ସୁମନ ବାଲା

ଭାରତୀୟ ହକି ଖେଳାଳି

ସୁମନ ବାଲା (ଜନ୍ମ: ଡିସେମ୍ବର ୧୫, ୧୯୮୧ ) ଜଣେ ପ୍ରାକ୍ତନ ଭାରତୀୟ ହକି ଖେଳାଳି ।[୧] ସେ ଭାରତୀୟ ଜାତୀୟ ମହିଳା ଫିଲ୍ଡ ହକି ଦଳର ସଦସ୍ୟ । ହରିୟାଣାର ଶାହାବାଦ ମାର୍କଣ୍ଡରେ ଜନ୍ମିତ ବାଲା ମାଞ୍ଚେଷ୍ଟର ୨୦୦୨ କମନୱେଲ୍‌ଥ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିବା ଦଳ ସହିତ ଖେଳିଥିଲେ ।[୨] ସେ ମୁଖ୍ୟତଃ ଫୁଲ-ବ୍ୟାକ ସ୍ଥିତିରେ ଖେଳିଥାନ୍ତି ।[୩]

ସୁମନ ବାଲା
Medal record
ମହିଳା ଫିଲ୍ଡ ହକି
Competitor for  ଭାରତ
କମନୱେଲ୍‌ଥ ଗେମ୍ସ
Gold ୨୦୦୨ ମାଞ୍ଚେଷ୍ଟର ଦଳ
ଚାମ୍ପିଅନ୍ସ ଚ୍ୟାଲେଞ୍ଜ
Bronze ୨୦୦୨ ଜୋହାନ୍ସବର୍ଗ ଦଳ
ହକି ଏସିଆ କପ
Gold ୨୦୦୪ ନୂଆଦିଲ୍ଲୀ ଦଳ
ଏସିଆନ ଗେମ୍ସ
Bronze ୨୦୦୬ ଦୋହା ଦଳ

ପ୍ରାରମ୍ଭିକ ଜୀବନ ସମ୍ପାଦନା

ସୁମନ ବାଲା ୧୯୮୧ ମସିହା ଡିସେମ୍ବର ୧୫ ତାରିଖରେ ହରିୟାଣାର ଶାହାବାଦ ମାର୍କଣ୍ଡରେ[୨] ଜନ୍ମିତ । ସେ କୁରୁଫିଲ୍ଡ ଜିଲ୍ଲାର ଗୁରୁ ନାନକ ଦେବ ବରିଷ୍ଠ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ।[୩]

ଆନ୍ତର୍ଜାତୀୟ କ୍ରୀଡ଼ା ସମ୍ପାଦନା

ସୁମନ ବାଲା ପ୍ରଥମ କରି ୧୯୯୮ ମସିହାରେ ଆନ୍ତର୍ଜାତୀୟ ସର୍କିଟରେ କୁଆଲାଲାମ୍ପୁରଠାରେ କମନୱେଲ୍‌ଥ ଗେମ୍ସରେ ଖେଳିଥିଲେ । ପରେ ସେ ୨୦୦୬ ମସିହାରେ ଦୋହାଠାରେ ଓ ୨୦୦୨ ମସିହାରେ ବୁସାନଠାରେ ଏସିଆନ ଗେମ୍ସରେ ଖେଳିଥିଲେ ।[୩]

ଆଧାର ସମ୍ପାଦନା

  1. "Indian women beat USA: Different halves, wholesome outing". The New Indian Express. Retrieved 24 September 2020.
  2. ୨.୦ ୨.୧ Dec 1, Pratyush Raj / TNN / Updated:. "2020 Olympic gold is an achievable goal for the team: Rani Rampal | Hockey News - Times of India". The Times of India (in ଇଂରାଜୀ). The Times of India. Retrieved 24 September 2020.{{cite web}}: CS1 maint: extra punctuation (link) CS1 maint: numeric names: authors list (link)
  3. ୩.୦ ୩.୧ ୩.୨ "Suman Bala Saini". www.bharatiyahockey.org. Bharatiya Hockey. Retrieved 24 September 2020.

ବାହାର ଲିଙ୍କ  ସମ୍ପାଦନା