ସୋମି କୈସର
ସୋମି କୈସର, (ଜନ୍ମ: ୧୫ ଜାନୁଆରୀ) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ମଡେଲ ଏବଂ ପ୍ରଯୋଜିକା । କେବେ ଅପଣା କେବେ ପର ନାଟକରୁ ସୋମି ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଢାକା ନାଟ୍ୟ ସସ୍ଥାନ ପାଇଁ ସୋମି ବାର ବର୍ଷ ଧରି କାର୍ଯ୍ୟ କରିଥିଲେ । ୧୯୯୭ ମସିହାରେ ସେ ଧନସିରି ପ୍ରଡକ୍ସନ ନାମକ ତାଙ୍କର ପ୍ରଯୋଜନା ସଂସ୍ଥା ନିର୍ମାଣ କରିଥିଲେ । ୨୦୧୭ ମଇ ମାସରେ, ସେ ସମ୍ମିଳିତ ଗଣତାନ୍ତ୍ରିକ ପରିସଦ ପକ୍ଷରୁ ପ୍ରତିନିଧିତ୍ୱ କରି ଫେଦେରେସନ୍ ଅଫ୍ ବଙ୍ଗଳାଦେଶ ଚାମ୍ବରାସ୍ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ଜଣେ ନିର୍ଦ୍ଦେଶିକା ଭାବରେ ନିର୍ବାଚିତ ହୋଇଥିଲେ ।
ସୋମି କାଇସର | |
---|---|
শমী কায়সার | |
ଜନ୍ମ | ୧୫ ଜାନୁଆରୀ[୧] |
ଜାତୀୟତା | ବଙ୍ଗଳାଦେଶୀ |
ବୃତ୍ତି(ସମୂହ) | ଅଭିନେତ୍ରୀ, ମଡେଲ, ପ୍ରଯୋଜିକା |
ବୈବାହିକ-ସାଥୀ(s) |
ରିଙ୍ଗୋ
(m. ୧୯୯୯, 2001)ମହମଦ ଏ ଆରଫତ୍ (m. ୨୦୦୮) |
ପିତାମାତା |
|
ପ୍ରାରମ୍ଭିକ ଜୀବନ ଏବଂ ପରିବାର
ସମ୍ପାଦନାସୋମି କୈସର ସାହିଦୁଲ୍ଲାଃ କୈସର ଏବଂ ପନ୍ନା କୈସରଙ୍କଠାରେ ଜନ୍ମଗ୍ରହଣ କରିଥିଲେ ।[୩] ତାଙ୍କ ବାପା ସାହିଦୁଲ୍ଲାଃ ଜଣେ ଉପନ୍ୟାସ ଲେଖକ । ତାଙ୍କ ମାଆ ପନ୍ନା ଜଣେ ଲେଖକ ଏବଂ ପୂର୍ବତନ ସଂସଦ । ସୋମିଙ୍କର ଜଣେ ସାନ ଭାଇ ଅଛନ୍ତି, ଅମିତାଭ କୈସର ।[୪] ବଙ୍ଗଳାଦେଶର ପ୍ରାକ୍ତନ ରାଷ୍ଟ୍ରପତି ଏ. କ୍ୟୁ. ଏମ୍. ବଦ୍ରୁଦ୍ଦୋଜା ଚୌଧୁରୀ ହେଉଛନ୍ତି ସୋମିଙ୍କର ମଉସା ।[୫] ସେଥିପାଇଁ ସୋମି ଏବଂ ମାହି ବି. ଚୌଧୁରୀ ଉଭୟ ସମ୍ପର୍କୀୟା ଭଉଣୀ ।
ଅଭିନୟ ଜୀବନ
ସମ୍ପାଦନା୧୯୮୯ ମସିହାରେ ନିର୍ଦ୍ଦେଶକ ଅତିକ୍ୟୁଲ ହକୁଇ ଚୌଧୁରୀ ତାଙ୍କର ନାଟକ 'କେବେ ଅପଣା କେବେ ପର' ପାଇଁ ଜଣେ ନୂଆ ନାୟିକାଙ୍କର ଅନୁସନ୍ଧାନରେ ଥିଲେ । ସେ ଏମିତି ଜଣେ ନାୟିକାଙ୍କୁ ଖୋଜୁଥିଲେ, ଯିଏକି ସେଠାକାର ସ୍ଥାନୀୟ ଭାଷା ନବାଲି ଠିକ୍ ଭାବରେ ଜାଣିଥିବ ଏବଂ ସେହି ଭାଷାରେ ଭଲ ଭାବରେ କଥା ହୋଇପାରୁଥିବ ।[୬] ଏହି ପ୍ରକ୍ରିୟାରେ ସୋମି କୈସରଙ୍କୁ ତାଙ୍କର ପ୍ରଥମ ଅଭିନୟର ସୁଯୋଗ ମିଳିଥିଲା । ଏହାପରେ ସେ ଏକ ଉପନ୍ୟାସର କାହାଣୀ ପାଇଁ କାର୍ଯ୍ୟ କରିଥିଲେ । 