ସୂର୍ଯ୍ୟବର୍ମନ ୨

ଖେମର ସାମ୍ରାଜ୍ୟର ରାଜା

ସୂର୍ଯ୍ୟବର୍ମନ ୨ (Khmer: សូរ្យវរ្ម័នទី២) ଯିଏକି ମୃତ୍ୟୁ ପରେ ପରମ‌ବିଷ୍ଣୁଲୋକ ଭାବରେ ନାମିତ ହୋଇଥିଲେ, ଜଣେ ଖେମର ସାମ୍ରାଜ୍ୟର ରାଜା ଥିଲେ । ସେ ୧୧୧୩ ଶତାବ୍ଦୀରୁ ୧୧୪୫-୧୧୫୦ ମଧ୍ୟରେ ରାଜତ୍ୱ କରିଥିଲେ । ସେ ତାଙ୍କର ରାଜତ୍ୱ ସମୟରେ ଅଙ୍ଗୋର ବାଟର ନିର୍ମାଣ କରିଥିଲେ । ଅଙ୍ଗୋକର ବାଟ ହେଉଛି ଦୁନିଆର ସବୁଠୁ ବଡ଼ ଧାର୍ମିକ ପୀଠ ଯାହାକୁ ସେ ଭଗବାନ ବିଷ୍ଣୁଙ୍କୁ ସମର୍ପିଥିଲେ । ତାଙ୍କର ଶାସନକାଳରେ ବିଶାଳ ବାସ୍ତୁକଳା, ଅସାଧ୍ୟ ସୈନ୍ୟଚାଳନା ତ‌ଥା ବଳିଷ୍ଠ ଏବଂ ସୁଶାସନ ପାଇଁ ସେ ଇତିହାସ ଫର୍ଦ୍ଦରେ ଖେମର ସାମ୍ରାଜ୍ୟର ଶ୍ରେଷ୍ଠ ରାଜା ଭାବରେ ସ୍ଥାନ ପାଇଛନ୍ତି ।

ସୂର୍ଯ୍ୟବର୍ମନ ୨
ଖେମର ସାମ୍ରାଜ୍ୟର ରାଜା

ଅଙ୍ଗକୋର ବାଟରେ ରାଜା ସୂର୍ଯ୍ୟବର୍ମନଙ୍କ ବିଷୟରେ ଉଲ୍ଲେଖ କରାଯାଇଛି ।
Reign ୧୧୧୩-୧୧୪୫/୧୧୫୦
Predecessor ଧରାଇନ୍ଦ୍ରବର୍ମନ ୧
Successor ଧରାଇନ୍ଦ୍ରବର୍ମନ ୨
ସମ୍ପୂର୍ଣ୍ଣ ନାମ
ସୂର୍ଯ୍ୟବର୍ମନ
Posthumous name
ପରମ‌ବିଷ୍ଣୁଲୋକ
ବାପା କ୍ଷତିନ୍ଦ୍ରାଦିତ୍ୟ
ମାଆ ନରେନ୍ଦ୍ରଲକ୍ଷ୍ମୀ
ଜନ୍ମ ୧୧ଶହ ଶତାବ୍ଦୀ
ଅଙ୍ଗକୋର
ମୃତ୍ୟ ୧୧୪୫/୧୧୫୦
ଅଙ୍ଗକୋର
ଧର୍ମ ବୈଷ୍ୟ (ହିନ୍ଦୁ ଧର୍ମ)

