ସୋହିନୀ ଘୋଷ

ଭାରତୀୟ କଥାଚିତ୍ର ନିର୍ଦ୍ଦେଶିକା

ସୋହିନୀ ଘୋଷ ଏଜେକେ ମାସ୍ କମ୍ୟୁନିକେସନ୍ ରିସର୍ଚ୍ଚ ସେଣ୍ଟର, ଜାମିଆ ମିଲ୍ଲିଆ ଇସ୍ଲାମିଆର ଜଣେ ପ୍ରଧ୍ୟାପିକା । ସେ ଲୋକପ୍ରିୟ ସଂସ୍କୃତିର ଏକ ପ୍ରାବନ୍ଧିକା ଓ ବୃତ୍ତଚିତ୍ର ନିର୍ମାତା । ୨୦୦୭ ମସିହାରେ ମିନେସୋଟା ବିଶ୍ୱବିଦ୍ୟାଳୟରେ ଏକ ସାକ୍ଷାତକାରରେ ସେ ତାଙ୍କ ଜୀବନ ଏବଂ କାର୍ଯ୍ୟର ପ୍ରତିଫଳନ ପ୍ରଦାନ କରିଥିଲେ ।[୧]

ଶିକ୍ଷା ସମ୍ପାଦନା

ସୋହିନୀ ଏମ୍‌ସିଆର୍‌ସି ଏବଂ କର୍ଣ୍ଣେଲ୍ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର କରିଥିଲେ ଏବଂ ୧୯୯୦ରୁ ୧୯୯୬ ପର୍ଯ୍ୟନ୍ତ ଜଣେ ଅତିଥି ଅଧ୍ୟାପିକା ଭାବରେ କାର୍ଯ୍ୟ କରିଥିଲେ ।୧୯୯୦ ଦଶକରେ ସେ ଚିକାଗୋ ବିଶ୍ୱବିଦ୍ୟାଳୟରେ ଅଧିକାଂଶ ସମୟ କାର୍ଯ୍ୟ କରିଥିଲେ, ଯେଉଁଠି ସେ ଲୈଙ୍ଗିକତା, ସଂସ୍କୃତି ଏବଂ ସମାଜ ଉପରେ ପଢ଼ାଉଥିଲେ ।[୨]

ବୃତ୍ତଚିତ୍ର ସମ୍ପାଦନା

ସେ ୯୦ ଦଶକରେ ହିଁ ଡକ୍ୟୁମେଣ୍ଟାରୀ ଫିଲ୍ମ କାମ ଆରମ୍ଭ କରିଥିଲେ ଏବଂ ସହ-ସସ୍ଥାପିକା ଭାବରେ ମିଡିଆଷ୍ଟ୍ରୋମ୍ କଲେକ୍ଟିଭ୍‌ର ସ୍ଥାପନ କରିଥିଲେ । ସେ କେବଳ ମହିଳାମାନଙ୍କୁ ନେଇ ଏକ ବୃତ୍ତଚିତ୍ର ନିର୍ମାଣ କରିଥିଲେ, ଯାହାକି ୧୯୯୨ ମସିହାରେ ନାରୀ ଗଣ-ଯୋଗାଯୋଗ ପେଶାଦାରୀଙ୍କଦ୍ୱାରା ଆକର୍ଷଣୀୟ କାମ ଭାବରେ ଚାମେଲି ଦେବୀ ଜୈନ ପୁରସ୍କାର ପାଇଥିଲା । ୧୯୯୮ ମସିହାରେ ସେ ଥ୍ରୀ ଓମେନ୍ ଆଣ୍ଡ ଏ କ୍ୟାମେରାରେ ସବିନା ଗଡ଼ିହୋକ୍‌ଙ୍କ ସହିତ କାର୍ଯ୍ୟ କରିଥିଲେ ।[୩]

ଅନ୍ୟାନ୍ୟ କାର୍ଯ୍ୟ ସମ୍ପାଦନା

୨୦୦୨ ମଦିହାରେ, ସୋହିନୀ ସ୍ୱାଧୀନ ଭାବରେ ତାଙ୍କର ପ୍ରଥମ ବୃତ୍ତଚିତ୍ରର ପ୍ରଯୋଜନା କରିଥିଲେ । ଟେଲ୍‍ସ୍ ଅଫ୍ ଦ ନାଇଟ୍ ଫେରିସ୍ ନାମକ ଏହି ବୃତ୍ତଚିତ୍ରଟି ୨୦୦୩ ମସିହାରେ ଜୀବିକାରେ ଶ୍ରେଷ୍ଠ କଥାଚିତ୍ର ପୁରସ୍କାର ପାଇଥିଲା ଏବଂ ୧୩ଟି ଦେଶରେ ପ୍ରଦର୍ଶିତ ହୋଇଥିଲା ।[୨][୪][୫]

ସେ ଲିଙ୍ଗଗତ ଶିକ୍ଷା, ମହିଳାଙ୍କ ଉପରେ ହିଂସା ଓ ଅତ୍ୟାଚାର, ଏବଂ ଭାରତରେ ସେନ୍ସର୍‌ସିପ୍ ଭଳି ଅନେକ ଶୈକ୍ଷିକ ପୁସ୍ତକ ପ୍ରକାଶ କରିଛନ୍ତି ।[୬] ୨୦୨୧ ମସିହାରେ, ସେ ଜନ୍ ଗ୍ରେୟସନ୍‌ଙ୍କ ପ୍ରୟୋଗାତ୍ମକ କ୍ଷୁଦ୍ର ବୃତ୍ତଚିତ୍ର ଇଣ୍ଟରନ୍ୟାସନାଲ୍ ଡାଓନ୍ କୋରସ୍ ଡେରେ ଜଣେ ପ୍ରତିଯୋଗୀ ଭାବରେ ଯୋଗ ଦେଇଥିଲେ ।[୭]

ଆଧାର ସମ୍ପାଦନା

  1. Minnesota, University of (1 November 2006). "Shohini Ghosh, November 2006". Institute for Advanced Study.
  2. ୨.୦ ୨.୧ From her AJK MCRC biography Archived 4 March 2012 at the Wayback Machine.
  3. "Three Women and a Camera (1998)". IMDb.
  4. A 74-minute film in Bengali, it premiered in the US in 2003.
  5. The annual Asia Livelihood Documentary festival. See http://jeevika.org.
  6. From an Alternative Law Forum Archived 2012-05-21 at the Wayback Machine. course syllabus.
  7. Sarah Jae Leiber, "International Dawn Chorus Day Premieres April 29". Broadway World, March 29, 2021.

ବାହାର ଲିଙ୍କ୍ ସମ୍ପାଦନା