ସେଓଙ୍ଗ୍ ପୋଓ
ଭାରତରୁ ପ୍ରକାଶିତ ଏକମାତ୍ର ମାଣ୍ଡାରିନ ଭାଷାର ଖବରକାଗଜ
ସେଓଙ୍ଗ୍ ପୋଓ, ଭାରତରୁ ପ୍ରକାଶିତ ହେଉଥିବା ଏକମାତ୍ର ମାଣ୍ଡାରିନ ଭାଷାର ଖବରକାଗଜ ଥିଲା । ଏହାର ପ୍ରକାଶନ ୧୯୬୯ ମସିହାରୁ ଆରମ୍ଭ ହୋଇଥିଲା । ଲି’ ୟୁନ୍ ଚିନ୍ ଏହି ଖବରକାଗଜ ପ୍ରକାଶନ ଆରମ୍ଭ କରିଥିଲେ । ସେଓଙ୍ଗ୍ ପୋଓର ଇଂରାଜୀ ଅର୍ଥ "ଦି ଓଭର୍ ସି’ଜ୍ ଚାଇନିଜ୍ କମର୍ସ ଅଫ୍ ଇଣ୍ଡିଆ" । କୁଓ-ସାଇ ଚାଙ୍ଗ୍ ଏହି ଖବରକାଗଜର ଶେଷ ସମ୍ପାଦକ ଥିଲେ । ୨୦୨୦ ମସିହା ପର୍ଯ୍ୟନ୍ତ ୪ ପୃଷ୍ଠାବିଶିଷ୍ଟ ଏହି ଖବରକାଗଜର ନିୟମିତ ୨୦୦ ଖଣ୍ଡ ପ୍ରକାଶ ପାଉଥିଲା । କରୋନା ମହାମାରୀ ଯୋଗୁ ଏହି ଖବରକାଗଜର ପ୍ରକାଶନ ବନ୍ଦ ହୋଇଯାଇଥିଲା । ୨୦୨୦ ମସିହା ଜୁଲାଇ ମସିହାରେ କୁଓ-ସାଇ ଚାଙ୍ଗ୍ଙ୍କର ମୃତ୍ୟୁ ଘଟିଥିଲା । ‘ଚାଇନିଜ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ’ର ସଭାପତି ଚେନ୍ ୟାଓ ହୁଆଙ୍କ କହିବା ଅନୁସାରେ, ‘ମାଣ୍ଡାରିନ୍’ ଭାଷା ଶିକ୍ଷାର ଅଭାବ ହିଁ ଏହି ସମ୍ବାଦପତ୍ର ବନ୍ଦ ହେବା ପାଇଁ ଦାୟୀ ଥିଲା ।[୧][୨]
ମାଲିକ | ଚାଇନିଜ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ |
---|---|
ପ୍ରତିଷ୍ଠାତା | ଲି’ ୟୁନ୍ ଚିନ୍ |
ପ୍ରତିଷ୍ଠିତ | ୧୯୬୯ |
ଭାଷା | ମାଣ୍ଡାରିନ |
ମୁଖ୍ୟାଳୟ | କଲିକତା |
Circulation | ୨୦୦ |
ଆଧାର
ସମ୍ପାଦନା- ↑ "୫୦ ବର୍ଷ ପରେ ବନ୍ଦ ହେଲା କୋଲ୍କାତାରୁ ପ୍ରକାଶିତ ଭାରତର ଏକମାତ୍ର ଚୀନା ଖବରକାଗଜ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 25 May 2023. Retrieved 25 May 2023.
- ↑ "India's only Chinese daily from Kolkata stops printing, hope .. Read more at: timesofindia.indiatimes.com/articleshow/100405172.cms?utm_source=contentofinterest&utm_medium=text&utm_campaign=cppst". www.timesofindia.indiatimes.com. The Times of India. Archived from the original on 25 May 2023. Retrieved 25 May 2023.