'ଯେତେ ଦୁରେ ଯାଇ' ନାଟକର ମାତ୍ର ତିନୋଟି ଅଧ୍ୟାୟରେ ସେ ଅଭିନୟ କରିଥିଲେ । ଏହି ଉପନ୍ୟାସଟିର ରଚନା କରିଥିଲେ ଇମ୍ଦାଦୁଲ୍ ହକ୍ ମିଲନ ଏବଂ ନିର୍ଦ୍ଦେଶନା ଦେଇଥିଲେ ଅବଦୁଲାଃ ଅଲ୍ ମାମୁନ୍ । ଏହି ଧାରାବାହିକଟି ତାଙ୍କୁ ଅନେକ ସଫଳତା ଦେଇଥିଲା ।[୬] ଏହାପରେ ସେ ନାକ୍କୋଟ୍ରେର ରାତ୍, ଛୋଟ ଛୋଟ ଢେଉ, ସ୍ପର୍ଶ, ଏକଜଣ, ଆରୟନ୍, ଆକାଶେ ଅନେକ ରାତ୍, ମୁକ୍ତି, ଅନ୍ତରେ ନିରନ୍ତର, ସ୍ୱପ୍ନ, ଠିକଣା ଆଦି ନାଟକରେ ଅଭିନୟ କରିଥିଲେ ।
ସୋମି କୈସର ଢାକା ନାଟ୍ୟ ସସ୍ଥାନରେ ବାର ବର୍ଷ ପାଇଁ କାର୍ଯ୍ୟ କରିଥିଲେ ।[୭] 'ହାଟ ହୋଡାଇ' ନାଟକରେ ସେ ସହ ଅଭିନେତ୍ରୀ ଶାହିଦୁଜ୍ଜାମାନଙ୍କ ସହ ଅଭିନୟ କରିଥିଲେ । ୨୦୦୪ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଲଲୋନ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ହସନ ରାଜା ନାମକ ଅନ୍ୟ ଏକ ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଥିଲେ । ୨୦୦୨ରେ ମୁକ୍ତିଲାଭ କରିଥିବା ଏକ ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ଚଳଚ୍ଚିତ୍ର ନିର୍ମାତା ରିତ୍ୱିକ ଘାତକଙ୍କ ଜିବନୀ ଉପରେ ଆଧାରିତ ଥିଲା । ଏହି ଚଳଚ୍ଚିତ୍ରଟିର ନାମ ଥିଲା 'ଦ ନେମ୍ ଅଫ୍ ଏ ରିଭର୍'।[୬]
ସୋମି କୈସର ଜଣେ ପ୍ରଯୋଜିକା ମଧ୍ୟ । ୧୯୯୭ ମସିହାରେ ସେ ତାଙ୍କର ଏକ ପ୍ରଯୋଜନା ସଂସ୍ଥା ନିର୍ମାଣ କରିଥିଲେ । ଏହି ସଂସ୍ଥାଟିର ନାମ ରଖିଥିଲେ 'ଧନସିରି ପ୍ରଡକ୍ସନ' ।[୭] ତାଙ୍କର ପ୍ରଯୋଜନା ସଂସ୍ଥା ଅଧୀନରେ ମୁକ୍ତି ଏବଂ ଅନ୍ତରେ ନିରନ୍ତର ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ।[୬] ୨୦୧୩ ନଭେମ୍ବର ମାସରେ ତାଙ୍କର ପ୍ରଯୋଜନା ସଂସ୍ଥାର ବେତାର ବିଭାଗ ଧାନସିରି କମୁନିକେସନ ଲିମିଟେଡ, ବଙ୍ଗଳାଦେଶର ଏକ ବେସରକାରୀ ବେତାର ସେବାର ମାନ୍ୟତା ପାଇଥିଲା । ଏହି ବେତାର ସଂସ୍ଥାର ନାମ ରଖାଯାଇଥିଲା ରେଡ଼ିଓ ଆକ୍ଟିଭ୍ ।[୮]
ମଇ ୨୦୧୭ରେ, ସୋମି କୈସର ଫେଦେରେସନ୍ ଅଫ୍ ବଙ୍ଗଳାଦେଶ ଚାମ୍ବରାସ୍ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ଜଣେ ନିର୍ଦ୍ଦେଶିକା ଭାବରେ ନିର୍ବାଚିତ ହୋଇଥିଲେ । ଏହି ନିର୍ବାଚନରେ ସେ ସମ୍ମିଳିତ ଗଣତାନ୍ତ୍ରିକ ପରିସଦ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ।[୯]
ନିଜସ୍ୱ ଜୀବନ
