ସୁସାନ୍ ବ୍ୟାସ୍ନେଟ୍


ସୁସାନ ବ୍ୟାସନେଟ ଜଣେ ଅନୁବାଦ ସିଦ୍ଧାନ୍ତବାଦୀ ଏବଂ ତୁଳନାତ୍ମକ ସାହିତ୍ୟର ବିଦ୍ୱାନ ଅଟନ୍ତି। ସେ ଦଶ ବର୍ଷ ପାଇଁ ୱାରୱିକ୍ ବିଶ୍ୱବିଦ୍ୟାଳୟରେ ପ୍ରୋ-ଭାଇସ ଚାନ୍ସେଲର ରୂପେ କାର୍ଯ କଲେ ଏବଂ ଏହାର ଅନୁବାଦ ତୁଳନାତ୍ମକ ସାଂସ୍କୃତିକ ଅଧ୍ୟୟନ କେନ୍ଦ୍ରରେ ପଢେଇଲେ, ଯାହା ୨୦୦୯ରେ ବନ୍ଦ ହୋଇଗଲା। ୨୦୧୬ ପର୍ଯ୍ୟନ୍ତ, ଗ୍ଲାସଗୋ ଏବଂ ୱରୱିକ୍ ବିଶ୍ୱବିଦ୍ୟାଳୟରେ ସେ ତୁଳନାତ୍ମକ ସାହିତ୍ୟର ଅଧ୍ୟାପକ ଥିଲେ।[୧] ୟୁରୋପରେ ଶିକ୍ଷିତ ହୋଇ ସେ ଇଟାଲୀରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ ଏବଂ ୟୁନାଇଟେଡ ଷ୍ଟେଟର ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥିଲେ। ୨୦୦୭ ମସିହାରେ, ସେ ରୟାଲ ସୋଶାଇଟୀ ଅଫ ଲିଟରେଚରର ସହକର୍ମୀ ଭାବେ ନିର୍ବାଚିତ ହୋଇଥିଲେ।[୨]

ପ୍ରାଥମିକ ଜୀବନ ଏବଂ ଶିକ୍ଷା ସମ୍ପାଦନା

ବ୍ୟାସନେଟ ୨୧ ଅକ୍ଟୋବର ୧୯୪୫ରେ ଜନ୍ମଗ୍ରହଣ କରିଥିଲେ। ସେ ମଞ୍ଚେଷ୍ଟର ବିଶ୍ୱବିଦ୍ୟାଳୟରେ ଇଂରାଜୀ ଏବଂ ଇଟାଲୀୟ ଅଧ୍ୟୟନ କରିଥିଲେ ଏବଂ ୧୯୬୮ ମସିହାରେ ସ୍ନାତକୋତ୍ତର (ବି.ଏ) ଡିଗ୍ରୀ ହାସଲ କରିଥିଲେ । ସେ ଲାନ୍କାଷ୍ଟର ବିଶ୍ୱବିଦ୍ୟାଳୟରେ, ଫ୍ରେଞ୍ଚ‌ରେ ପିଏଚଡ଼ି ଅଧ୍ୟୟନ କଲେ ଯାହା ସେ ୧୯୭୫ରେ ସମାପ୍ତ କରିଥିଲେ ।[୩]

ଏକାଡେମିକ୍ କ୍ୟାରିଅର୍ ସମ୍ପାଦନା

ବ୍ୟାସନେଟ୍ ୧୯୬୮ରୁ ୧୯୭୨ ପର୍ଯ୍ୟନ୍ତ ରୋମ୍ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଭାବରେ ତାଙ୍କର ଏକାଡେମିକ୍ କ୍ୟାରିଅର୍ ଆରମ୍ଭ କରିଥିଲେ । ତା’ପରେ ସେ ୧୯୭୨ରୁ ୧୯୭୬ ପର୍ଯ୍ୟନ୍ତ ଲାନ୍କାଷ୍ଟର ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଭାବରେ ଇଂଲଣ୍ଡକୁ ଫେରିଥିଲେ । ୧୯୭୬ ମସିହାରେ ସେ ୱାରୱିକ୍ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ ଏବଂ ୧୯୮୫ରେ ଅନୁବାଦ ଏବଂ ତୁଳନାତ୍ମକ ସାଂସ୍କୃତିକ ଅଧ୍ୟୟନ କେନ୍ଦ୍ର ପ୍ରତିଷ୍ଠା କରିଥିଲେ । ସେ ୧୯୮୯ରେ ପ୍ରାଧ୍ୟାପକ (ରିଡର୍) ଭାବରେ ପଦୋନ୍ନତି ପାଇଥିଲେ ଏବଂ ୧୯୯୨ରେ ତୁଳନାତ୍ମକ ସାହିତ୍ୟର ପ୍ରଫେସର ଭାବରେ ନିଯୁକ୍ତ ହୋଇଥିଲେ। ୧୯୯୭ରୁ ୨୦୦୩ ପର୍ଯ୍ୟନ୍ତ ଏବଂ ୨୦୦୫ରୁ ୨୦୦୯ ପର୍ଯ୍ୟନ୍ତ ସେ ଦୁଇଥର ବିଶ୍ୱବିଦ୍ୟାଳୟର କୁଳପତି ଭାବରେ କାର୍ଯ୍ୟ କରିଥିଲେ । ସେ ୨୦୧୬ରେ ୱାରୱିକ‌ରୁ ଅବସର ନେଇଥିଲେ ଏବଂ ତାଙ୍କୁ ପ୍ରଫେସର ଏମିରିଟା କରାଯାଇଥିଲା। ଅବସର ସମୟରେ ସେ ୨୦୧୫ ମସିହାରୁ ଗ୍ଲାସ୍ଗୋ ବିଶ୍ୱବିଦ୍ୟାଳୟରେ ତୁଳନାତ୍ମକ ସାହିତ୍ୟର ପ୍ରଫେସର ଭାବରେ ନିଯୁକ୍ତ ରହିଆସିଛନ୍ତି।

ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନା

ତାଙ୍କର କୋଡ଼ିଏରୁ ଅଧିକ ପୁସ୍ତକ ମଧ୍ୟରେ ଅନେକ ସାହିତ୍ୟ ସମାଲୋଚନା କ୍ଷେତ୍ରରେ ବିଶେଷ ଭାବରେ, "ଅନୁବାଦ ଅଧ୍ୟୟନ" (୧୯୮୦) ଏବଂ ତୁଳନାତ୍ମକ ସାହିତ୍ୟ (୧୯୯୩)ର ମୁଖ୍ୟ ସ୍ଥାନ ପାଲଟିଛନ୍ତି | ୨୦୦୯ ମସିହାରେରେ ଟେଡ୍ ହ୍ୟୁଜ୍ ଉପରେ ଏକ ପୁସ୍ତକ ପ୍ରକାଶିତ ହୋଇଥିଲା। ବ୍ୟାସ୍ନେଟ‌ଦ୍ୱାରା ସମ୍ପାଦିତ ଅନ୍ୟ ଏକ ପୁସ୍ତକ ହେଉଛି "ନାଇଭ୍ସ୍ ଆଣ୍ଡ ଅଞ୍ଜେଲ୍ସ: ଓମେନ୍ ରାଇଟର୍ସ୍ ଇନ୍ ଲାଟିନ ଆମେରିକା" ପୁସ୍ତକ ପ୍ରୋଜେକ୍ଟରେ ଅନେକ ବୁଦ୍ଧିଜୀବୀଙ୍କ ସହ ବ୍ୟାସନେଟଙ୍କ ସହଯୋଗ ଭଲ ଭାବରେ ଗ୍ରହଣ କରାଯାଇଛି |[୪] 2006 ରେ, ସେ ପିଟର ବୁଶଙ୍କ ସହ "ଦ ଟ୍ରନ୍ସସ୍ଲେଟର ଆଜ୍ ରାଇଟର"-ସମ୍ପାଦନା କରିଥିଲେ। ତାଙ୍କ ବିଦ୍ୱାନ କାର୍ଯ୍ୟ ବ୍ୟତୀତ, ବ୍ୟାସ୍ନେଟ୍ କବିତା ଲେଖନ୍ତି ଯାହା "ଏକ୍ସଚେଞ୍ଜିଙ୍ଗ ଲାଇଭସ୍: ପୋଇମ୍ସ ଆଣ୍ଡ ଟ୍ରନ୍ସସ୍ଲେସନ୍" (୨୦୦୨) ଭାବରେ ପ୍ରକାଶିତ ହୋଇଥିଲା |

ବ୍ୟକ୍ତିଗତ ଜୀବନ ସମ୍ପାଦନା

କ୍ଲାଇଭ ବାର୍କର, ବ୍ୟାସନେଟଙ୍କ ଦୀର୍ଘକାଳୀନ ପାଟନର୍ ତଥା ୱାରୱିକ୍ ଥିଏଟର ଅଧ୍ୟୟନ ଏକାଡେମିକ୍ ୨୦୦୫ରେ ମୃତ୍ୟୁବରଣ କରିଥିଲେ ।

ReplyForward
  1. "Interview with Susan Bassnett". Translation Today. 2019. ISSN 0972-8740.
  2. "Royal Society of Literature". web.archive.org. 2011-09-27. Archived from the original on 2011-09-27. Retrieved 2023-03-09.
  3. "Bassnett, Prof. Susan Edna, (born 21 Oct. 1945), writer; Professor of Comparative Literature, University of Glasgow, since 2015; Professor of Comparative Literature, University of Warwick, 1992–2016, now Emerita (Pro-Vice-Chancellor, 1997–2003 and 2005–09)". WHO'S WHO & WHO WAS WHO (in ଇଂରାଜୀ). Retrieved 2023-03-09.
  4. Bassnett, Susan (1990-06-01). Knives and Angels: Women Writers in Latin America (in ଇଂରାଜୀ). Bloomsbury Academic. ISBN 978-0-86232-874-0.