ସୁଲତାନା ଜମାନ
ମୁସାମ୍ମତ ହୋସ୍ନେ ଅରା ସରିଫା ବେଗମ (୨ ସେପ୍ଟେମ୍ବର ୧୯୩୫ - ୨୦ ମଇ ୨୦୧୨)[୧] ଜଣେ ବଙ୍ଗଳାଦେଶୀ କଥାଚିତ୍ର ଅଭିନେତ୍ରୀ ଏବଂ ପ୍ରଯୋଜିକା ଥିଲେ ।[୨] ସେ ସୁଲତାନା ଜମାନ ଭାବରେ ବଙ୍ଗଳାଦେଶ କଥାଚିତ୍ର ଜଗତରେ ପରିଚିତା ଥିଲେ । ୨୦୦୯ ମସିହାରେ ତାଙ୍କୁ ୧୯୭୫ ମସିହାରୁ ଆରମ୍ଭ ହୋଇଥିବା ବଙ୍ଗଳାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଲାଇଫ୍-ଟାଇମ୍ ଆଚିଭ୍ମେଣ୍ଟ ପୁରସ୍କାର ମିଳିଥିଲା ।[୩][୪]
ଜନ୍ମ ଏବଂ ପରିବାର
ସମ୍ପାଦନାସୁଲତାନା ଜମାନ ୧୯୩୫ ମସିହା ସେପ୍ଟେମ୍ବର ମାସ ୨ ତାରିଖ ଦିନ ବ୍ରିଟିଶ ଇଣ୍ଡିଆ ଅନ୍ତର୍ଗତ ବାଂଲା ପ୍ରେସିଡେନ୍ସିର ନଥୋର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଅବଦୁର ରଜାକ୍ ନାଥୋର ଜିଲ୍ଲାର ଜଣେ ଜମିଦାରଙ୍କର ଅଫିସର ଥିଲେ ଏବଂ ମାଆ ହେଉଛନ୍ତି ରାହିମା ଖାତୁନ୍ ।[୨] ଜନ୍ମବେଳେ ସୁଲତାନାଙ୍କର ନାମ ଥିଲା ମୁସାମ୍ମତ ହୋସ୍ନେ ଅରା ସରିଫା ବେଗମ । ସେ ନାଥୋର ବାଳିକା ବିଦ୍ୟାଳୟରୁ ମାଧ୍ୟମିକ ଶିକ୍ଷା, ରାଜସାହି କଲେଜରୁ ଉଚ୍ଚ ଶିକ୍ଷା ଶେଷ କରିଥିଲେ ।[୨] ୧୯୫୬ ମସିହା ମାର୍ଚ୍ଚ ମାସ ୧୫ ତାରିଖରେ ସୁଲତାନା ଜମାନ ପୂର୍ବ ପାକିସ୍ତାନର ବାଂଲାଦେଶ ଚଳଚ୍ଚିତ୍ର ଉନ୍ନୟନ ସଂସ୍ଥାର ପ୍ରଥମ ମୁଖ୍ୟ ସଭାପତି କ୍ୟୁଏମ୍ ଜମାନଙ୍କୁ ବିବାହ କରିଥିଲେ । ତାଙ୍କ ପତି ଜଣେ ଚିତ୍ରତ୍ତୋଳକ ଥିଲେ, ଯିଏକି ଅନେକ ବଙ୍ଗଳା କଥାଚିତ୍ର ପାଇଁ କାମ କରିଥିଲେ ଏବଂ ତନ୍ମଧ୍ୟରୁ ୧୯୫୬ ମସିହାରେ ମୁକ୍ତିଲାଭ କରିଥିବା ପ୍ରଥମ ସମ୍ପୂର୍ଣ୍ଣ ବଙ୍ଗଳା ଚଳଚ୍ଚିତ୍ର ମୁଖ ଓ ମୁଖୋଶରେ ସେ କାମ କରିଥିଲେ ।
ଅଭିନୟ ଜୀବନ
ସମ୍ପାଦନାସୁଲାତାନା ୧୯୫୯ ମସିହାରେ ବଙ୍ଗଳାଦେଶ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ମାଟିର ପଥର, ଯାହାର ପ୍ରଯୋଜନା କରିଥିଲେ ଏସ୍ଏମ୍ ପର୍ଭେଜ୍ ଓ ମୋହିଉଦ୍ଦିନ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୫][୬] ୧୯୬୪ ମସିହାରେ ସେ ଖାନ ଆତୁଆର ରହମାନଙ୍କ ନିର୍ଦ୍ଦେଶିତ ଅନେକ ଦିନର ଚେନା କଥାଚିତ୍ରରେ କାମ କରୁଥିବାବେଳେ ତାଙ୍କର ନାମ ବଦଳାଇ ସୁଲତାନା ଜମାନ ରଖିଥିଲେ ।[୨]
