ସୁଦୀପ ତ୍ୟାଗୀ

ଭାରତୀୟ କ୍ରିକେଟ ଖେଳାଳି

ସୁଦୀପ ତ୍ୟାଗୀ ( ଜନ୍ମ ୧୭  ସେପ୍ଟେମ୍ବର , ୧୯୮୯  )  ଜଣେ ଭାରତୀୟ ଅନ୍ତର୍ଜାତିକ କ୍ରିକେଟ ଖେଳାଳି । ସେ ଜଣେ ମଧ୍ୟମ ଗତି ଦ୍ରୁତ ବୋଲର ହେବା ସହ ତଳ ଅଡରର ଜଣେ ଉପଯୋଗୀ ବେଟସମେନ ।ସେ ଉତ୍ତର ପ୍ରଦେଶ ତରଫରୁ ଘରେଇକ କ୍ରିକେଟ ହେଳିଥାନ୍ତି ଓ ଆଇପିଏଲରେ ଚେନ୍ନଇ ସୁପର କିଙ୍ଗ ତରଫରୁ ଖେଳିଥିଲେ । ତାଙ୍କୁ ଭାରତୀୟ ଜାତୀୟ ଦଳର ଭବିଷ୍ୟତର ଦ୍ରୁତ ବୋଲର କୁହାଯାଏ ।  

ସେ ଉତ୍ତର ପ୍ରଦେଶ ପାଇଁ ୨୦୦୭-୦୮ ସିଜନରେ ପ୍ରଥମେ ରଣଜୀ ଟ୍ରଫି ଖେଳିଥିଲେ ।ଏହି ପ୍ରଥମ ମେଚରେ ସେ ଓଡ଼ିଶା ବିରୁଦ୍ଧରେ ୬ଟି ୱିକେଟ ନେଇଥିଲେ । ତାଙ୍କର ପ୍ରଥମ ସିଜନରେ ସେ ୪୧ଟି ୱିକେଟ ନେଇ ଚୟଙ୍କରତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ୨୦୦୮-୦୯ ସିଜନରେ ଆହତ ହେବା କାରଣରୁ ଖୁବ କମ ମେଚ ଖେଳି ପାରିଥିଲେ । କିନ୍ତୁ ୨୦୦୯ ଆଇପିଏଲରେ ସେ ଖୁବ ଭଲ ପ୍ରଦର୍ଶନ ଦେଇଥିଲେ । ସେ ଭାରତୀୟ ଉଦୀୟମାନ ଖେଳାଳିଙ୍କୁ ନେଇ ଗଠିତ ଏକ ଦଳ ସହ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ସେଠାରେ ଅଷ୍ଟ୍ରେଲିଆ , ଦକ୍ଷିଣ ଆଫ୍ରିକା , ଓ ନିଉଜିଲାଣ୍ଡ ଦଳ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ୬ଟି ମେଚରେ ୧୮ଟି ୱିକେଟ ନେଇଥିଲେ ।  

ସୁଦୀପ ତ୍ୟାଗୀ ତାଙ୍କର ପ୍ରଥମ ଅନ୍ତର୍ଜାତିକ ପଦାର୍ପଣ ଭାରତ- ଶ୍ରୀଲଙ୍କା ସିରିଜ ଏକଦିବସୀୟ ସିରିଜର  ପଞ୍ଚମ ମେଚରେ କରିଥିଲେ । ଭାରତ ପ୍ରଥମେ ବୋଲିଂ କରିବାରୁ ତ୍ୟାଗୀ ବୋଲିଂ କରି ଗୋଟିଏ ୱିକେଟ ନେଇଥିଲେ । କିନ୍ତୁ ପିଚ ଆର୍ଦ୍ର ଥିବା ହେତୁଅ aଆମ୍ପୟାରମାନେ ମେଚକୁ ବାତିଲ କରିଦେଇଥିଲେ । 

External links ସମ୍ପାଦନା