ସ୍ନିଗ୍ଧା ଆକୋଲକର

ଭାରତୀୟ ଅଭିନେତ୍ରୀ

ସ୍ନିଗ୍ଧା ଆକୋଲକର ଜଣେ ଭାରତୀୟ ଅଭିନେତ୍ରୀ ଏବଂ ମଡେଲ । ସେ ହିନ୍ଦୀ ଓ ତାମିଲ କଥାଚିତ୍ରରେ ଅଭିନୟ କରିବା ସହିତ ହିନ୍ଦୀ ଧାରାବାହିକରେ ଅଭିନୟ କରିଛନ୍ତି ।

ସ୍ନିଗ୍ଧା ଆକୋଲକର
ଜନ୍ମ
ସ୍ନିଗ୍ଧା ଆକୋଲକର

ବୃତ୍ତିମଡେଲ୍/ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୫-ଏବେଯାଏଁ

ପେଷା ସମ୍ପାଦନା

ସେ ଜଣେ ମଡେଲ ଭାବରେ ୭୦ରୁ ଅଧିକ ବିଜ୍ଞାପନରେ କାମ କରିଛନ୍ତି; ଯେଉଁଥିରେ ୱାଇଲ୍ଡ ଷ୍ଟୋନ୍ ଡିଓଡ୍ରେଣ୍ଟ, ପାରାସୁଟ୍, ଲାଇଫ୍‌ବୟ ହ୍ୟାଣ୍ଡ ୱାସ୍ ଭଳି ଜଣାଶୁଣା ସଂସ୍ଥା ଅନ୍ତର୍ଭୁକ୍ତ ।

ହରେ କାଞ୍ଚ୍ କି ଚୁଡ଼ିୟାଁ ଶୀର୍ଷକ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିବା ପରେ ସେ ଲୋକପ୍ରିୟତା ପାଇଥିଲେ । ସେ କିଛି ତାମିଲ କଥାଚିତ୍ରରେ ଅଭିନୟ କରିବା ସହିତ ଲଭ୍ ୟୁ... ମି. କଲାକାର ଭଳି ହିନ୍ଦୀ କଥାଚିତ୍ରରେ କାମ କରିଛନ୍ତି ।[୧][୨] ସେ ବିକ୍ରମ ଭଟ୍ଟଙ୍କ ୱେବ୍ ସିରିଜ୍ ଜଖ୍‌ମିରେ ମଧ୍ୟ କାମ କରିଛନ୍ତି ।[୩]

ଅଭିନୀତ କଥାଚିତ୍ର/ଧାରାବାହିକ ସମ୍ପାଦନା

କଥାଚିତ୍ର ସମ୍ପାଦନା

ବର୍ଷ କଥାଚିତ୍ର ଭୂମିକା ଭାଷା ମନ୍ତବ୍ୟ
୨୦୦୮ ଅଞ୍ଜାଥେ ନୃତ୍ୟଶିଳ୍ପୀ ତାମିଲ୍ ଅତିଥି କଳାକାର
୨୦୦୯ ରାଜାଧି ରାଜା ନିକିତା ତାମିଲ୍ ନାୟିକା
୨୦୧୦ ନନ୍ଦଲାଲା ଅଞ୍ଜଳି ତାମିଲ୍ ବିଜୟ ଆୱାର୍ଡ଼ସ୍‌ରେ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପାଇଁ ମନୋନୀତ
୨୦୧୧ ଲଭ୍ ୟୁ... ମି. କଲାକାର ଚାରୁ ହିନ୍ଦୀ
୨୦୧୬ ଆପାଭିନ୍ ମେସାଇ ପୋନ୍ନା ତାମିଲ୍

ଦୂରଦର୍ଶନ ସମ୍ପାଦନା

  • ୨୦୦୫ - ହରେ କାଞ୍ଚ୍ କି ଚୁଡିଆଁ
  • ୨୦୦୬ - ବୈଦେହୀ
  • ୨୦୧୪–୨୦୧୫ - ବୃନ୍ଦାବନ
  • ୨୦୧୫–୨୦୧୬ - ସିୟା କେ ରାମ
  • ୨୦୧୭–୨୦୧୮ - କର୍ମଫଲ ଦାତା ଶନି

ଆଧାର ସମ୍ପାଦନା

  1. Singh, Prasanna (13 June 2008). "Anjaathe 100th day celebration". Retrieved 13 February 2010.[dead link]
  2. "Irresistable [sic] duo comes again". Indiaglitz. 17 October 2008. Archived from the original on 29 March 2010. Retrieved 13 February 2010.
  3. "Siya Ke Ram actress Snigdha Akolkar ties the knot in private ceremony. See pics". India Today (in ଇଂରାଜୀ). 29 August 2019. Retrieved 11 May 2021.

ବାହାର ଆଧାର ସମ୍ପାଦନା