ସୋଜୀୱାନ (Javanese orthography: Såjiwan, ସାଜିବାନ ମଧ୍ୟ କୁହାଯାଇଥାଏ ) ଏକ 9 ତମ ଶତାବ୍ଦୀ ନିର୍ମିତ ମହାୟାନ  ବୁଦ୍ଧ ମନ୍ଦିର । ଏହା କେନ୍ଦ୍ର ଜାଭା ରବ କେବନ ଡାଲେମ କିବୁନ ଗ୍ରାମରେ ଅବସ୍ଥିତ । ପ୍ରେମବରଣ ମନ୍ଦିରଠାରୁ ଏହା 2 କିଲୋମିଟର ଦୂରରେ ଅବସ୍ଥିତ । ପ୍ରେମବରଣ ସମତଳ ଅମଚଳାରେ ପରିବ୍ୟାପ୍ତ ଭାବରେ ଥିବା ଅନେକ ଭାରତୀୟ ମଦିର ମଧ୍ୟରୁ ଏହା ଅନ୍ୟତମ । 

Sojiwan temple in 2019, after reconstruction

ଇତିହାସ  ସମ୍ପାଦନା

 
Sojiwan temple, during reconstruction

 ଇଣ୍ଡୋନେସିଆର ମିଉଜିଆମରେ ଥିବା 907 ମସିହାର ରୁକାମ ଲେଖାରୁ ଜଣାପଡେ ଯେ ଭୂମିକମ୍ପଦ୍ୱାରା ବିଦ୍ୱଂଶ  ରୁକାମ ଗ୍ରାମର ପୁନର୍ନିର୍ମାଣ  ନିନୀ ହାଜୀ ରକ୍ଷୟନ ସଞ୍ଜୀବନଙ୍କଦ୍ୱାରା ହେଇଥିଲା । ଏହାର ପ୍ରତିବଦଳରେ ସ୍ଥାନୀୟ ଲୋକମାନେ ଲିମ୍ବୁଙ୍ଗଠାରେ ଥିବା ବୌଦ୍ଧ ମନ୍ଦିରର ଦେଖାରେଖ କାର୍ଯ୍ୟ କରିଥିଲେ । ଏହାକୁ ସୋଜୀୱାନ ମନ୍ଦିର କୁହାଗଲା । ଏହା ରାନୀ ପ୍ରମୋଦବର୍ଦ୍ଧିନୀଙ୍କ କାର୍ଯ୍ୟ ବୋଲି କୁହାଯାଏ । ଏହି ମନ୍ଦିର ମୂଳତଃ 842ରୁ 850 ମସିହା ମଧ୍ୟରେ ନିର୍ମାଣ ହେଇଥିଲା । 

ସୋଜୀୱାନ ମନ୍ଦିର ଭଗ୍ନ ଅବସ୍ଥାରେ 13 ମସିହାରେ କର୍ନଳ କାଳୀନ ମାକେଞ୍ଜି ନାମକ ଜଣେ ବ୍ରିଟିଶଙ୍କଦ୍ୱାରା ପୁନରାବିସ୍କୃତ ହେଇଥିଲା । ତେବେ ଏହା ଏହିପରି ଅବସ୍ଥାରେ ରହିଥିଲା । 1996 ମସିହାରେ ସରକାର ପୁନର୍ନିର୍ମାଣ ଯୋଜନା କଳା ବେଳେ ଏହାକୁ ଖୋଦନ କରାଯାଇଥିଲା। ସେଠାରୁ ମନ୍ଦିରର ଚତୁପାର୍ଶ୍ୱରେ ପ୍ପ୍ରଚିର କାନ୍ଥ ଥିବାର ଜଣାଯାଇଥିଲା । କିନ୍ତୁ ପୁନର୍ବାର ଭୂକମ୍ପଦ୍ୱାରା 2006 ମସିହାରେ ସବୁ କାର୍ଯ୍ୟ ବନ୍ଧ ହେଇଯାଇଥିଲା । ପୁନଶ୍ଚ ସେହି କାର୍ଯ୍ୟ ଆରମ୍ଭ ହେଇ 2011 ମସିହାରେ ପୁନର୍ନିର୍ମାଣ ସମାପ୍ତ ହେଇଥିଲା । ଏହା ଡିସେମ୍ବର 2011 ମସିହାରେ ଇଣ୍ଡୋନେସିଆର ପର୍ଯ୍ୟଟନ ମନ୍ତ୍ରୀ ଓ ସୃଜନଶୀଳ ଅର୍ଥନୀତି ମନ୍ତ୍ରୀ  ପେଙ୍ଗେସ୍ତୁ  ଙ୍କଦ୍ୱାରା ଉଦ୍ଘାଟିତ ହେଇଥିଲା । [୧]ଏହି ପୁନର୍ନିର୍ମାଣ କାର୍ଯ୍ୟ ସାରିବାକୁ 15 ବର୍ଷ କାଳ ଲାଗିଥିଲା । 

ଭାସ୍କର୍ଜ୍ୟ  ସମ୍ପାଦନା

ବୋରୋବୁଦୁରଠାରେ ଥିବା ମେନଦୂତ ମନ୍ଦିର ପରି ଏହା ମଧ୍ୟ ଅଣ୍ଡେସାଇଟ ପଥରରେ ନିର୍ମିତ । ସମଗ୍ର ପରିସର 8,140 ବର୍ଗ ,ଇତର ସ୍ଥାନରେ ରହିଛି ଓ ମନ୍ଦିରର ଉଚ୍ଛତା 27 ମିଟର  ମନ୍ଦିର ଭିତରେ ବୁଦ୍ଧ ବୋଧିସତ୍ୱଙ୍କ ପ୍ରତିକୃତି ମାନ ରହିଛି । ବର୍ତ୍ତମାନ ସେଇଟା ଖାଲି ରହିଛି । ମନ୍ଦିରର ଛତ ସ୍ତୂପକୃତି ରହିଛି । 

ଖୋଦନ ସମୟରେ ମନ୍ଦିର ସ୍ଥଳରୁ 14 ଏବଂ 30 ମିଟର ଦୂରରେ ଦୁଇଟି ପ୍ରାଚୀର ଥିବା ଆବିଷ୍କାର କରାଯାଇଥିଲା । ସେଠାରେ ଅନନ୍ୟ ମନ୍ଦିରର ଭଗ୍ନାବଶେଷ ରହିଥିବାରୁ ବିଶ୍ୱାସ କରାଯାଏ ଯେ ତାହା ଏକ କମ୍ପ୍ଲେକ୍ସ ଥିଲା ।[୨]


ବାହାର ଲିଙ୍କ   ସମ୍ପାଦନା

  • Jan Rambout van Blom, 1935, Tjandi Sadjiwan. Leiden-Amsterdam: Stenfert Kroese.
  • Marijke Klokke, 1993, The Tantri Reliefs on Ancient Javanese Candi. Leiden: KITLV Press. ISBN 90-6718-054-8.

ଆଧାର  ସମ୍ପାଦନା

  1. "Hari Ini Mari Elka Pangestu Resmikan Candi Sojiwan". tribunnews.com (in Indonesian). Tribun Jateng News. 16 December 2011. Retrieved 7 July 2013.{{cite web}}: CS1 maint: unrecognized language (link)
  2. "BP3: diperkirakan ada situs sekitar Candi Sojiwan". antaranews.com (in Indonesian). Antara News. Retrieved 7 July 2013.{{cite web}}: CS1 maint: unrecognized language (link)

ପୁନଶ୍ଚ ଦେଖଣା  ସମ୍ପାଦନା

  • Candi of Indonesia