ସୂର୍ଯ୍ୟସ୍ନାତ ତ୍ରିପାଠୀ

ଓଡ଼ିଆ କବି

ସୂର୍ଯ୍ୟସ୍ନାତ ତ୍ରିପାଠୀ (ଜନ୍ମ: ୧୯୯୧), ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାରପ୍ରାପ୍ତ[୧] ଓଡ଼ିଆ ସାହିତ୍ୟିକ ।[୨] ୨୦୧୭ ମସିହାରେ ନିଜ ପୁସ୍ତକ, "ଏ ସମ୍ପର୍କ ଏମିତି" ପାଇଁ ସେ ଏହି ପୁରସ୍କାର ଲାଭ କରିଥିଲେ ।[୩] ସୂର୍ଯ୍ୟସ୍ନାତ କବିତା, ନାଟକ ରଚନା ସହିତ ଚଳଚ୍ଚିତ୍ର ନିର୍ମାଣ ଓ ସଂଳାପ ରଚନାରେ ରୁଚି ରଖନ୍ତି ।

ସୂର୍ଯ୍ୟସ୍ନାତ ତ୍ରିପାଠୀ
ଜନ୍ମ (1991-04-11) ୧୧ ଅପ୍ରେଲ ୧୯୯୧ (ବୟସ ୩୩)
ଶିଶୁଆ, ୪୨ ମୌଜା, କଟକ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ପିତାମାତାସନ୍ତୋଷ କୁମାର ତ୍ରୀପାଠୀ
ଜ୍ୟୋତିର୍ମୟୀ ଦେବୀ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୧୭

ସୂର୍ଯ୍ୟସ୍ନାତ, ୧୯୯୧ ମସିହାରେ କଟକ ଜିଲ୍ଲାର ୪୨ ମୌଜା ଅନ୍ତର୍ଗତ ଶିଶୁଆ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ମେଧାବୀ ଛାତ୍ର ଥିଲେ । ୨୦୦୬ରେ ସେ ନୂଆବଜାର ହାଇସ୍କୁଲରୁ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରି ମାଟ୍ରିକ ପାସ କରିଥିଲେ ।[୪] ରେଭେନ୍ସା ମହାବିଦ୍ୟାଳୟରେ ପଢିବାବେଳେ, ଅଧ୍ୟାପିକା ମାଳବିକା ରାୟଙ୍କ ନିର୍ଦ୍ଦେଶରେ ସେ ମହାବିଦ୍ୟାଳୟର ପତ୍ରିକା ସୂର୍ଯ୍ୟସ୍ନାନ ପାଇଁ କବିତା ଲେଖିଥିଲେ । ସେହି କବିତା ଥିଲା ତାଙ୍କର ପ୍ରଥମ ପ୍ରକାଶିତ କବିତା । ସେ ହାଇଦ୍ରାବାଦରେ କାସ୍ ନାମକ ନାଟ୍ୟ ସଂସ୍ଥା ସହିତ ଜଡ଼ିତ । ଏହି ସଂସ୍ଥା ପାଇଁ ସେ ହିନ୍ଦୀ ଓ ଇଂରାଜୀରେ ନାଟକ ଲେଖନ୍ତି । ସେ ଏବେ ଆଇଆଇଟି ହାଇଦ୍ରାବାଦରେ ସେ ଇଲେକ୍ଟ୍ରିକାର ଇଞ୍ଜିନିୟରିଂରେ ପିଏଚଡ଼ି କରୁଛନ୍ତି ।[୫]

ରଚନାବଳୀ ସମ୍ପାଦନା

  • ଗଙ୍ଗଶିଉଳିର ଗପ[୬]
  • ଏ ସମ୍ପର୍କ ଏମିତି - ୨୦୧୫
  • ହଜାରେ ଜହ୍ନର ରାତି - ୨୦୧୪[୭]
  • ଗଙ୍ଗଶିଉଳିର ଗପ - ୨୦୧୭
  • ଅବୁଝା ଅକୁହା - ୨୦୧୯
  • କନୁପ୍ରିୟା(ଧର୍ମବୀର ଭାରତୀଙ୍କ ହିନ୍ଦୀ କବିତାର ଅନୁବାଦ)
  • ବୋତଲ ଅର୍ଜ ହେ(ନାଟକ)
  • ଲାଷ୍ଟ ଉଇସ୍(ନାଟକ)
  • ପାର୍ଡ଼ନ(ନାଟକ)
  • ଏ ଲଙ୍ଗ ଗୁଡ଼ବାୟ(ନାଟକ)
  • ମାଟି ମୁହାଁ(କ୍ଷୁଦ୍ର ଚଳଚ୍ଚିତ୍ର)

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର - ୨୦୧୭ (ଏ ସମ୍ପର୍କ ଏମିତି ପାଇଁ)[୮]
  • ଟାଇମପାସ ସ୍ୱୟଂଶ୍ରୀ ସମ୍ମାନ - ୨୦୧୮
  • ସୃଜନ ଯୁବ କବି ସମ୍ମାନ - ୨୦୧୮
  • ହାଜି ଅସର୍ଫ ଅଲ୍ଲୀ ଉଦୟ ପ୍ରତିଭା ସମ୍ମାନ - ୨୦୧୯[୯]

ଆଧାର ସମ୍ପାଦନା

  1. JagranJosh (26 July 2017). Current Affairs July 2017 eBook & Question Bank. JagranJosh. pp. 172–. GGKEY:7LNP9KN7AC0.
  2. "No money in regional language writing, say Sahitya Akademi Yuva Puraskar awardees". www.hindustantimes.com. Retrieved 22 February 2019.
  3. "Sahitya Academy Press Release 22 Jun 2017" (PDF). sahitya-akademi.gov.in. Sahitya Academy. Retrieved 22 February 2019. {{cite web}}: Cite has empty unknown parameter: |dead-url= (help)
  4. "Toppers list" (PDF). bseodisha.nic.in/. bse odisha. Retrieved 25 November 2019.
  5. "ନବାଲୋକ" (PDF). odishanewsnitidin.com. ନିତିଦିନ. Retrieved 22 February 2019. {{cite web}}: Cite has empty unknown parameter: |dead-url= (help)[permanent dead link]
  6. "ସୂର୍ଯ୍ୟସ୍ନାତ, ଶୁଭେନ୍ଦ୍ର ମୋହନଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର". sarbasadharana.com. ସର୍ବସାଧାରଣ. Retrieved 22 February 2019. {{cite web}}: Cite has empty unknown parameter: |dead-url= (help)
  7. "ଶୁଭେନ୍ଦୁ ଓ ସୂର୍ଯ୍ୟସ୍ନାତ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". www.pratinidhiodia.in. pratinidhi. Retrieved 22 February 2019.
  8. "କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବେ ଜୟନ୍ଦ୍ରଥ". www.dharitri.com. ଧରିତ୍ରୀ. Retrieved 22 February 2019.
  9. "Youth Post". odishapostepaper.com. odisha post. Retrieved 22 May 2019.