ସୁଚିତ୍ରା ମହାପାତ୍ର

ଓଡ଼ିଆ ସଙ୍ଗୀତଜ୍ଞ, ଶିକ୍ଷାବିତ ଓ ସାହିତ୍ୟିକ

ସୁଚିତ୍ରା ମହାପାତ୍ର, ଜଣେ ଓଡ଼ିଆ ସଙ୍ଗୀତଜ୍ଞ[୨], ଶିକ୍ଷାବିତ ଓ ସାହିତ୍ୟିକ ଭାବରେ ପରିଚିତ ଥିଲେ ।

ସୁଚିତ୍ରା ମହାପାତ୍ର
Died୩୧ ଅଗଷ୍ଟ ୨୦୧୫[୧]
Nationalityଭାରତୀୟ
Educationପି.ଏଚ୍.ଡି. , ଡି. ଲିଟ
Known forଶିକ୍ଷାବିତ ଓ ସାହିତ୍ୟିକ ଓ ସଙ୍ଗୀତଜ୍ଞ
Parentଉପେନ୍ଦ୍ର ମହାପାତ୍ର

ବୃତ୍ତିଗତ ଜୀବନ ସମ୍ପାଦନା

ସୁଚିତ୍ରା ଜଣେ ଓଡ଼ିଆ କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦ୍ଦେଶକ ଥିଲେ । ନିଜ ମା'ଙ୍କଠାରୁ ସେ ସଙ୍ଗୀତ ଶିକ୍ଷା ଲାଭ କରିଥିଲେ । ଭଉଣୀ ସଙ୍ଗୀତଙ୍କ ସହ ମିଶି ସେ ବିଷ୍ଣୁ ସହସ୍ତ୍ରନାମ ଆଲବମ ପ୍ରସୁତ କରିଥିଲେ । ଶେଷ ଜୀବନ ବେଳକୁ ସେ ଶୈଳବାଳା ମହିଳା ମହାବିଦ୍ୟାଳୟରେ ସ୍ନାତକୋତ୍ତର ଓଡ଼ିଆ ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟରତ ଥିଲେ ।[୩] ମେହେର ସାହିତ୍ୟରେ ଯୁଗ ଚେତନା ବିଷୟରେ ଗବେଷଣ କରି ସେ ପି.ଏଚ୍.ଡି. ଲାଭ କରିଥିଲେ । ସେହିପରି ନାଟ୍ୟ ଦିଗନ୍ତ ଉପରେ ଗବେଷଣା କରି ଡି. ଲିଟ. ଲାଭ କରିଥିଲେ ।

ରଚନାବଳୀ ସମ୍ପାଦନା

  • ସମୀକ୍ଷା ଶ୍ରୀ
  • ସାହିତ୍ୟର ମୂଲ୍ୟାୟନ

ପରିବାର ସମ୍ପାଦନା

ସୁଚିତ୍ରାଙ୍କର ପିତା ଉପେନ୍ଦ୍ର ମହାପାତ୍ର ଜଣେ ପ୍ରଶାସନିକ ଅଧିକାରୀ । ତିନି ଭଉଣୀ ପଦ୍ମାଳୟା, ସଙ୍ଗୀତା ଓ ସୁମିତ୍ରା ସମସ୍ତେ ସଙ୍ଗୀତଜ୍ଞ । ଦୁଇ ଭାଇ ଅବନୀ ଓ ଅଶ୍ୱିନୀ ।[୪]

ଆଧାର ସମ୍ପାଦନା

  1. "ଜିଡିପିର ୧୦ ପ୍ରତିଶତ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ କରିବାକୁ ଦାବି - ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ପକ୍ଷରୁ ଚିଠା ପ୍ରସ୍ତାବ". Odiapua.com. 7 September 2015. {{cite news}}: |access-date= requires |url= (help)
  2. "ଆର୍କାଇଭ୍ କପି". Archived from the original on 2015-11-13. Retrieved 2015-09-02. {{cite web}}: Cite has empty unknown parameter: |1= (help)
  3. "ଆର୍କାଇଭ୍ କପି". Archived from the original on 2015-11-18. Retrieved 2015-09-02. {{cite web}}: Cite has empty unknown parameter: |1= (help)
  4. "ପ୍ରଫେସର ସୁଚିତ୍ରା ମହାପାତ୍ରଙ୍କ ବିୟୋଗରେ ଶୈଳବାଳାରେ ଶୋକସଭା". ଧରିତ୍ରୀ ୦୨/୦୯/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୨. 2 September 2015. Retrieved 2 September 2015.