ସୌମେନ୍ଦ୍ର ପାଢ଼ୀ

ଓଡ଼ିଶାର ନିର୍ଦ୍ଦେଶକ

ସୌମେନ୍ଦ୍ର ପାଢ଼ୀ (ଜନ୍ମ: ୧ ଜାନୁଆରୀ ୧୯୭୦) ଓଡ଼ିଶାରେ ଜନ୍ମିତ ଜଣେ ହିନ୍ଦୀ କଥାଚିତ୍ର ଏବଂ ଧାରାବାହିକ ନିର୍ଦ୍ଦେଶକ । ବୁଦ୍ଧିଆ ସିଂହ ବର୍ନ ଟୁ ରନ୍ ଏବଂ ଜାମାତ୍ରା ନେଟଫ୍ଲିକ୍ସ ଧାରାବାହିକରେ ସେ ନିର୍ଦ୍ଦେଶନା ଦେଇଥିଲେ ।[୧]

ସୌମେନ୍ଦ୍ର ପାଢ଼ୀ
ଜନ୍ମ(1970-01-01)୧ ଜାନୁଆରୀ ୧୯୭୦
ବୃତ୍ତିନିର୍ଦ୍ଦେଶକ
ସକ୍ରିୟ ବର୍ଷ୨୦୧୬ - ବର୍ତ୍ତମାନ ପର୍ଯ୍ୟନ୍ତ

ପ୍ରାରମ୍ଭିକ ଜୀବନ ସମ୍ପାଦନା

ସୌମେନ୍ଦ୍ର ପାଢ଼ୀ ଭୁବନେଶ୍ୱର ସୈନିକ ସ୍କୁଲର ଏକ ପୁରାତନ ଛାତ୍ର । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଥିଲେ ।[୨]

ନିର୍ଦ୍ଦେଶକ ଜୀବନ ସମ୍ପାଦନା

୨୦୧୬ ମସିହାରେ ବୁଦ୍ଧିଆ ସିଂହ ଉପରେ ନିର୍ମିତ ବୁଦ୍ଧିଆ ସିଂହ ବର୍ନ ଟୁ ରନ୍ କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରକୁ ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ବିଭାଗରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।[୩] ୨୦୨୦ ମସିହାରେ ପାଢ଼ୀଙ୍କଦ୍ୱାରା ନିର୍ଦ୍ଦେଶିତ ଧାରାବାହିକ ଜାମାତ୍ରା ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିଲା ।[୩]

ଆଧାର ସମ୍ପାଦନା

  1. ""ବୁଦ୍ଧିଆ ସିଂ ବର୍ନ ଟୁ ରନ୍ର ଗୀତ 'ତୁ ଦୌଡ୍ ଦୌଡ୍' ରିଲିଜ୍". Odisha Reporter. 2016-07-22. Retrieved 2022-10-17.
  2. https://www.bhaskar.com/entertainment/bollywood/news/jamtara-director-soumendra-padhi-interview-life-facts-struggling-story-130349946.html
  3. ୩.୦ ୩.୧ Panicker, Anahita (2020-01-16). "Director Soumendra Padhi on 'Jamtara', the Netflix series about Jharkand's phishing scam". The Hindu (in Indian English). ISSN 0971-751X. Retrieved 2022-10-17.