ସୋନପୁର ସ୍ୱୟଂଶାସିତ ମହାବିଦ୍ୟାଳୟ ଓଡ଼ିଶାର ଏକ ରାଜ୍ୟ ସୋନପୁର ବା ସୁବର୍ଣପୁର ସଦର ମହକୁମା ସୋନପୁର ସହରରେ ଅବସ୍ଥିତ ।[୧]

ଇତିହାସ  ସମ୍ପାଦନା

ଏହି କଲେଜ ୧୯୬୪ ମସିହାରେ ଆରମ୍ଭ ହୋଇଥିଲା । ପ୍ରଥମେ ଏହା ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ (affiliated) ହେଇ ପ୍ରାକ- ବିଶ୍ୱବିଦ୍ୟାଳୟ ଶ୍ରେଣୀ ସହ ଥିଲା । ପରେ ୧.୧.୧୯୬୭ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନକୁ ଆସିଲା । ପ୍ରଥମେ ପୁରାତନ ଜଜ କୋର୍ଟ ଭବନରେ ଆରମ୍ଭ ହେଇଥିବା ଏହି କଲେଜ ପରବର୍ତ୍ତୀ କାଳରେ ପ୍ରାକ୍ତନ ସୋନପୁର ରାଜପରିବାରର ଅତିଥି ଭବନ ଭାବରେ ଥିବା ମହାନଦୀ ତଟରେ ଥିବା ବିଶାଳକାୟ ମିତ୍ରୋଦୟ ଭବନକୁ ସ୍ଥାନନ୍ତରିକରଣ ହେଲା । ଏହି ଭବନକୁ ରାଜପରିବାରଦ୍ୱାରା କରାଯାଇଥିବା ସୋନପୁର ଟ୍ରଷ୍ଟ କଲେଜ ପାଇଁ ଦାନ କରିଥିଲେ । 

୧୯୬୬ରେ ଏଠାରେ ବି ॰ ଏ ॰ ଡିଗ୍ରୀ ସହ ଇଣ୍ଟର୍-ମିଡିଏଟ୍ ସ୍ତରରେ ବିଜ୍ଞାନ ଖୋଲିଲା । ପରେ ୧୯୭୧ରେ ଏଠାରେ ବି .ଏସ.ସି. ଖୋଲିଥିଲା । ଏହି କଲେଜ ଏବେ ସମ୍ପୂର୍ଣ୍ଣ ଡିଗ୍ରୀ ଶ୍ରେଣୀୟ କଲେଜ ହେବା ସହ ଆର୍ଟସ୍ , ସାଇନ୍ସ ଓ  କମର୍ସ ଶ୍ରେଣୀରେ ଅନେକ ବିଷୟରେ ଅନର୍ସ ମଧ୍ୟ ରହିଛି । 

ହଷ୍ଟେଲ ଓ ଅନନ୍ୟ ସୁବିଧା  ସମ୍ପାଦନା

ଏହି କଲେଜରେ ବାହାରୁ ଆସୁଥିବା ଛାତ୍ର  ମାନଙ୍କ ରହିବା ପାଇଁ  ପାଇଁ ୨ଟି ହଷ୍ଟେଲ ରହିଛି । ପାଠ ପଢ଼ା ବ୍ୟତୀତ ଅନ୍ୟ ବୃତ୍ତିଗତ ଶିକ୍ଷା ପାଇଁ ଏଠାରେ ବିଭିନ୍ନ ବ୍ୟବସ୍ଥା ଛାତ୍ର ଛାତ୍ରୀମାନଙ୍କ ପାଇଁ ରହିଛି ।   

ଆଧାର  ସମ୍ପାଦନା

ବାହାର ଲିଙ୍କ ସମୂହ External links ସମ୍ପାଦନା