ସୋନାଲ ଚୌହାନ
ସୋନାଲ ସିଂହ ଚୌହାନ (ଜନ୍ମ: ୧୬ ମଇ ୧୯୮୭)[୧] ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଏବଂ ତେଲୁଗୁ କଥାଚିତ୍ରରେ ଅଭିନୟ କରନ୍ତି ।[୨] ସେ ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ କିଛି ସୁନ୍ଦରତା ପ୍ରତିଯୋଗୀତାରେ ଭାଗନେଇଥିଲେ । ସେ ୨୦୦୮ରେ ଜନ୍ନତ ଚଳଚ୍ଚିତ୍ର ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୩] ସୋନାଲ ହିନ୍ଦୀ ସହ ତେଲୁଗୁ, ତାମିଲ ଏବଂ କନ୍ନଡ଼ କଥାଚିତ୍ର ଜଗତରେ ଅଭିନୟ କରିଛନ୍ତି ।
ସୋନାଲ ସିଂହ ଚୌହାନ | |
---|---|
ଜନ୍ମ | [୧] | ୧୬ ମଇ ୧୯୮୭
ବୃତ୍ତି(ସମୂହ) | ଅଭିନେତ୍ରୀ, ମଡେଲ, ଗାୟିକା |
ସକ୍ରିୟ ବର୍ଷ | ୨୦୦୫-ଏବେଯାଏଁ |
Title | ଫେମିନା ମିସ୍ ୱାରଲ୍ଡ ଟୁରିଜିମ୍ ୨୦୦୫ ମିସ୍ ୱାରଲ୍ଡ ଟୁରିଜିମ୍ ୨୦୦୫ |
ପ୍ରାରମ୍ଭିକ ଜୀବନ
ସମ୍ପାଦନାସୋନାଲ ୧୬ ମଇ ୧୯୮୭ରେ ନୂଆ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ସେ ନୋଇଡ଼ାର ଦିଲ୍ଲୀ ପବ୍ଲିକ୍ ସ୍କୁଲରେ ପଢ଼ିଥିଲେ ।[୪] ଏବଂ ପରେ ନୂଆଦିଲ୍ଲୀର ଗାର୍ଗୀ କଲେଜରେ ଦର୍ଶନଶାସ୍ତ୍ରରେ ସ୍ନାତକ ହାସଲ କରିଥିଲେ ।[୫]
ଅଭିନୟ ଜୀବନ
ସମ୍ପାଦନାମଡେଲିଂ
ସମ୍ପାଦନାସୋନାଲଙ୍କୁ ୨୦୦୫ରେ ସାରୱାକ୍, ମାଲେସିଆରେ ମିସ୍ ୱାର୍ଲ୍ଡ ଟୁରିଜିମ୍ ଭାବରେ ଅଭିଷିକ୍ତ କରାଯାଇଥିଲା ।[୬] ମିସ୍ ୱାରଲ୍ଡ ଟୁରିଜିମ୍ରେ ଅଭିଷିକ୍ତ ହୋଇଥିବା ପ୍ରଥମ ଭାରତୀୟ ହେଉଛନ୍ତି ସୋନାଲ ।[୭] ସେ ଡିସ୍ ଟିଭି, ପଣ୍ଡସ୍ ଏବଂ ନୋକିଆ ଭଳି ବ୍ରାଣ୍ଡର ମୁଖ୍ୟ ପ୍ରଚାରିକା ଥିଲେ ।[୮] ଏଥି ସହିତ ସେ କିଛି ଅନ୍ୟାନ୍ୟ ଗହଣାର ବିଜ୍ଞାପନରେ ଅଭିନୟ କରିଥିଲେ ।[୯][୧୦]
ଚଳଚ୍ଚିତ୍ର
ସମ୍ପାଦନାସୋନାଲ ହିମେଶ ରଶମୈୟାଙ୍କ ଆଲବମ୍ ଆପ୍କା ସୁରୁର୍ର ଅଭିନୟ କରିଥିଲେ ।[୧୧] ଏହାପରେ ସେ ୨୦୦୮ରେ ଅଭିନେତା ଇମ୍ରାନ ହାସିମ୍ଙ୍କ ସହ ଜନ୍ନତ ଚଳଚ୍ଚିତ୍ରରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ ।[୧୨][୧୩] ଏହାପରେ ସେ ତେଲୁଗୁ, ତାମିଲ ଏବଂ କନ୍ନଡ଼ କଥାଚିତ୍ର ଜଗତରେ ଅଭିନୟ କରିଥିଲେ ।
ଅଭିନୀତ କଥାଚିତ୍ର
ସମ୍ପାଦନା- ୨୦୦୮: ଜନ୍ନତ (ହିନ୍ଦୀ)
- ୨୦୦୮: ରେନ୍ବୋ (ତେଲୁଗୁ)
- ୨୦୧୦: ଚେଲ୍ଲୁଭୟେ ନିନ୍ନେ ନୋଡାଲୁ
- ୨୦୧୧: ବୁଡ୍ଢା ହୋଗା ତେରା ବାପ୍ (ହିନ୍ଦୀ/ତେଲୁଗୁ)
- ୨୦୧୨: ପେହେଲା ପ୍ୟାର (ହିନ୍ଦୀ)
