ସୁଶାନ୍ତ ସିଂହ ରାଜପୁତ
ସୁଶାନ୍ତ ସିଂହ ରାଜପୁତ (୨୧ ଜାନୁଆରୀ ୧୯୮୬ – ୧୪ ଜୁନ ୨୦୨୦) ଜଣେ ଭାରତୀୟ ଅଭିନେତା, ନୃତ୍ୟକାର ଏବଂ ଉଦ୍ୟୋଗପତି ଥିଲେ ।[୫] ସୁଶାନ୍ତ ତାଙ୍କର ଅଭିନୟ ଜୀବନ ଦୂରଦର୍ଶନ ଧାରାବାହିକରୁ ଆରମ୍ଭ କରିଥିଲେ ।[୬] ୨୦୦୮ ମସିହାରେ ସେ ଷ୍ଟାର ପ୍ଲସ୍ର ରୋମାଣ୍ଟିକ୍ ଡ୍ରାମା କିସ୍ ଦେଶ୍ ମେ ହୈ ମେରା ଦିଲ୍ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହାପରେ ସେ ଜୀ ଟିଭିରେ ପ୍ରସାରିତ ଧାରାବାହିକ ପବିତ୍ର ରିସ୍ତାରେ ଅଭିନୟ କରିଥିଲେ, ଯେଉଁଥିରେ ତାଙ୍କ ଭୂମିକାକୁ ଅନେକ ଦର୍ଶକ ପସନ୍ଦ କରିବା ସହ ତାଙ୍କୁ ଦୂରଦର୍ଶନ ଜଗତରେ ଅନେକ ପୁରସ୍କାର ମିଳିଥିଲା ।
ସୁଶାନ୍ତ ସିଂହ ରାଜପୁତ | |
---|---|
ଜନ୍ମ |
| ୨୧ ଜାନୁଆରୀ ୧୯୮୬
ମୃତ୍ୟୁ | ୧୪ ଜୁନ ୨୦୨୦[୩] | (ବୟସ ୩୪)
ମୃତ୍ୟୁର କାରଣ | ଫାଶୀଦ୍ୱାରା ଆତ୍ମହତ୍ୟା[୪] |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଦିଲ୍ଲୀ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ |
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୨୦୦୮–୨୦୨୦ |
ରାଜପୁତ ୨୦୧୩ ମସିହାରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ହିନ୍ଦୀ କଥାଚିତ୍ର ଥିଲା କାଇ ପୋ ଚେ!, ଯାହା ପାଇଁ ତାଙ୍କୁ ଫିଲ୍ମ ଫେୟାରରେ ଶ୍ରେଷ୍ଠ ନବାଗତ ନାୟକ ପାଇଁ ମନୋନୀତ ହୋଇଥିଲେ । ଏହାପରେ ସେ ସୁଦ୍ଧ୍ ଦେଶୀ ରୋମାନ୍ସ (୨୦୧୩), ଡିଟେକ୍ଟିଭ୍ ବ୍ୟୋମକେଶ ବକ୍ସି (୨୦୧୫) ଭଳି କଥାଚିତ୍ରରେ ଅଭିନୟ କରିଥିଲେ । ୨୦୧୪ ମସିହାରେ ସେ ହିନ୍ଦୀ କଥାଚିତ୍ର ଜଗତରେ ସର୍ବାଧିକ ଆୟ କରିଥିବା କଥାଚିତ୍ର ପିକେରେ ଏକ ସହକାରୀ ଭୂମିକାରେ ଅଭିନୟ କରିଥିଲେ । ସୁଶାନ୍ତ ସିଂ ରାଜପୁତ ୨୦୧୬ ମସିହାରେ ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ଏମ୍.ଏସ୍. ଧୋନି: ଦ ଅନ୍ଟୋଲ୍ଡ ଷ୍ଟୋରୀରେ ଅଭିନୟ କରିଥିଲେ, ଯାହାପାଇଁ ସେ ଅନେକ ସଫଳତା ଓ ଲୋକପ୍ରିୟତା ସାଉଁଣ୍ଟିଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ଅଭିନୟ ପାଇଁ ସେ ଫିଲ୍ମଫେୟାର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତା ଭାବରେ ମନୋନୀତ ହୋଇଥିଲେ ।