ସୁନୀତା ଲାକ୍ରା

ଭାରତୀୟ ହକି ଖେଳାଳୀ

ସୁନୀତା ଲାକ୍ରା (ଜନ୍ମ: ୧୧ ଜୁନ ୧୯୯୧) ଜଣେ ଭାରତୀୟ ଫିଲ୍ଡ ହକି ଖେଳାଳୀ ଓ ଭାରତୀୟ ମହିଳା ଜାତୀୟ ଫିଲ୍ଡ ହକି ଦଳରେ ଫରୱାର୍ଡ୍ ଭାବେ ଖେଳନ୍ତି । ଓଡ଼ିଶାର ଏହି ଖେଳାଳୀ ୨୦୦୯ ମସିହାରେ ପ୍ରଥମ ଥର ପାଇଁ ଆନ୍ତର୍ଜାତୀୟ ସ୍ତରରେ ଖେଳିବା ଆରମ୍ଭ କରିଥିଲେ ଓ ସେହିଦିନଠାରୁ ତାଙ୍କୁ ବହୁତଥର ଦଳର ମେରୁଦଣ୍ଡ ହିସାବରେ ଗଣାଯାଏ । ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ଯଥା: ୧୭ତମ ଏସୀୟ କ୍ରୀଡ଼ା, ମହିଳା ବିଶ୍ୱ ଲିଗ୍ଦ୍ୱିତୀୟ ରାଉଣ୍ଡରେ ଦଳର ସଦସ୍ୟ ଥିଲେ ।

ସୁନୀତା ଲାକ୍ରା
ବ୍ୟକ୍ତିଗତ ସୂଚନା
ଜନ୍ମ (1991-06-11) ୧୧ ଜୁନ ୧୯୯୧ (ବୟସ ୩୨)
ରାଜଗାଙ୍ଗପୁର, ଓଡ଼ିଶା, ଭାରତ
ଉଚ୍ଚତା 1.58 m (5 ft 2 in)
ଓଜନ 57 kg (126 lb)
Playing position Forward
National team
ଭାରତ ୧୩୯
Medal record
Women's field hockey
Competitor for  ଭାରତ
ଏସିଆ କପ୍
Silver ୨୦୧୮ ଜାକର୍ତା ଦଳ
Bronze ୨୦୧୪ ଇନ୍‌ଚେଓନ୍ ଦଳ

୨୦୧୫ ମସିହାରେ ହକ୍ ବେ କପ୍‌ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଲାକ୍ରା ନିଜର ୫୦ତମ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ସେ ଡିଫେଣ୍ଡର ଭାବେ ଭାରତୀୟ ଦଳର ଅମୂଲ୍ୟ ରତ୍ନ ଭାବରେ ବିବେଚନା କରାଯାଆନ୍ତି ଏବଂ ଦେଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିଛନ୍ତି ।[୧][୨]

୨୦୧୭ ଅଗଷ୍ଟରେ, ସେ ଭାରତୀୟ ମହିଳା ଜାତୀୟ ଫିଲ୍ଡ ହକି ଦଳର ୧୫ ଦିନିଆ ୟୁରୋପୀୟ ଗସ୍ତରେ ସଦସ୍ୟ ଥିଲେ ।[୩]

ଆଧାର ସମ୍ପାଦନା

  1. "Sunita Lakra played her 50th International match against New Zealand yesterday at the Hawke's Bay Cup 2015". Hockey India. Retrieved 2015-07-22.
  2. "Sunita Lakra". Hockey India. Archived from the original on 2017-08-26. Retrieved 2015-07-22.
  3. Desk, Odisha Sun Times Editorial. "Five from Odisha in Indian women's hockey team for Europe trip | OdishaSunTimes.com". Retrieved 2017-08-26.