ପ୍ରାରମ୍ଭିକ ବର୍ଷସମ୍ପାଦନ କରନ୍ତୁ

ଖେମର ସାମ୍ରାଜ୍ୟର କେନ୍ଦ୍ରୀୟ ନିୟନ୍ତ୍ରଣ ଦୁର୍ବଳ ହୋଇଥିବା କାରଣରୁ ସୂର୍ଯ୍ୟବର୍ମନ ଏକ ପ୍ରାଦେଶିକ ଅଞ୍ଚଳରେ ବଡ଼ ହୋଇଥିବା ଅନୁମାନ କରାଯାଏ । ରାଜା ସୂର୍ଯ୍ୟବର୍ମନଙ୍କଦ୍ୱାରା ନିର୍ମିତ ଶିଳାଲେଖରେ ସେ ତାଙ୍କର ପିତାଙ୍କୁ କ୍ଷତିନ୍ଦ୍ରାଦିତ୍ୟ ରୂପ ଏବଂ ତାଙ୍କର ମାଆଙ୍କୁ ନରେନ୍ଦ୍ରଲକ୍ଷ୍ମୀ ରୂପେ ସୂଚିବଦ୍ଧ କରିଛନ୍ତି । ଜଣେ ଯୁବ ରାଜକୁମାର ହିସାବରେ ସେ ଶକ୍ତି ପାଇଁ ମୋହଗ୍ରସ୍ତ ଥିଲେ ଏବଂ ସିଂହାସନ ଉପରେ ନିଜର ଦାବି ଉପସ୍ଥାପନ କରିଥିଲେ । ଅନ୍ୟ ଏକ ଶିଳାଲେଖ ଅନୁସାରେ ସେ ତାଙ୍କର ବିଦ୍ୟା ଆହରଶ ଶେଷ ପରେ ତାଙ୍କର ରାଜକୀୟ ସଂସ୍କୃତି ଏବଂ ପରମ୍ପରାକୁ ଉଦ୍ଜୀବିତ କରିଥିଲେ ଏବଂ ରାଜ ପରିବାରର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିଲେ । ସେ ହର୍ଷବର୍ମନ ୩ଙ୍କ ସୀମାରେ ପ୍ରତିଦ୍ୱନ୍ଦି ଭାବରେ ଲଢ଼ିଥିଲେ । ହର୍ଷବର୍ମନ ୩, ସମ୍ଭବତଃ ନୃପତିବର୍ମନ ଯିଏକି ଦାକ୍ଷିଣାତ୍ୟର ଶାସନ‌କୁ ଅନେକାଂଶରେ ପ୍ରଭାବିତ କରିଥିଲେ । ସେ ତାଙ୍କର ପିତାଙ୍କର ବଡ଼ ଭାଇ ଧରଣନ୍ଦ୍ରବର୍ମନଙ୍କୁ ବୟସ୍କ ଦୃଷ୍ଟିରୁ ସମ୍ମାନ ପାଇଁ ରାଜା ଭାବରେ ଏହି ବିଜୟୀ ଅଞ୍ଚଳ ପ୍ରଦାନ କରିଥିଲେ । ଏକ ଶିଳାଲେଖ ଅନୁସାରେ ସେ ତାଙ୍କର ସୈନ୍ୟବାହିନୀ ସ‌ହ ମହାସାଗର କୂଳରେ ଏକ ଭୟଙ୍କର ଯୁଦ୍ଧର ସାମ୍ନା କରିଥିଲେ । ସେ ଶତ୍ରୁପକ୍ଷର ରାଜାଙ୍କୁ ଏକ ହାତୀଦ୍ୱାରା ହତ୍ୟା କରିଥିଲେ । ଗରୁଡ଼ ଯେମିତି ପାହାଡ଼ ଶିଖରେ ଥିବା ସର୍ପର ହତ୍ୟା କରେ, ସେହିପରି ସେ ସେହି ରାଜାଙ୍କୁ ହାତୀଦ୍ୱାରା ଆକ୍ରମଣ କରି ହତ୍ୟା କରିଥିଲେ ।[୧] ମାତ୍ର ଏହି ଘଟଣାକୁ ଅନେକ ବିଦ୍ୱାନ ସତ ବୋଲି ମାନନ୍ତି ନାହିଁ, କାରଣ ଦାକ୍ଷିଣ ଅଞ୍ଜଳର ରାଜା ଧରଣବର୍ମନଙ୍କ ମୃତ୍ୟୁ ବିଷୟରେ ସେପରି କୌଣସି ଇତିହାସ ନାହିଁ । ସୂର୍ଯ୍ଯବର୍ମନ ଦକ୍ଷିଣ ଭାରତର ଚୋଳ ସାମ୍ରାଜ୍ୟ ଉପରେ ମଧ୍ୟ ନିଜର ସୈନ୍ୟବାହିନୀ ଧରି ଆକ୍ରମଣ କରିଥିଲେ ମାତ୍ର ପରେ ସେ ଚୋଳ ରାଜା କୁଳଥୁଙ୍ଗା ଚୋଳ ୧ଙ୍କ ସ‌ହ ୧୧୧୪ରେ ସନ୍ଧି କରିଥିଲେ ଏବଂ ତାଙ୍କୁ ଏକ ବ‌ହୁମୂଲ୍ୟ ପଥର ପ୍ରଦାନ କରିଥିଲେ ।[୨]

