ସୋନମ ବିଷ୍ଟ
ଭାରତୀୟ ଅଭିନେତ୍ରୀ
ସୋନମ ବିଷ୍ଟ ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ୍ । ସେ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି ଓ ସୁନ୍ଦରୀ ପ୍ରତିଯୋଗୀତରେ ପୂର୍ବରୁ ଅଂଶଗ୍ରହଣ କରିଥିଲେ । ସେ ଜନ୍ମସ୍ଥାନ ଡେରାଡୁନ ଏବଂ ସେ କେନ୍ଦ୍ରିୟ ବିଦ୍ୟାଳୟ ହାତିବରକଲାରେ ପଢ଼ୁଥିଲେ । ୨୦୧୩ ମସିହାରେ, ସେ ମିସ୍ ଉତ୍ତରାଖଣ୍ଡରେ ଅଂଶଗ୍ରହଣ କରିଥିଲେ ଏବଂ ୨ୟ ସ୍ଥାନରେ ରହିଥିଲେ ।[୧] ୨୦୧୪ ମସିହାର, ସେ ଫେମିନା ମିସ୍ ଇଣ୍ଡିଆରେ ଅଂଶଗ୍ରହଣ କରିଥିଲେ ।[୨] ସେହିବର୍ଷ, ସେ ଇଣ୍ଡିଆଜ୍ ବେଷ୍ଟ ସିନେଷ୍ଟାର୍ କି ଖୋଜ୍ ରିଆଲିଟି ଶୋ'ର ୩ୟ ସଂସ୍କରନରେ ଅଂଶଗ୍ରହଣ କରିଥିଲେ ।[୩]
ସୋନମ ବିଷ୍ଟ | |
---|---|
ଜନ୍ମ | ଡେରାଡୁନ, ଭାରତ |
ଜାତୀୟତା | ଭାରତୀୟ |
ବୃତ୍ତି | (ଦୂରଦର୍ଶନ) ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୩-ଏବେଯାଏଁ |
ଟେଲିଭିଜନ | ଲାଜବନ୍ତି |
୨୦୧୫ ମସିହାରେ, ସେ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିବା ଆରମ୍ଭ କରିଥିଲେ । ଜୀ ଟିଭିରେ ପ୍ରସାରିତ ଧାରାବାହିକ ଲାଜବନ୍ତୀରେ ସେ ମୁଖ୍ୟ ନାୟିକା ଭାବରେ କାମ କରିଥିଲେ, ଯେଉଁଥିରେ ପରେ ସେ ଖଳନାୟିକା ଭାବରେ ମଧ୍ୟ କାମ କରିଥିଲେ । ଏହାପରେ, ୨୦୧୬ ମସିହାରେ, ଷ୍ଟାର୍ ପ୍ଲସ୍ରେ ପ୍ରସାରିତ ଧାରାବାହିକ ସୁହାନି ସି ଏକ୍ ଲଡ଼କୀରେ ସେ କାମ କରିଥିଲେ ।
ଅଭିନୀତ ଧାରାବାହିକ
ସମ୍ପାଦନାବର୍ଷ | ଧାରାବାହିକ | ଚରିତ୍ର | |
---|---|---|---|
୨୦୧୫–୨୦୧୬ | ଲାଜବନ୍ତୀ | ଦୁଲାରୀ ଭରଦ୍ୱାଜ | ମୁଖ୍ୟ ନାୟିକା/ମୁଖ୍ୟ ଖଳନାୟିକା |
୨୦୧୬ | ସୁହାନି ସି ଏକ୍ ଲଡ଼କୀ | ବଲୱିନ୍ଦର ଯୁବରାଜ ବିର୍ଲା/ବାର୍ବି | ମୁଖ୍ୟ ଖଳନାୟିକା |
ଆଧାର
ସମ୍ପାଦନା- ↑ Kumar, Manoj (29 December 2013). "Miss Uttarakhand winners seek acting career". The Pioneer. Retrieved 23 March 2016.
- ↑ "Sonam Bisht". Archived from the original on 4 April 2016. Retrieved 23 March 2016.
- ↑ "Emraan Hashmi slapped by Cine stars Ki Khoj contestant Sonam Bisht". The Times of India. 14 August 2014. Retrieved 23 March 2016.