ସ୍ନାନ
ସ୍ନାନ ଶବ୍ଦ ବିଶିଷ୍ଟ ଅନେକ ପ୍ରକାର ଶବ୍ଦ ଭାଷାରେ ଅଛି ସେଥିମଧ୍ୟରୁ କେତେଗୁଡ଼ିଏ ଅତି ପ୍ରଚଳିତ ଶବ୍ଦ ଯଥା: ଶିରଃ ସ୍ନାନ (ମୁଣ୍ଡଧୋଇ ଗାଧୋଅଇବା); (ସ୍ତ୍ରୀମାନଙ୍କର) ଋତୁସ୍ନାନ ବା ଶୁଦ୍ଧସ୍ନାନ; ପ୍ରାତଃସ୍ନାନ; ତୀର୍ଥସ୍ନାନ; ଦେବ ସ୍ନାନ (ଜ୍ୟେଷ୍ଠ ପୂର୍ଣ୍ଣିମାରେ ବିଷ୍ଣୁ ପ୍ରତିମାଙ୍କ ସ୍ନାନବିଧି), ମନ୍ତ୍ର ସ୍ନାନ, ଗଙ୍ଗାସ୍ନାନ, ରକ୍ତସ୍ନାନ, ମୋକ୍ଷସ୍ନାନ (ସୂର୍ଯ୍ୟ ବା ଚନ୍ଦ୍ରଙ୍କର ଗ୍ରହଣରୁ ମୁକ୍ତ ହେବା ପରେ ହିନ୍ଦୁମାନଙ୍କର ସ୍ନାନ), ଗ୍ରସ୍ତ ସ୍ନାନ ବା ଗ୍ରହଣସ୍ନାନ (ସୂର୍ଯ୍ୟ ବା ଚନ୍ଦ୍ର ଗ୍ରହଣ ଲାଗିବା ବେଳେ ହିନ୍ଦୁଙ୍କର ସ୍ନାନ), ପ୍ରେତସ୍ନାନ (ମୃତ ବ୍ୟକ୍ତିଙ୍କ ପ୍ରେତ ଉଦ୍ଦେଶ୍ୟରେ କରାଯିବା ସ୍ନାନ), ନିତ୍ୟସ୍ନାନ, ନୈମିତ୍ତିକ ସ୍ନାନ (କୌଣସି ବିଶେଷ ନିମିତ୍ତ ଉପଲକ୍ଷରେ (ଯଥା: ଗ୍ରହଣ ସମୟରେ କୌଣସି କୁଟୁମ୍ବ ମୃତ ହେଲେ) କରାଯିବା ସ୍ନାନ, କାକସ୍ନାନ ମହାସ୍ନାନ, (ଦେବପ୍ରତିମାଙ୍କର ସ୍ନାନ, ଦେବ ମନ୍ଦିରରେ କୌଣସି ଅଶୁଭଜନକ ଘଟନା ଘଟିଲେ, ଯଥା: ଅସ୍ପୃଶ୍ୟ ବ୍ୟକ୍ତି ଦେବତାଙ୍କୁ ଛୁଇଁ ଦେଲେ, ମନ୍ଦିର ମଧ୍ୟରେ କେହି ଝାଡ଼ା ଫେରି ପକାଇଲେ ବା ପ୍ରସାବ କଲେ, ଦେବତାଙ୍କୁ ଗାଧୋଇଦେବାରୂପ କର୍ମ), କର୍ମସ୍ନାନ (ପ୍ରାଯଶ୍ଚିତ୍ତ, ଅଭିଷେକ, ଉପନଯନ, କର୍ଣ୍ଣବେଧ ଇତ୍ୟାଦି କାମ୍ୟ କର୍ମ ଉପଲକ୍ଷରେ ସ୍ନାନ), ସମୁଦ୍ର ସ୍ନାନ ବା ସାଗର ସ୍ନାନ, ନଦୀସ୍ନାନ, ଅଶୌଚସ୍ନାନ, ସଦ୍ୟଃସ୍ନାନ, ମକରସ୍ନାନ ବା ମାଘସ୍ନାନ, କାର୍ତ୍ତିକସ୍ନାନ, ବାରୁଣୀ ସ୍ନାନ, ପ୍ରୟାଗସ୍ନାନ, ତ୍ରିବେଣୀ ସ୍ନାନ । ସ୍ନାନ ସାତ ପ୍ରକାର, ଯଥା:[୧]
- ମାନ୍ତ୍ର ବା ମନ୍ତ୍ର ସ୍ନାନ: ମନ୍ତ୍ରପାଠପୂର୍ବକ କାଳ୍ପନିକ ବା ପ୍ରକୃତ ସ୍ନାନ
