ସୂଚନା କମିଶନ ଭାରତର ନାଗରିକଙ୍କୁ ବିଭିନ୍ନ ସରକାରୀ, ଅର୍ଦ୍ଧ-ସରକାରୀ ଓ ସରକାରୀ ସାହାଯ୍ଯପ୍ରାପ୍ତ ସଂସ୍ଥାମାନଙ୍କ ବିଷୟରେ ଆବଶ୍ୟକୀୟ ସୂଚନା ଯୋଗାଇଦେବା ପାଇଁ ଗଠିତ ସର୍ବୋଚ୍ଚ କ୍ଷମତାପ୍ରାପ୍ତ ଆୟୋଗ। ଏହାର ଗଠନ ସୂଚନା ଅଧିକାର ଅଧିନିୟମ ଅନୁସାରେ ହୋଇଛି। ଏହାର ମୁଖ୍ଯାଳୟ ରାଜଧାନୀ ନୂଆଦିଲ୍ଲୀରେ ଅବସ୍ଥିତ।

କେନ୍ଦ୍ରୀୟ ସୂଚନା କମିଶନରେ ଜଣେ ମୁଖ୍ଯ ସୂଚନା କମିଶନର୍ ଓ ଅତି ବେଶୀରେ ଦଶ ଜଣ ଅନ୍ଯ ସୂଚନା କମିଶନର୍ ରହିପାରିବେ। ଏମାନେ ଭାରତର ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତ ହୋଇଥାନ୍ତି। ରାଜ୍ଯ ସୂଚନା କମିଶନର ସଦସ୍ଯ ସଂଖ୍ଯା ଉକ୍ତ ରାଜ୍ଯର ସୂଚନା ଅଧିନିୟମ ଅନୁସାରେ ସ୍ଥିରୀକୃତ ହୋଇଥାଏ। ରାଜ୍ଯ ସୂଚନା କମିଶନରମାନେ ରାଜ୍ଯପାଳଙ୍କଦ୍ୱାରା ନିଯୁକ୍ତ ହୋଇଥାନ୍ତି।

ସୂଚନା କମିଶନର ସମସ୍ତ ଖର୍ଚ୍ଚ ସରକାର ବହନ କରିଥାନ୍ତି। ହେଲେ ସୂଚନା ଅଧିନିୟମ ଅନୁସାରେ ସୂଚନା କମିଶନ ସରକାରଙ୍କ ନିୟନ୍ତ୍ରଣରୁ ମୁକ୍ତ ଅଟେ।

ଆଧାର ସମ୍ପାଦନା

ସନ୍ଦର୍ଭ ସମ୍ପାଦନା