ସୁଧୀର ନାୟକ

ଭାରତୀୟ କ୍ରିକେଟ ଖେଳାଳି

ସୁଧୀର ସଖାରମ ନାୟକ ( ୨୧  ଫେବ୍ରୁୟାରୀ , ୧୯୪୫ରେ ମୁମ୍ବାଇରେ ଜନ୍ମିତ ) ଜଣେ ପୂର୍ବତନ ଭାରତୀୟ କ୍ରିକେଟର । ସେ ୧୯୭୪ ମସିହାରେ ଭାରତ ପାଇଁ ୩ଟି ଟେଷ୍ଟ ଓ ୨ଟି ଏକଦିବସୀୟ ଖେଳିଥିଲେ । ସେ ଜଣେ ସାହସୀ ଡାହାଣହାତୀ ବେଟସମେନ ଥିବା ସହ ଜଣେ ଭଲ ଓପନର ହିସାବରେ ଘରେଇ କ୍ରିକେଟରେ ଉତ୍ତମ ପ୍ରଦର୍ଶନ କରି ୧୯୭୪ ଇଂଲଣ୍ଡ ଗସ୍ତ ପାଇଁ ଚୟନୀତ ହେଇଥିଲେ । ତେବେ ସେ ସେଠାରେ ମଧ୍ୟ ପ୍ରଥମ ଶ୍ରେଣୀ ମେଚରେ ଉତ୍ତମ ପ୍ରଦର୍ଶନ କଳା ପରେ ଶେଷ ଟେଷ୍ଟ ପାଇଁ ଦଳରେ ସ୍ଥାନ ପାଇ ଖେଳିଲେ । ପ୍ରଥମ ପାରିରେ ମାତ୍ର ୪ ରନ କରି ଆଉଟ ହେଇଥିଲେ ମଧ୍ୟ ୨ୟ ପାରିରେ ସେ ଲଢୁଆ ଖେଳ ପ୍ରଦର୍ଶନ କରି ୭୭ ରନ କରିଥିଲେ । ଏହା ଦଳର ସବୁଠୁ ବେସି ସ୍କୋର ଥିଲା । ତେବେ ଏହା ପରେ ସେ ଆଉ  ଦଳରେ ସ୍ଥାନ ପାଇ ନ ଥିଲେ । 

ରଣଜୀ ଟ୍ରଫି ପ୍ରଦର୍ଶନ  ସୁଧୀର ନାୟକ ଘରେଇ ରଣଜୀ ଟ୍ରଫିରେ ଜଣେ ଅଗ୍ରଣୀ ବେଟସମେନ ଥିଲେ । ସେ ମୁମ୍ବାଇ ଦଳ ପାଇଁ ୪୦.୧୦ ହାରରେ ୨୬୮୭ ରନ ସ୍କୋର କରିଥିଲେ । ତାଙ୍କର ସର୍ବାଧିକ  ସ୍କୋର ବରୋଦା ବିପକ୍ଷରେ ଥିଲା  ୨୦୦ ନଟ ଆଉଟ ।ତାଙ୍କ ନେତୃତ୍ୱରେ ମୁମ୍ବାଇ ଦଳ ୨ ୟ ସ୍ତର ଖେଳାଳିଙ୍କୁ ନେଇ ( ସମସ୍ତ ମୁଖ୍ୟ ଖେଳାଳି ଜାତୀୟ ଦଳ ପାଇଁ ୱେଷ୍ଟ ଇଣ୍ଡିଜ ଗସ୍ତରେ ଯାଇଥିଲେ )  ୧୯୭୦/୭୧ରେ ରଣଜୀ ଟ୍ରଫି ଜିତିଥିଲା ।ଏହା ସୁଧୀର ନାୟକଙ୍କ ଅଧିନାୟକତ୍ୱର ପରିପକ୍ୱତାକୁ ଦର୍ଶାଇଥିଲା ।   

ସକ୍ରିୟ କ୍ରିକେଟରୁ ଅବସର ନେବା ପରେ ସେ କୋଚ ହିସାବରେ , ଓ ଗ୍ରାଉଣ୍ଡ କୁରେଟର ହିସାବରେ ଅନେକ ବର୍ଷ କମ କରିଥିଲେ । ବର୍ତ୍ତମାନ ମଧ୍ୟ ସୁଧୀର ନାୟକ ପସକିମ ଜୋନର ମୁଖ୍ୟ ଗ୍ରାଉଣ୍ଡ କୁରେଟର ହିସାବରେ କାର୍ଯ୍ୟରତ । 

କୋଚ ହିସାବରେ ସୁଧୀର  ସୁଧୀର ନାୟକ ତାଙ୍କ ନିଜର କୋଚିଙ୍ଗ ଅନୁଷ୍ଠାନ ନେସନାଲ କ୍ରିକେଟ କ୍ଲବରେ ଜାହିର ଖାନ , ବାସିମ ଜାଫର, ରାଜେଶ ପାୱାର , ପରାସ ମହାମ୍ବ୍ରେ ରାଜୁ ସୁତାରଙ୍କ ପରି ସ୍ୱନାମଧନ୍ୟ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଇଥିଲେ । 

ବାହାର ଲିଙ୍କ  ସମ୍ପାଦନା