- ବାୟୁ ସ୍ନାନ: ବାୟୁଦ୍ୱାରା ଶରୀର କ୍ଷାଳନ
- ଭୌମସ୍ନାନ: ଦେହରେ ମାଟିବୋଳି ସ୍ନାନ
- ଅଗ୍ନେୟ ସ୍ନାନ: ଧୂଆଁଦ୍ୱାରା ଦେହ ଧୂପନ, କିବା ଦେହରେ ଭସ୍ମ ବୋଳି ହେବା
- ଦିବ୍ୟ ବା ଆତପ ସ୍ନାନ: ସୂର୍ଯ୍ୟାଲୋକରେ ସ୍ନାନ
- ବାରୁଣ ସ୍ନାନ: ଧୂଳିଦ୍ୱାରା ବା ଗୋରକଦ୍ୱାରା ଶରୀର କ୍ଷାଳନ
- ମାନସ ସାନ: କାଳ୍ପନିକକ ସ୍ନାନ
ଧାର୍ମିକ ସ୍ନାନ ଯୋଗ
ସମ୍ପାଦନା- ସୂର୍ଯ୍ୟମହତୀ ସ୍ନାନ = ଅମାବାସ୍ୟା + ରବିବାର
- ସୋମମହତୀ ସ୍ନାନ = ଅମାବାସ୍ୟା + ସୋମବାର
- ଗୋସହସ୍ରୀ ସ୍ନାନ = ଅମାବାସ୍ୟା + ମଙ୍ଗଳବାର
- ମହୋଦଧ୍ୟାମାବାସ୍ୟା ସ୍ନାନ = ମାର୍ଗଶିର ଅମାବାସ୍ୟା
- ପାପନାଶିନୀ ସ୍ନାନ = ଫାଲଗୁନ ଶୁକ୍ଳ ଏକାଦଶୀ
- ବାମନଦ୍ୱାଦଶୀ ସ୍ନାନ = ଭାଦ୍ରବ ଶୁକ୍ଳ ଦ୍ୱାଦଶୀ
- ଗୋବିନ୍ଦ ଦ୍ୱାଦଶୀ ସ୍ନାନ = ଫାଲଗୁନ ଶୁକ୍ଳ ଦ୍ୱାଦଶୀ
- ବାଋଣୀ ସ୍ନାନ = ଚୈତ୍ର କୃଷ୍ଣ ତ୍ରୟୋଦଶୀ
- ଗଜଛାୟା ସ୍ନାନ = ଆଶ୍ୱିନ କୃଷ୍ଣ ତ୍ରୟୋଦଶୀ + ଗୁରୁବାର
- ରଟନ୍ତୀ ଚତୁର୍ଦ୍ଦଶୀ ସ୍ନାନ = ମାଘ କୃଷ୍ଣ ଚତୁର୍ଦ୍ଦଶୀ + ଗୁରୁବାର
ଅତୀତର କିଛି ସ୍ନାନ ଯୋଗ
ସମ୍ପାଦନା- ମଧୁ ବାଋଣୀ ସ୍ନାନ: ୧୯୬୨
- ମହାମାଘୀ ସ୍ନାନ: ୧୯୬୮ ମାଘ ପୂର୍ଣ୍ଣିମା
- ମହାନ ବିଷ୍ଣୁ ଶୃଙ୍ଖଳା ସ୍ନାନ: ୨୧.୦୯.୧୯୮୦ ଭାଦ୍ରବ ଶୁକ୍ଳ ଦ୍ୱାଦଶୀ
- ମହାକାର୍ତ୍ତିକୀ ସ୍ନାନ: ୧୬ ନଭେମ୍ବର ୧୯୮୭
- ମହାନ ପାପନାଶିନୀ ସ୍ନାନ: ୧୧ ମାର୍ଚ୍ଚ ୧୯୮୭
- ମହାଳୟା ସପ୍ତମୀ ମହାସ୍ନାନ: ୧୨ ଫେବୃଆରୀ ୧୯୮୯ ମାଘ ଶୁକ୍ଳ ସପ୍ତମୀ ତିଥିରେ ରବି ସଂକ୍ରମଣ ତଥା ରବିବାର
ଆଧାର
ସମ୍ପାଦନା- ↑ ପ୍ରହରାଜ, ଗୋପାଳ ଚନ୍ଦ୍ର. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ. p. ୮୭୯୮. Retrieved 30 March 2015.[permanent dead link]