ସୁକୀର୍ତ୍ତିରାଣୀ ଜଣେ ଭାରତୀୟ ନାରୀବାଦୀ[୧][୨][୩] କବି, ଶିକ୍ଷିକା ଏବଂ ସମସାମୟିକ ଦଳିତ ଏବଂ ତାମିଲ ସାହିତ୍ୟରେ ତାଙ୍କର ଅବଦାନ ପାଇଁ ବ୍ୟାପକ ଭାବରେ ପ୍ରଶଂସିତ ।[୪] ସେ ଭେଲୋରର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଜଣେ ତାମିଲ ଶିକ୍ଷୟତ୍ରୀ । ତାଙ୍କର ଉଲ୍ଲେଖନୀୟ ରଚନା ମଧ୍ୟରେ ଛଅଟି ପ୍ରକାଶିତ କବିତା ସଂକଳନ ଅନ୍ତର୍ଭୁକ୍ତ ।[୪] ଏହି ରଚନାଗୁଡ଼ିକରେ ଜଣେ ମହିଳା ଓ ଦଳିତ ଭାବେ ନାରୀ ଶରୀର ଏବଂ ଅତ୍ୟାଚାରୀ ଜାତିବାଦର ଉତ୍ପୀଡ଼ନ ଆଦିର ଅନୁଭୂତି ବର୍ଣ୍ଣନା ଅନ୍ତର୍ଭୁକ୍ତ ।[୩] ତାଙ୍କ ରଚନାଗୁଡ଼ିକ ପ୍ରତି ଏକ ପରିବେଶ-ନାରୀବାଦୀ ଆଭିମୁଖ୍ୟ ମଧ୍ୟ ଉଲ୍ଲେଖ ହୋଇଛି ।[୫] ସେ ଲକ୍ଷ୍ମୀ ହୋମଷ୍ଟ୍ରମଙ୍କ ଅନୂଦିତ ସଂକଳନ ୱାଇଲ୍ଡ ଗାର୍ଲସ ୱିକେଡ ୱାର୍ଡରେ କବୟତ୍ରୀ କୁଟ୍ଟୀ ରେବତୀ, ମାଳତୀ ମୈତ୍ରୀ ଏବଂ ସଲମାଙ୍କ ଉଲ୍ଲେଖିତ ହୋଇଛନ୍ତି ।[୬] ହୋମଷ୍ଟ୍ରମ ନିଜ ସଂକଳନରେ ସୁକୀର୍ତ୍ତିରାଣୀଙ୍କୁ ବର୍ଣ୍ଣନା କରି ଲେଖିଛନ୍ତି ଯେ ସୁକୀର୍ତ୍ତିରାଣୀ ଜଣେ "ନୂତନ ଜନ୍ମର ରକ୍ତ ସମ ଅଠାଳିଆ ସମସ୍ତ ରୁକ୍ଷ ଏବଂ ଶାରୀରିକ ବାସ୍ତବତା ସହିତ ଏକ ଶିଶୁ ଭାଷା ଖୋଜନ୍ତି" ।[୭]

ଜୀବନୀ ସମ୍ପାଦନା

ସୁକୀର୍ତ୍ତିରାଣୀ ଭାରତର ତାମିଲନାଡୁ ରାଜ୍ୟରେ ଜନ୍ମଗ୍ରହଣ କରିଥିଲେ । ସେ ଅର୍ଥନୀତି ଏବଂ ତାମିଲ ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ।[୧] ସେ ବୃତ୍ତିରେ ଜଣେ ଭେଲୋରର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଜଣେ ତାମିଲ ଶିକ୍ଷୟତ୍ରୀ ।

ପୁରସ୍କାର ସମ୍ପାଦନା

ସେ ତେବାମାଗଲ କବିତୁବୀ ପୁରସ୍କାର, ପେଙ୍ଗଲ ମୁନ୍ନାନୀ ଆଚିଭର ପୁରସ୍କାର ଏବଂ ପୁଥୁମାଇପୀଠନ ମେମୋରିଆଲ ପୁରସ୍କାର ଭଳି ଅନେକ ପୁରସ୍କାର ପାଇଛନ୍ତି ।[୧][୪]

ରଚନାବଳୀ ସମ୍ପାଦନା

ସଂକଳନ ସମ୍ପାଦନା

  • କୈପତ୍ରୀ ୟେନ୍ କଣବୁ କେଲ
  • ଇରାବୁ ମିରୁଗାମ
  • କାମତିପୁ
  • ତିଣ୍ଡାପାଦାତା ମୁତମ
  • ଆଭାଲାଇ ମୋଳିପେୟରତାଲ
  • ଇପାଡିକ୍କୁ ୟେବଲ

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Sukirtharani". Poets translating Poets. Goethe Institut. Retrieved 2020-11-18.{{cite web}}: CS1 maint: url-status (link)
  2. Gumpenapalli, Sanjeev (2018-01-10). "5 Dalit Women Poets Who Remind Us That Caste And Patriarchy Are Not Exclusive". Feminism In India (in ଆମେରିକୀୟ ଇଂରାଜୀ). Retrieved 2020-11-18.
  3. ୩.୦ ୩.୧ Muralidharan, Kavitha (2013-08-31). "Forward, in the past". The Hindu (in Indian English). ISSN 0971-751X. Retrieved 2020-11-18.{{cite news}}: CS1 maint: url-status (link)
  4. ୪.୦ ୪.୧ ୪.୨ Kartikeyan, Divya (16 July 2017). "Interview: A Dalit Poet's Explorations Into Discrimination and the Female Body". The Wire. Retrieved 2020-11-18.{{cite web}}: CS1 maint: url-status (link)
  5. Sriram, Abhirami Girija (30 August 2019). "Mapping herstories". Frontline (in ଇଂରାଜୀ). Retrieved 2020-11-18.{{cite web}}: CS1 maint: url-status (link)
  6. Swami, Sridala (2013-03-16). "Book Review | Wild Girls Wicked Words". Livemint (in ଇଂରାଜୀ). Retrieved 2020-11-18.{{cite web}}: CS1 maint: url-status (link)
  7. Chabria, Priya Sarukkai (16 May 2019). "Fafnir's heart: A legend from Norse mythology inspires an anthology of poetry from across the world". Scroll.in (in ଆମେରିକୀୟ ଇଂରାଜୀ). Retrieved 2020-11-18.{{cite web}}: CS1 maint: url-status (link)