ସ୍ଟାଭୁଡିନ

ଆଣ୍ଟିରେଟ୍ରୋଭାଇରାଲ ଔଷଧ

ସ୍ଟାଭୁଡିନ (ଇଂରାଜୀ ଭାଷାରେ Stavudine ବା d4T), ବିକ୍ରୟ ନାମ ଜେରିଟ, ଏକ ଆଣ୍ଟିରେଟ୍ରୋଭାଇରାଲ ଔଷଧ (antiretroviral medication) ଯାହା ଏଚଆଇଭି/ଏଡସ ରୋଗର ପ୍ରତିଷେଧ ତ‌ଥା ଚିକିତ୍ସା ନିମନ୍ତେ ବ୍ୟବ‌ହାର ହୁଏ । ଏହା ସାଧାରଣତଃ ଅନ୍ୟାନ୍ୟ ଆଣ୍ଟିରେଟ୍ରୋଭାଇରାଲ ଔଷଧ ସ‌ହିତ ବ୍ୟବ‌ହାର କରାଯାଏ । ନିଡଲସ୍ଟିକ ଇନ‌ଜ୍ୟୁରି (needlestick injury) ବା ଅନ୍ୟାନ୍ୟ ସମ୍ଭାବ୍ୟ ସଂସ୍ପର୍ଶର ସନ୍ଦେହ ଥିଲେ ପ୍ରତିଷେଧ ନିମନ୍ତେ ଦିଆଯାଇପାରେ । ଏହି ଔଷଧ ପ୍ରଥମ ଧାଡ଼ିର ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏନାହିଁ । ଏହା ପାଟିରେ ଦିଆଯାଏ । [୧]

ସ୍ଟାଭୁଡିନ
Clinical data
Trade namesଜେରିଟ (Zerit)
Synonyms2′,3′-didehydro-2′,3′-dideoxythymidine
AHFS/Drugs.commonograph
MedlinePlusa694033
Pregnancy
category
Routes of
administration
ପାଟିରେ ଦିଆଯାଏ
ATC code
Legal status
Legal status
  • ℞ (Prescription only)
Pharmacokinetic data
Bioavailability>୮୦%
Protein bindingNegligible
Metabolismବୃକ୍‌କ ନିସ୍କାଷନ (~୪୦%)
Elimination half-life୦.୮–୧.୫ ଘଣ୍ଟା (ବୟଃପ୍ରାପ୍ତ ଲୋକଙ୍କର)
Identifiers
  • 1-[(2R,5S)-5-(hydroxymethyl)-2,5-dihydrofuran-2-yl]-5-methyl-1,2,3,4-tetrahydropyrimidine-2,4-dione
CAS Number
PubChem CID
DrugBank
ChemSpider
UNII
KEGG
ChEMBL
NIAID ChemDB
ECHA InfoCard100.169.180 Edit this at Wikidata
Chemical and physical data
FormulaC10H12N2O4
Molar mass224.213 g/mol
3D model (JSmol)
  • O=C1/C(=C\N(C(=O)N1)[C@@H]/2O[C@@H](\C=C\2)CO)C
  • InChI=1S/C10H12N2O4/c1-6-4-12(10(15)11-9(6)14)8-3-2-7(5-13)16-8/h2-4,7-8,13H,5H2,1H3,(H,11,14,15)/t7-,8+/m0/s1 checkY
  • Key:XNKLLVCARDGLGL-JGVFFNPUSA-N checkY
  (verify)

ଏହାର ସାଧାରଣ ପ୍ରତିକ୍ରିୟାରେ ମୁଣ୍ଡବଥା, ତରଳ ଝାଡ଼ା, ବାନ୍ତି, ରାସ ଓ ପ୍ରାନ୍ତୀୟ ସ୍ନାୟୁ (peripheral nerve) ସମସ୍ୟା ଦେଖାଯାଏ । ସାଂଘାତିକ ପ୍ରତିକ୍ରିୟାରେ ରକ୍ତରେ ଅଧିକ୍କ ଲାକ୍ଟେଟ ସ୍ତର, ଅଗ୍ନାଶୟ ପ୍ରଦାହବର୍ଦ୍ଧିତ ଯକୃତ ଦେଖାଯାଏ । ଗର୍ଭାବସ୍ଥାରେ ଏହା ଦିଆଯାଏନାହିଁ । ରିଭର୍ସ-ଟ୍ରାନ୍ସକ୍ରିପ୍ଟେଜ ଇନ‌ହିବିଟର (nucleoside analog reverse-transcriptase inhibitor ବା NRTI) ଶ୍ରେଣୀର ଔଷଧମାନଙ୍କ ମଧ୍ୟରୁ ସ୍ଟାଭୁଡିନ ଗୋଟିଏ ଔଷଧ । [୧]

ସ୍ଟାଭୁଡିନ ପ୍ରଥମେ ସନ ୧୯୬୬ରେ ବର୍ଣ୍ଣନା କରାଯାଇଥିଲା ଓ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୪ରେ ସ୍ୱିକୃତୀପ୍ରାପ୍ତ ହୋଇଥିଲା । [୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୩] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[୧] ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ମାସିକ ଖର୍ଚ୍ଚ ପ୍ରାୟ ୧.୮୬ରୁ ୫.୪୦ ଆମେରିକୀୟ ଡଲାର ।[୪] ପାର୍ଶ ପ୍ରତିକ୍ରିୟା ଯୋଗୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର ବ୍ୟବ‌ହାର କମେଇବାକୁ ସୁପାରିସ କରୁଛି । [୫]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Stavudine Monograph for Professionals - Drugs.com". www.drugs.com. Archived from the original on 2019-09-30. Retrieved 2016-11-09.
  2. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 505. ISBN 9783527607495.
  3. "WHO Model Lists of Essential Medicines 19th" (PDF). World Health Organization (in ବ୍ରିଟିଶ୍‌ ଇଂରାଜୀ). Retrieved 2016-11-09.
  4. "Stavudine". International Drug Price Indicator Guide. Retrieved 30 November 2016.[permanent dead link]
  5. Magula, N; Dedicoat, M (28 January 2015). "Low dose versus high dose stavudine for treating people with HIV infection". The Cochrane database of systematic reviews. 1: CD007497. doi:10.1002/14651858.CD007497.pub2. PMID 25627012.