[୭][୮] ୨୦୧୮ ମସିହାରେ ତାଙ୍କ ଅଭିନୀତ କଥାଚିତ୍ର କେଦାରନାଥ ଓ ୨୦୧୯ର ଚିଛୋରେ ବଡ଼ ବ୍ୟବସାୟିକ ସଫଳତା ପାଇବା ସହ ସେ ହିନ୍ଦୀ କଥାଚିତ୍ର ଜଗତର ଆଗଧାଡ଼ିର କଳାକାର ଭିତରେ ଗଣା ହେଲା ।[୯][୧୦][୧୧]
ଭାରତ ସରକାରଙ୍କ ନୀତି ଆୟୋଗ ତାଙ୍କୁ ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ବିଜ୍ଞାପନ ପାଇଁ ନିଯୁକ୍ତ କରିଥିଲେ ।[୧୨][୧୩] ସୁଶାନ୍ତ ଅଭିନୟ ବ୍ୟତୀତ କିଛି ସେବା ସଂସ୍ଥା ସହ ଜଡ଼ିତ ଥିଲେ ।[୧୪] ତାଙ୍କର ନିଜସ୍ୱ କାର୍ଯ୍ୟ ସୁଶାନ୍ତ ଫର୍ ଏଜୁକେସନ୍[୧୫][୧୬] (Sushant4Education) ଜରିଆରେ ଯୁବ ବିଦ୍ୟାର୍ଥୀମାନଙ୍କର ପାଠପଢ଼ାରେ ସାହାଯ୍ୟ କରୁଥିଲେ ।[୧୭][୧୮] ୨୦୨୦ ମସିହାର ଜୁନ ୧୪ ତାରିଖରେ ମାତ୍ର ୩୪ ବର୍ଷ ବୟସରେ ସୁଶାନ୍ତ ସିଂହ ରାଜପୁତ ମୁମ୍ବାଇରେ ବାଣ୍ଡ୍ରାସ୍ଥିତ ନିଜସ୍ୱ ବାସଭବନରେ ଆତ୍ମହତ୍ୟା କରିଥିଲେ ।[୧୯]
ଅଭିନୟ ଜୀବନ
ସମ୍ପାଦନାଅଭିନୀତ କଥାଚିତ୍ର
ସମ୍ପାଦନା- ୨୦୧୩ - କାଇ ପୋ ଚେ
- ୨୦୧୩ - ସୁଦ୍ଧ୍ ଦେଶୀ ରୋମାନ୍ସ
- ୨୦୧୪ - ପିକେ
- ୨୦୧୫ - ଡିଟେକ୍ଟିଭ୍ ବ୍ୟୋମକେଶ ବକ୍ସି
- ୨୦୧୬ - ଏମ୍.ଏସ୍. ଧୋନି: ଦ ଅନ୍ଟୋଲ୍ଡ ଷ୍ଟୋରୀ
- ୨୦୧୭ - ରାବତା
- ୨୦୧୮ - ୱେଲ୍କମ୍ ଟୁ ନ୍ୟୁୟର୍କ (ଅତିଥି କଳାକାର)
- ୨୦୧୮ - କେଦାରନାଥ
- ୨୦୧୯ - ସଞ୍ଚିରିୟା
- ୨୦୧୯ - ଛିଚୋରେ
- ୨୦୧୯ - ଡ୍ରାଇଭ୍
- ୨୦୨୦ - ଦିଲ୍ ବେଚାରା
ଅଭିନୀତ ଧାରାବାହିକ
ସମ୍ପାଦନା- ୨୦୦୮ - କିସ୍ ଦେଶ୍ ମେ ହୈ ମେରା ଦିଲ୍
- ୨୦୦୯ - ପବିତ୍ର ରିସ୍ତା
ରିଆଲିଟି ଶୋ
ସମ୍ପାଦନା- ୨୦୧୦ - ଜରା ନାଚ୍କେ ଦିଖା (ପ୍ରତିଯୋଗୀ)
- ୨୦୧୧ - ଝଲକ୍ ଦିଖ୍ଲା ଜା (ପ୍ରତିଯୋଗୀ)
ଗୀତରେ ଅଭିନୟ
ସମ୍ପାଦନା- ୨୦୧୭ - ପାସ୍ ଆଓ
ଆଧାର
ସମ୍ପାଦନା- ↑ Shruti Shiksha (21 January 2018). "'Happy Birthday, Sushant Singh Rajput. Keep That Childlike Smile Always Alive,' Tweets Kriti Sanon". NDTV. Retrieved 6 December 2018.
