନର ଅନ୍ୟ ଏକ ରୂପ । ଅନ୍ୟ ଭାଷାରେ ଏକ ଗୁପ୍ତ ରୂପ । ସ୍ପାଇଡ଼ର-ମ୍ୟାନ ସିରିଜର ସମସ୍ତ ଅଧ୍ୟାୟରେ ସ୍ପାଇଡ଼ର-ମ୍ୟାନ ଗୋଟିଏ ପରେ ଗୋଟିଏ ଖଲନୟକଙ୍କ ସଂଗେ ଲଢ଼ି ଅଛି ।