ମୃତ୍ୟୁ ଏବଂ ଉତ୍ତରାଧିକାରୀସମ୍ପାଦନ କରନ୍ତୁ

ଶିଳାଲେଖର ପ୍ରାମାଣ ଅନୁସାରେ ସୂର୍ଯ୍ୟବର୍ମନ ୨ଙ୍କର ମୃତ୍ୟୁ ୧୧୪୫ରୁ ୧୧୫୦ ମସିହା ମଧ୍ୟରେ ହୋଇଥିଲା, ସମ୍ଭବତଃ ଚମ୍ପା ବିରୁଦ୍ଧରେ ଏକ ସୈନ୍ୟଚାଳନାରେ ତାଙ୍କର ମୃତ୍ୟୁ ହୋଇଥିଲା । ରାଜାଙ୍କର ମାଆଙ୍କର ଭାଇର ପୁଅ, ମାମୁଁ ପୁଅ ଭାଇ, ଧରଣିନ୍ଦ୍ରବର୍ମନ ୨ ରାଜାଙ୍କ ପରେ ରାଜଗାଦୀ ସମ୍ଭାଳିଥିଲେ । ଏହାପରେ ଦୁର୍ବଳ ରାଜନୀତି ଏବଂ ଶାଶନର ଆରମ୍ଭ ହେଲେ ଆଉ ସଭିଏଁ ବିବାଦୀୟ ହୋଇପଡ଼ିଥିଲେ ।[୩]:୧୨୦

ସୂର୍ଯ୍ୟବର୍ମନଙ୍କ ମୃତ୍ୟୁପରେ ତାଙ୍କର ନାମ ପରମ‌ବିଷ୍ଣୁଲୋକ ଦିଆଯାଇଥିଲା । ସେ ବିଷ୍ଣୁଙ୍କର ବୈକୁଣ୍ଠପୁର ବିଜେ କରିଥିଲେ ବୋଲି ଅନେକ ମାନନ୍ତି ଏବଂ ତାଙ୍କର ମୃତ୍ୟୁ ପରେ ସେ ଆରମ୍ଭ କରିଥିବା ଅଙ୍ଗକୋର ବତର ନିର୍ମାଣ କାର୍ଯ୍ୟ ହିଁ ଶେଷ ହୋଇଥିଲା ।[୩]:୧୧୮

ଅଙ୍ଗକୋର ବତରେ ଥିବା ଅତ୍ୟାଧୁନିକ ଅଦାଲତ ଏକ ଅବିକଳ ରୂପରେଖ ସିଏମ୍ ରିପ୍ ବିମାନ ବନ୍ଦରରେ ନିର୍ମାଣ ହୋଇଛି, ଯାହାକୁ ସେହି ବିମାନ ବନ୍ଦର ଦେଇ ଯାଉଥିବା ଯାତ୍ରୀମାନେ ଉପଭୋଗ କରିପାରିବେ । ଏହି ରୂପରେଖ ୯ ଶତାବ୍ଦୀ ତଳେ ସୂର୍ଯ୍ୟବର୍ମନ ନିର୍ମାଣ କରିଥିବା ଅଙ୍ଗକୋର ବତର ଅବିକଳ ନ‌କଲ ଭଳି ହିଁ ଦୃଶ୍ୟମାନ ହୁଏ ।

ଲୋକପ୍ରିୟ ସଂସ୍କୃତିସମ୍ପାଦନ କରନ୍ତୁ

ସୂର୍ଯ୍ୟବର୍ମନ ୨ଙ୍କୁ ଏକ ଭିଡ଼ିଓ ଗେମ୍‌ରେ ତାଙ୍କ ସଭ୍ୟତାର ନେତା ଭାବରେ ଦେଖାଯାଇଥିଲା । ୨୦୦୭ର କମ୍ପୁଟର ଭିଡ଼ିଓ ଗେମ୍ ସିଭିଲାଇଜେସନ୍ ୪: ବିୟଣ୍ଡ ଦ ସ୍ୟାଡୋରେ ସୂର୍ଯ୍ୟବର୍ମନଙ୍କ ବିଷୟରେ ହିଁ ନିର୍ମାଣ କରାଯାଇଥିଲା । ଏହି ଗେମ୍‌ରେ ରାଜା ସୂର୍ଯ୍ୟବର୍ମନ ୨ଙ୍କୁ ଖେମର ସାମ୍ରାଜ୍ୟର ଜଣେ ଦକ୍ଷ, କୁଶଳୀ ଏବଂ ବୀର ଅଧିପତି ଭାବରେ ଦେଖାଯାଇଛି ।

ଆଧାରସମ୍ପାଦନ କରନ୍ତୁ

  1. Briggs, "The Ancient Khmer Empire," p. 187.
  2. A History of India Hermann Kulke, Dietmar Rothermund: p.125
  3. ୩.୦ ୩.୧ Higham, C., 2001, The Civilization of Angkor, London: Weidenfeld & Nicolson, ISBN 9781842125847

ବାହାର ଆଧାରସମ୍ପାଦନ କରନ୍ତୁ