ସୁଧୀରା ଦାସ
ସୁଧୀରା ଦାସ (୮ ମାର୍ଚ୍ଚ ୧୯୩୨-୩୦ ଅକ୍ଟୋବର ୨୦୧୫) ଜଣେ ଭାରତୀୟ ଇଞ୍ଜିନିୟର ଥିଲେ ।[୧] ଦାସ ଓଡ଼ିଶାର ପ୍ରଥମ ମହିଳା ଇଞ୍ଜିନିୟର ଥିଲେ ।[୨][୩][୪][୫]
ସୁଧୀରା ଦାସ | |
---|---|
ଜନ୍ମ | |
ମୃତ୍ୟୁ | ୩୦ ଅକ୍ଟୋବର ୨୦୧୫ | (ବୟସ ୮୩)
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତ |
ଶିକ୍ଷା | ରେଭେନ୍ସା କଲେଜ କଲିକତା ବିଜ୍ଞାନ ଓ ବୈଷୟିକ ବିଶ୍ୱବିଦ୍ୟାଳୟ |
ଇଞ୍ଜିନିୟରିଂ କ୍ୟାରିଅର | |
ଆନୁଷ୍ଠାନିକ ସଭ୍ୟ | ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ (ଅଧୁନା ଉମାଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ), ରାଉରକେଲା ମହିଳା ପଲିଟେକନିକ ଭୁବନେଶ୍ୱର ମହିଳା ପଲିଟେକନିକ |
ଜଣାଶୁଣା ପ୍ରକଳ୍ପ | ଭୁବନେଶ୍ୱର ମହିଳା ପଲିଟେକନିକର ସ୍ଥାପନା |
ଜୀବନୀ
ସମ୍ପାଦନାଦାସ ଓଡ଼ିଶାର କଟକଠାରେ ୧୯୩୨ ମସିହା ମାର୍ଚ୍ଚ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୨]
ଶିକ୍ଷା
ସମ୍ପାଦନାଦାସ ୧୯୫୧ ମସିହାରେ ରେଭେନ୍ସା କଲେଜରୁ ବ୍ୟାଚେଲର ଅଫ ସାଇନ୍ସ (ବିଏସସି) ଡିଗ୍ରୀ ହାସଲ କରିଥିଲେ । ପରେ ସେ କଲିକତା ବିଜ୍ଞାନ ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ୧୯୫୬ ମସିହାରେ ଯୋଗଦେଇ ରେଡ଼ିଓ ପଦାର୍ଥ ବିଜ୍ଞାନ ଓ ଇଲେକ୍ଟ୍ରୋନିକ୍ସରେ ମାଷ୍ଟର ଅଫ ସାଇନ୍ସ ଡିଗ୍ରୀ ହାସଲ କରିଥିଲେ ।[୨]
ଦେହାନ୍ତ
ସମ୍ପାଦନା୨୦୧୫ ମସିହା ଅକ୍ଟୋବର ୩୦ ତାରିଖରେ ଭୁବନେଶ୍ୱରଠାରେ ଦାସଙ୍କ ଦେହାନ୍ତ ହୋଇଥିଲା ।[୨]
କାର୍ଯ୍ୟ
ସମ୍ପାଦନାଏମଏସସି (ଟେକ) ପାସ କଲା ପରେ ୧୯୫୭ ମସିହାରେ ଦାସ ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲରେ (ଅଧୁନା ଉମାଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ) ଜଣେ ଅଧ୍ୟାପକ ଭାବେ ଯୋଗଦେଇଥିଲେ । ପରେ ସେ ରାଉରକେଲା ମହିଳା ପଲିଟେକନିକଠାରେ ଅଧ୍ୟକ୍ଷ ଭାବେ ଯୋଗ ଦେଇଥିଲେ । ୧୯୫୭-୧୯୯୦ ମସିହା ଭିତରେ ସେ ଭିନ୍ନ ଭିନ୍ନ ସରକାରୀ ଅନୁଷ୍ଠାନରେ କାମ କରିଥିଲେ । ଏହି ସମୟରେ ସେ ମହିଳାମାନଙ୍କ ପାଇଁ ଡିପ୍ଲୋମା ଶିକ୍ଷା ନିମନ୍ତେ ଭୁବନେଶ୍ୱର ମହିଳା ପଲିଟେକନିକ ସ୍ଥାପନା କରିଥିଲେ ।[୨]
ଆଧାର
ସମ୍ପାଦନା- ↑ Bulletin of the National Institute of Sciences of India. National Institute of Sciences of India. 1955.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Odisha's first woman engineer passes away". www.dailypioneer.com. Daily Pioneer. 01 November 2015. Retrieved 16 July 2016.
{{cite news}}
: Check date values in:|date=
(help) - ↑ "First woman engineer of Odisha dies". OdishaSunTimes.com. Odisha Sun Times. 30 October 2015. Retrieved 16 July 2016.
- ↑ "First Women and First Person of Orissa". Orissaspider.com. 7 September 2011. Archived from the original on 17 February 2020. Retrieved 16 July 2016.
- ↑ Orissa reference: glimpses of Orissa. TechnoCAD Systems. 2001.