ସୋମାଲିଆ ନୁକୁରି ପକ୍ଷୀ
ସୋମାଲିଆ ନୁକୁରି ପକ୍ଷୀ (ଇଂରାଜୀ ଭାଷାରେ Somali courser, ଜୀବବିଜ୍ଞାନ ନାମ Cursorius somalensis) ଏକ ନୁକୁରି ଜାତୀୟ ପକ୍ଷୀ । ଏହାକୁ ଏକ ୱେଡର୍ ପକ୍ଷୀଙ୍କ (ଜଳାଶୟ ନିକଟରେ ବିଚରଣ କରୁଥିବା ପକ୍ଷୀ) ବର୍ଗରେ ପରିଗଣନା କରାଯାଏ ।
ସୋମାଲିଆ ନୁକୁରି ପକ୍ଷୀ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ଶ୍ରେଣୀ: | ଏଭସ |
Order: | Charadriiformes |
Family: | Glareolidae |
Genus: | Cursorius |
ଜାତି: | C. somalensis |
ବାଇନୋମିଆଲ ନାମ | |
Cursorius somalensis ଜର୍ଜ୍ ଅର୍ଣ୍ଣଷ୍ଟ୍ ଶେଲି, ୧୮୮୫
|
ୱେଡର୍ ପକ୍ଷୀଙ୍କ ବର୍ଗରେ ଗଣନା କରାଯିବା ସତ୍ତ୍ୱେ ଏହି ପକ୍ଷୀ ମୁଖ୍ୟତଃ ଶୁଷ୍କ ଓ ଖୋଲା ପଡ଼ିଆ ଅଞ୍ଚଳରେ ଏବଂ ଉପ-ମରୁ ପରି ଅଞ୍ଚଳରେ ବିଚରଣ କରିବା ଦେଖାଯାଏ । ଭୂମି ଉପରେ ଦୌଡ଼ି ଦୌଡ଼ି ଏମାନେ ନିଜର ଶିକାର (ବିଭିନ୍ନ କୀଟପତଙ୍ଗ) ଖୋଜନ୍ତି ଓ ସେମାନଙ୍କୁ ଆହରଣ କରନ୍ତି ।
ଏହି କ୍ଷୁଦ୍ର ପକ୍ଷୀ ପୂର୍ବ ଆଫ୍ରିକାରେ ପରିଲକ୍ଷିତ ହୁଅନ୍ତି ଓ ଏମାନଙ୍କର ଦୁଇଟି ଉପପ୍ରଜାତି ରହିଛି ।
- କର୍ସୋରିୟସ୍ ସୋମାଲେନ୍ସିସ୍ ସୋମାଲେନ୍ସିସ୍ (C. s. somaliensis) (ଜର୍ଜ୍ ଅର୍ଣ୍ଣଷ୍ଟ୍ ଶେଲି, ୧୮୮୫) ଉପପ୍ରଜାତି ମୁଖ୍ୟତଃ ଏରିଟ୍ରିଆ, ପୂର୍ବ ଇଥିଓପିଆ ଏବଂ ଉତ୍ତର ସୋମାଲିଆରେ ଦେଖାଯାନ୍ତି ।
- କର୍ସୋରିୟସ୍ ସୋମାଲେନ୍ସିସ୍ ଲିଟ୍ଟୋରାଲିସ୍ (C. s. littoralis) (କାର୍ଲୋ ଭୋନ୍ ଏର୍ଲାଙ୍ଗର୍, ୧୯୦୫) ଉପପ୍ରଜାତି ମୁଖ୍ୟତଃ ଦକ୍ଷିଣ ସୁଦାନର ଦକ୍ଷିଣ-ପୂର୍ବ, କେନିଆର ଉତ୍ତର ଓ ପୂର୍ବ ଏବଂ ସୋମାଲିଆର ଦକ୍ଷିଣ ଭାଗରେ ଦେଖାଯାନ୍ତି ।
ପୋକଯୋକ ଓ ବିଭିନ୍ନ ମଞ୍ଜି ଏମାନଙ୍କର ପ୍ରଧାନ ଆହାର । ଏମାନେ ମୁକ୍ତ କ୍ଷେତ୍ର, ଛୋଟ ଘାସ ଥିବା ତୃଣଭୂମି କିମ୍ବା ପୋଡ଼ା ପଡ଼ିଆରେ ରହନ୍ତି । ଏମାନଙ୍କ ଶରୀରର ଉଚ୍ଚତା ୮-୯ ଇଞ୍ଚ୍ ପର୍ଯ୍ୟନ୍ତ ହୋଇଥାଏ ।
ଆଧାର
ସମ୍ପାଦନା- ↑ BirdLife International (2012). "Cursorius somalensis". Retrieved 26 November 2013.
{{cite journal}}
: Cite journal requires|journal=
(help); Invalid|ref=harv
(help)