- ୨୦୧୩: ୩ଜି (ହିନ୍ଦୀ)
- ୨୦୧୪: ଲିଜେଣ୍ଡ (ତେଲୁଗୁ)
- ୨୦୧୫: ପାଣ୍ଡାଗା ଚେସ୍କୋ (ତେଲୁଗୁ)
- ୨୦୧୫: ଶେର୍ (ତେଲୁଗୁ)
- ୨୦୧୫: ସାଇଜ୍ ଜିରୋ (ତେଲୁଗୁ)
- ୨୦୧୫: ଇଞ୍ଜି ଇନ୍ଦୁପାଝାଗି (ତାମିଲ)
- ୨୦୧୬: ଡିକ୍ଟେଟର (ତେଲୁଗୁ)
ଆଧାର
ସମ୍ପାଦନା- ↑ ୧.୦ ୧.୧ Sonal Chauhan – Sonal Chauhan Biography. Koimoi.com (16 May 1987). Retrieved on 22 May 2017.
- ↑ "Sonal Chauhan to do an Urmila in Balayya's next".
- ↑ "Doing intimate scenes with Emraan is easier: Sonal Chauhan – The Times of India". The Times of India.
- ↑ "Sonal Chauhan interview". Telugu Cinema. 3 June 2008. Archived from the original on 24 March 2012. Retrieved 22 May 2017.
- ↑ "Sonal Chauhan interview". The Times of India. 11 October 2009. Archived from the original on 6 June 2012. Retrieved 22 May 2017.
- ↑ Raul Dias (26 July 2005). "She's all that!". The Times of India. Retrieved 22 May 2017.
- ↑ Raul Dias (27 July 2005). "Indian girl is Miss World Tourism". The Times of India. Archived from the original on 27 September 2012. Retrieved 22 May 2017.
- ↑ "Sonal Chauhan video interview". Retrieved 22 May 2017.
- ↑ "Iijw 2011: Ys 18". The Times of India.
- ↑ Loading Archived 2016-04-16 at the Wayback Machine.. Bollywoodaajtak.com. Retrieved on 22 May 2017.
- ↑ "Sonal Chauhan comes to town". www.oneindia.in. 8 December 2008. Archived from the original on 18 February 2013. Retrieved 22 May 2017.
- ↑ "Sonal Chauhan sings in her new film 3G". London: Daily Mail. 8 March 2013. Retrieved 22 May 2017.
- ↑ "Jannat- Sonal Chauhan's ticket to Bollywood". www.indiaprwire.com. 30 April 2008. Retrieved 22 May 2017.
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ସୋନାଲ ଚୌହାନ