ସ୍ଟାଇ

ଆଖିପତା ସଂକ୍ରମଣ

ସ୍ଟାଇ ବା ଆଲୁଅ ବା ଅଞ୍ଜନୀ ବା ବିଲନୀ ବା ନେତ୍ରବର୍ଧ୍ମ (ଇଂରାଜୀ ଭାଷାରେ Stye, ବା hordeolum) ଏକ ସଂକ୍ରମଣ ଯାହା ଆଖିପତାସ୍ଥ ତୈଳ ଗ୍ରନ୍ଥିରେ ହୁଏ । [୨] ଏହି ସଂକ୍ରମଣ ହେଲେ ଆଖିପତାରେ ଗୋଟିଏ ଲାଲ ରଙ୍ଗର ଗୋଟାଳି ଭଳି ଫୁଲା ଦେଖାଯାଏ ଯାହାକୁ ସ୍ପର୍ଶ କଲେ ଦରଜ ଲାଗେ ।[୧][୩] ଆଖିପତାର ଭିତର ବା ବାହାର ପାଖରେ ଏହି ରୋଗ ହୋଇପାରେ ।[୪]

ସ୍ଟାଇ
sty, hordeolum[୧]
ଉପର ଆଖିପତାରେ ହୋଇଥିବା ଗୋଟିସ ବାହ୍ୟ ସ୍ଟାଇ ରୋଗର ଛବି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଉଚ୍ଚାରଣstye /ˈst/ hordeolum /hɔːrˈdələm/
ସ୍ପେଶାଲିଟିOphthalmology
ଆଇସିଡ଼ି-୧୦H00.0
ଆଇସିଡ଼ି-୯-ସିଏମ୍373.11
ରୋଗ ଡାଟାବେସ12583
ମେଡ଼ିସିନ-ପ୍ଲସ001009
ଇ-ମେଡ଼ିସିନemerg/755
MeSHD006726

ସ୍ଟାଫିଲୋକୋକସ ଅରିଅସ (Staphylococcus aureus) ନାମକ ଏକ ଜୀବାଣୁର ସଂକ୍ରମଣ ହେଲେ ଏହି ରୋଗ ହୁଏ ।[୪][୫] ଆଖିପତା ଭିତରେ ମିବୋମିଆନ ଗ୍ରନ୍ଥି (meibomian gland) ଓ ବାହାରେ ଜିସ ଗ୍ରନ୍ଥିର (gland of Zeis) ସଂକ୍ରମଣ ଯୋଗୁ ଏ ରୋଗ ହୁଏ ।[୩] କାଲାଜିଅନ (chalazion) ନାମକ ଅନ୍ୟ ଏକ ଆଖି ରୋଗ ତୈଳ ଗ୍ରନ୍ଥିର ଅବରୋଧ ଯୋଗୁ ହୁଏ ।[୨] ଆଖିପତାର ମଝି ସ୍ଥାନରେ ଏ ରୋଗ ହୁଏ ଓ ରୋଗୀକୁ କଷ୍ଟ ହୁଏନି ।[୩]

ଅଧିକାଂଶ କ୍ଷେତ୍ରରେ ଏହି ରୋଗ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ବିନା କିଛି ଦିନ ବା କିଛି ସପ୍ତାହ ମଧ୍ୟରେ ଆପେ ଭଲ ହୋଇଯାଏ ।[୪] ଉଷୁମ ସେକ (warm compresses) ଦେଲେ ରୋଗ ଶୀଘ୍ର ଭଲ ହୋଇଯାଏ ।[୩] ବେଳେବେଳେ ଆଣ୍ଟିବାୟୋଟିକ (antibiotic) ଆଖି ମଲମ ଦେବାକୁ ସୁପାରିସ କରାଯାଏ ।[୫] ଏହି ଚିକିତ୍ସା ବିଧି ସୁପାରିସ କଲେ ମଧ୍ୟ ଏହାର ଉପକାରୀତା ବିଷୟରେ କୌଣସି ସମର୍ଥନ ମିଳୁନି । [୪] ଏହି ରୋଗ କେତେ ଥର ହୁଏ ସେ ବିଷୟ ସ୍ପଷ୍ଟ ନୁହେଁ । ଯେ କୌଣସି ବୟସରେ ଏହି ରୋଗ ହୋଇପାରେ ।[୬]

ଆଧାର ସମ୍ପାଦନା

  1. ୧.୦ ୧.୧ "Hordeolum (Stye)". PubMed Health. Retrieved 14 October 2016.
  2. ୨.୦ ୨.୧ "Eyelid Disorders Chalazion & Stye". NEI. 4 May 2010. Archived from the original on 18 October 2016. Retrieved 14 October 2016.
  3. ୩.୦ ୩.୧ ୩.୨ ୩.୩ Carlisle, RT; Digiovanni, J (15 July 2015). "Differential Diagnosis of the Swollen Red Eyelid". American family physician. 92 (2): 106–12. PMID 26176369.
  4. ୪.୦ ୪.୧ ୪.୨ ୪.୩ Lindsley, K; Nichols, JJ; Dickersin, K (30 April 2013). "Interventions for acute internal hordeolum". The Cochrane database of systematic reviews (4): CD007742. PMID 23633345.
  5. ୫.୦ ୫.୧ Deibel, JP; Cowling, K (May 2013). "Ocular inflammation and infection". Emergency medicine clinics of North America. 31 (2): 387–97. PMID 23601478.
  6. Ferri, Fred F. (2016). Ferri's Clinical Advisor 2017: 5 Books in 1 (in ଇଂରାଜୀ). Elsevier Health Sciences. p. 1219. ISBN 9780323448383.