- ↑ Gupta, Priya (20 January 2013). "Madhuri wanted to learn dance from me: Sushant". The Times of India. Retrieved 7 July 2016.
- ↑ "Sushant Singh Rajput commits suicide at Mumbai home". India Today. 14 June 2020. Retrieved 14 June 2020.
- ↑ "Sushant Singh Rajput commits suicide at Mumbai home". India Today. 14 June 2020. Retrieved 14 June 2020.
- ↑ "All you need to know about Shuddh Desi Romance star Sushant Singh Rajput- Entertainment News, Firstpost". Firstpost. 4 September 2013. Retrieved 23 December 2019.; "Kedarnath actor Sushant Singh Rajput turns entrepreneur with Innsaei". The Indian Express (in ଆମେରିକୀୟ ଇଂରାଜୀ). 18 May 2018. Retrieved 13 August 2018.; "Sushant Singh Rajput donates Rs 1 crore as aid for Kerala on behalf of a fan. Read details". Hindustan Times (in ଇଂରାଜୀ). 22 August 2018. Retrieved 14 September 2018.; "After Donating 1 Crore to Kerala, Sushant Singh Rajput Gives Rs 1.25 Crore for Nagaland Relief Fund". News18. Retrieved 14 September 2018.; "Sushant Singh Rajput visits blind school in Ranchi, embraces kid after his singing act—Watch". Zee News (in ଇଂରାଜୀ). 22 August 2018. Retrieved 14 September 2018.
- ↑ "Sushant Singh Rajput death: Friend shares his anecdotes of Sushant, the seeker and actor".; "Sushant Singh Rajput was always full of life, Remo D'souza".
- ↑ "Not Trying To Glorify MS Dhoni: Sushant Singh Rajput Opens Up About His Upcoming Film". CNN-News18. Indo-Asian News Service. 18 September 2016. Retrieved 4 October 2016.
- ↑ Express Web Desk (3 October 2016). "MS Dhoni The Untold Story box office collection day 10: Sushant Singh Rajput-starrer mints Rs 66 cr". The Indian Express. Retrieved 4 October 2016.
- ↑ "Chhichhore box office collection: Sushant-Shraddha film crosses Rs 150 crore". The Indian Express (in ଆମେରିକୀୟ ଇଂରାଜୀ). 7 October 2019. Retrieved 23 December 2019.
- ↑ "Chhichhore achieves another milestone, Sushant Singh Rajput film crosses Rs 150 crore". India Today. 7 October 2019. Retrieved 23 December 2019.
- ↑ "Sushant's 'Chhichhore' Hits Rs 150 Cr at the Box Office in a Month". The Quint (in ଇଂରାଜୀ). 7 October 2019. Retrieved 23 December 2019.
- ↑ "NITI Aayog signs on Sushant Singh Rajput to promote the Women Entrepreneurship Platform (WEP)". pib.nic.in. Retrieved 13 August 2018.
- ↑ ANI (26 May 2018). "NITI Aayog signs Sushant Singh Rajput to promote Women Entrepreneurship Platform". Business Standard India. Retrieved 13 August 2018.
- ↑ "Actor Sushant Singh Rajput launches Innsaei Ventures". Moneycontrol (in ଆମେରିକୀୟ ଇଂରାଜୀ). Retrieved 14 September 2018.
- ↑ "Sushant Singh Rajput gives wings to young astronaut's dreams". Mumbai Mirror. Retrieved 14 September 2018.
- ↑ "Sushant gives wings to two young astronaut's dreams | Entertainment – Times of India Videos". timesofindia.indiatimes.com. Retrieved 14 September 2018.
- ↑ "'You are not alone': After Sushant Singh Rajput's death, Deepika Padukone shares message of hope; urges people to talk and seek help".
- ↑ "As friends and family mourn Sushant Singh Rajput, teachers remember math whiz".
- ↑ Taneja, Parina (14 June 2020). "BREAKING: Sushant Singh Rajput commits suicide in his Bandra home". www.indiatvnews.com (in ଇଂରାଜୀ). Retrieved 14 June 2020.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ସୁଶାନ୍ତ ସିଂହ ରାଜପୁତ