ସମ୍ପାଦନାସୋମି କୈସର ୧୯୯୯ ମସିହାରେ ରିଙ୍ଗୋଙ୍କୁ ବିବାହ କରିଥିଲେ । ବିବାହର ଦୁଇ ବର୍ଷ ପରେ ଉଭୟଙ୍କର ବିବାହ ବିଚ୍ଛେଦ ଘଟିଥିଲା ଏବଂ ଉଭୟ ଉଭୟଙ୍କୁ ଛାଡ଼ପତ୍ର ଦେଇଥିଲେ ।[୨] ଏହାପରେ ୨୪ ଜୁଲାଇ ୨୦୦୮ରେ ସେ ମହମଦ ଏ ଆରଫତ୍ଙ୍କୁ ବିବାହ କରିଥିଲେ ।[୨]
ଆଧାର
ସମ୍ପାଦନା- ↑ জন্মদিন : শমী কায়সার. Ittefaq (in Bengali). January 10, 2013. Retrieved December 20, 2016.
{{cite news}}
: Invalid|script-title=
: missing prefix (help) - ↑ ୨.୦ ୨.୧ ୨.୨ প্রয়াত বুদ্ধিজীবী শহীদুল্লাহ কায়সারের কন্যা (in Bengali). Bangla News from Washington DC. October 6, 2008. Archived from the original on October 16, 2018. Retrieved November 15, 2017.
{{cite news}}
: Invalid|script-title=
: missing prefix (help) - ↑ "Shomi and Panna Kaiser on "Eki Brintey" tonight". The Daily Star. November 19, 2009. Archived from the original on February 3, 2014. Retrieved November 15, 2017.
- ↑ "Shahidullah Kaiser was taken to Mueen, Ashraf". The Daily Star. August 20, 2013.
- ↑ Anwar Parvez Halim (May 28, 2011). "All in the family". Bengali News from Washington DC.[permanent dead link]
- ↑ ୬.୦ ୬.୧ ୬.୨ ୬.୩ Harun ur Rashid (February 7, 2005). "Shomi Kaiser: In search of excellence". The Daily Star. Archived from the original on February 1, 2014. Retrieved November 15, 2017.
- ↑ ୭.୦ ୭.୧ Sadia Khalid (December 14, 2013). "Shomi Kaiser after the curtain falls down". The Daily Star.
- ↑ Karim, Mohosinul (November 27, 2013). "13 TV, 14 FM radio stations to get licence". Dhaka Tribune.
- ↑ "Shomi Kaiser elected as FBCCI director". Dhaka Tribune. May 15, 2017. Retrieved May 18, 2017.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ସୋମି କୈସର