ସେହି ଦିନ

ସୁନୀଲ ଗଙ୍ଗୋପାଧ୍ୟାୟଙ୍କ ରଚିତ ପୁସ୍ତକ

ସେହି ଦିନ (ବଙ୍ଗାଳୀ: সেই সময়), (ଇଂଗ୍ରାଜୀ: Those Days) ସୁନୀଲ ଗଙ୍ଗୋପାଧ୍ୟାୟଙ୍କ ଏକ ଐତିହାସିକ ଉପନ୍ୟାସ ଅଟେ । ଏହା ପ୍ରଥମେ ବଙ୍ଗୀୟ ସାହିତ୍ୟ ପତ୍ରିକା ଋପେ ଦେଶରେ ଏକ କ୍ରମିକ ଉପନ୍ୟାସ ଭାବରେ ପ୍ରକାଶିତ ହୋଇଥିଲା । ୧୯୮୫ ମସିହାରେ ଏହି ଉପନ୍ୟାସ ପାଇଁ ଗଙ୍ଗୋପାଧ୍ୟାୟ ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।

ସେହି ଦିନ  
ଲେଖକସୁନୀଲ ଗଙ୍ଗୋପାଧ୍ୟାୟ
ମୂଳ ନାମসেই সময় (Sei Samay)
ଅନୁବାଦକଅରୁଣ ଚକ୍ରବର୍ତ୍ତୀ
ଦେଶଭାରତ
ଭାଷାବଙ୍ଗାଳୀ
ବିଭାଗଐତିହାସିକ ଉପନ୍ୟାସ
ପ୍ରକାଶକଆନନ୍ଦ ପ୍ରକାଶକ
ISBN9780140268522
OCLC ନମ୍ବର39516159
ଏହା ଆଗରୁପ୍ରଥମ ଆଲୋକ (ସୁନୀଲ ଗାଙ୍ଗୁଲି)

ଏହି ଉପନ୍ୟାସଟି ପ୍ରଥମେ ଦେଶ ପତ୍ରିକାରେ ପ୍ରକାଶିତ ହୋଇଥିଲା । ଏହି ଉପନ୍ୟାସ ପରେ ୧୯୮୧ ମସିହାରେ କଲିକତାର ଆନନ୍ଦ ପ୍ରକାଶକଦ୍ୱାରା ଦୁଇଟି ଗ୍ରନ୍ଥରେ ପ୍ରକାଶ ହୋଇଥିଲା । ଏହି ଉପନ୍ୟାସର ଏକ ଅବିଭକ୍ତ ସଂସ୍କରଣ ୧୯୯୧ ମସିହାରେ ସମାନ ପ୍ରକାଶନରୁ ପ୍ରକାଶିତ ହୋଇଥିଲା |

ଏହି କାହାଣୀରେ ସଂସ୍କାରକ ଇଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ସମେତ ଜଣାଶୁଣା ଐତିହାସିକ ବ୍ୟକ୍ତିବିଶେଷଙ୍କ ସହିତ କାଳିପ୍ରସନ୍ନ ସିଙ୍ଘ, ମାଇକେଲ୍ ମଧୁସୂଦନ ଦତ୍ତ, କବି ଦ୍ୱାରକାନାଥ ଟାଗୋର ଏବଂ ଦେବେନ୍ଦ୍ରନାଥ ଟାଗୋରଙ୍କ ପିତା ଓ ପୁତ୍ର, ସାମ୍ବାଦିକ ହରିଶ ମୁଖାର୍ଜୀ, ବ୍ରହ୍ମ ସମାଜର ମୌଳିକବାଦୀ କେଶବ ଚନ୍ଦ୍ର ସେନ, ଇଂଗ୍ରାଜୀ ଶିକ୍ଷାବିତ୍ ଡେଭିଡ ହାରେ ଓ ଜନ୍ ବେଥୁନ ଏବଂ ଅନ୍ୟମାନେ ଜଡିତ ହୋଇ ରହିଥିଲେ ।[୧]

ଟେଲିଭିଜନ କାର୍ଯ୍ୟକ୍ରମ ସମ୍ପାଦନା

ଏହି ଉପନ୍ୟାସକୁ ଆଧାର କରି (Sonex) ସୋନେକ୍ସର ସଫଳ ଧାରାବାହିକ "ସେହି ଦିନ" ବଙ୍ଗାଳୀରେ ନିର୍ମିତ ହୋଇଥିଲା । ଏହି ଉପନ୍ୟାସଟି ହିନ୍ଦୀରେ ଯୁଗାନ୍ତର ଭାବେ ପ୍ରକାଶିତ ହୋଇଥିଲା । ଯୁଗାନ୍ତର, ଏକ ଭାରତୀୟ ଟେଲିଭିଜନ ଧାରାବାହିକ ଯାହା ୧୯୮୦ ଦଶକରେ ଡିଡି ନ୍ୟାସନାଲରେ ପ୍ରସାରିତ ହୋଇଥିଲା । ଏହି ଧାରାବାହିକ Sei Somoy (ସେଇ ସୋମୋ) ଉପରେ ଆଧାରିତ ଥିଲା ।[୨] ୨୦୨୨ ମସିହାରେ ଉମା ରାଣ୍ଡେରିଆ (Uma Randeria)ଏହି ଉପନ୍ୟାସକୁ ନବ ୟୁଗ୍ନୁ ପରୋଧ (Nava Yugnu Parodh) ଭାବରେ ଗୁଜରାଟୀ ଭାଷାରେ ଅନୁବାଦ କରିଥିଲେ ।[୩]

ଆଧାର ସମ୍ପାଦନା

  1. "Those Days". Penguin Books India. Retrieved 24 October 2012.
  2. "Yugantar (Old Doordarshan TV Serial)". Free Online India (in ଆମେରିକୀୟ ଇଂରାଜୀ). Archived from the original on 2021-01-27. Retrieved 2021-01-19.
  3. Rao, D. S. (2004). Five Decades: The National Academy of Letters, India : a Short History of Sahitya Akademi. New Delhi: Sahitya Akademi. p. 48. ISBN 978-81-260-2060-7.