୧୯୭୮ ମସିହାରେ ସୁଲତାନା ଜମାନ ଜଣେ ପ୍ରଯୋଜିକା ଭାବରେ ଚଳଚ୍ଚିତ୍ର ନିର୍ମାଣ ଆରମ୍ଭ କରିଥିଲେ । ତାଙ୍କ ପ୍ରଯୋଜନା ସଂସ୍ଥା ୧୯୬୯ରେ ଭାନୁମତି ଏବଂ ଛଦ୍ମବେଶୀ ନାମକ ଦୁଇଟି ଚଳଚ୍ଚିତ୍ର ନିର୍ମାଣ କରିଥିଲା । ଅଭିନୟ ଏବଂ ପ୍ରଯୋଜନା ବ୍ୟତୀତ ସୁଲତାନା ବିଭିନ୍ନ କାର୍ଯ୍ୟକ୍ରମ ତଥା ରେଡ଼ିଓର ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ସେ ରେଡ଼ିଓରେ ଛାୟାଛନ୍ଦ ନାମକ ଏକ ବ୍ୟବସାୟିକ କାର୍ଯ୍ୟକ୍ରମର ଉପସ୍ଥାପିକା ଭାବରେ କରିଥିଲେ । ସୁଲତାନା କିଛି ରେଡ଼ିଓ ନାଟକରେ ମଧ୍ୟ କାମ କରିଥିଲେ । କ୍ରିତଦାସର ହସି, ତାଜମହଲ ଏବଂ ଜଫରାନ ଭଳି ନାଟକରେ ସେ କାମ କରିଥିଲେ ।[୨]
ପୁରସ୍କାର
ସମ୍ପାଦନାସୁଲତାନାଙ୍କୁ ଚିତ୍ରକାଶ ପୁରସ୍କାର ମିଳିଥିଲା । ୨୦୦୯ ମସିହାରେ ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ (ଜୀବନବ୍ୟାପି ସାଧନା) ପୁରସ୍କାର ମିଳିଥିଲା । ୨୦୧୧ ମସିହାରେ ବଙ୍ଗଳାଦେଶ ମହିଳା ପରିଷଦ ତରଫରୁ ସୁଲତାନାଙ୍କୁ ଜାତୀୟ ପୁରସ୍କାର ମିଳିଥିଲା ।
ମୃତ୍ୟୁ
ସମ୍ପାଦନା୨୦୧୨ ମସିହା ମଇ ମାସ ୨୦ ତାରିଖରେ ଢାକାସ୍ଥିତ କାଣ୍ଟାନମେଣ୍ଟଠାରେ ସୁଲତାନାଙ୍କର ହେହାନ୍ତ ହୋଇଥିଲା । ବାର୍ଦ୍ଧକ୍ୟ କାରଣରୁ ୭୬ ବର୍ଷ ବୟସରେ ତାଙ୍କର ମୃତ୍ୟ ହୋଇଥିଲା ।[୭]
ଆଧାର
ସମ୍ପାଦନା- ↑ "Sultana Zaman passes away". The Daily Star. 21 May 2012. Retrieved 4 September 2017.
- ↑ ୨.୦ ୨.୧ ୨.୨ ୨.୩ ୨.୪ Islam, Sirajul (2012). "Zaman, Sultana". In Islam, Sirajul; Akhter, Shamima (eds.). Banglapedia: National Encyclopedia of Bangladesh (Second ed.). Asiatic Society of Bangladesh.
- ↑ "একজন সুলতানা জামান" [One Sultana Zaman]. The Daily Janakantha (in Bengali). 28 July 2011. Archived from the original on 4 March 2016. Retrieved 4 September 2017.
- ↑ ""Ganga Jatra" and "Monpura" shine". The Daily Star. 25 July 2011. Retrieved 4 September 2017.
- ↑ "Sultana Zaman critically ill". The Daily Star. 30 May 2010. Retrieved 4 September 2017.
- ↑ "Veteran actress Sultana Zaman's condition deteriorates". The Daily Star. 13 July 2010. Retrieved 4 September 2017.
- ↑ "নববর্ষের রাতে ঢাবিতে প্রবেশে কড়াকড়ি". Banglanews24.com. Retrieved 31 December 2013.[permanent dead link]
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ସୁଲତାନା ଜମାନ