ସୁକାନ୍ତ କୁମାର ଗିରି
ସୁକାନ୍ତ କୁମାର ଗିରି (ଜନ୍ମ: ୨୯ ଅପ୍ରିଲ ୧୯୬୬) ଜଣେ ଭାରତୀୟ ଓଡ଼ିଆ ଭାଷୀ ଲେଖକ, ସାମ୍ବାଦିକ ଓ ଅଧ୍ୟାପକ ।
ସଂକ୍ଷିପ୍ତ ଜୀବନୀ
ସମ୍ପାଦନାସୁକାନ୍ତ କୁମାର ଗିରି ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକ ଅନ୍ତର୍ଗତ ଗୁନାପୁର ଗ୍ରାମରେ ପିତା ଯୋଗେନ୍ଦ୍ର ନାଥ ଗିରି ଓ ମାତା ହେମଲତା ଗିରିଙ୍କ ଔରସ୍ୟରୁ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରାଥମିକ ଶିକ୍ଷା ଓ ମାଧ୍ୟମିକ ଶିକ୍ଷା ଯଥାକ୍ରମେ ବାଲିଆପାଳ ୟୁ.ପି. ସ୍କୁଲ ଓ ସୁବର୍ଣ୍ଣରେଖା ସରକାରୀ ହାଇସ୍କୁଲ, ବାଲିଆପାଳରେ ହୋଇଥିଲା । ତା'ପରେ ସେ ଫକୀର ମୋହନ ମହାବିଦ୍ୟାଳୟରୁ ସ୍ନାତକ, ଗଙ୍ଗାଧର ମେହେର ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଓ ଖଲିକୋଟ କଲେଜ-ବ୍ରହ୍ମପୁରରୁ ଏମ ଫିଲ ସମାପ୍ତ କରି ଡକ୍ଟରେଟ କରିଥିଲେ । ପରେ ଅଧ୍ୟାପକ ଭାବେ ଜାମୁଶୁଳୀସ୍ଥିତ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟରେ ୧୯୯୨ରୁ କାର୍ଯ୍ୟରତ ହେଲେ । କବିତା, ପ୍ରବନ୍ଧ, ଗଳ୍ପ, ଉପନ୍ୟାସ ରଚନା କରିବା ସହ ବହୁ ସାହିତ୍ୟ ଓ ସାଂସ୍କୃତିକ ସଂଗଠନ ସହ ଜଡ଼ିତ ହୋଇଥିଲେ । ତାଙ୍କ ଗୀତିକବିତାମାନ ଜୟ ବାଲିଆପାଳ, ମା' ତୁ ଶରଣ ଦେ, ପ୍ରିୟା ତୁମେ ଆଦି ଅଡ଼ିଓ କ୍ୟାସେଟ ମାଧ୍ୟମରେ ପ୍ରସାରିତ । ଏହା ବ୍ୟତୀତ ତାଙ୍କର ଅନେକ ଲେଖା ଧରିତ୍ରୀ, ପ୍ରାଉଟ ଏକ୍ସପ୍ରେସ, ଆଜିକାଲି, ସାପ୍ତାହିକୀ ଯଥା ବାଲେଶ୍ୱର ବିଚିତ୍ରା, କଳିଙ୍ଗ କଥା, ଅପରାହ୍ନ, ସେଇଠୁ ଆରମ୍ଭ ଆଦି ପତ୍ରିକାରେ ପ୍ରକାଶିତ ।
ରଚନାବଳୀ
ସମ୍ପାଦନାକବିତା
ସମ୍ପାଦନା- ମିଛ ସମ୍ପର୍କ
ଗଳ୍ପ
ସମ୍ପାଦନା- ତାନିଆ (ଗଳ୍ପ)
ଉପନ୍ୟାସ
ସମ୍ପାଦନା- ଲରେନ୍ସ ଭିକ୍ଟୋରିଆ (ଉପନ୍ୟାସ)
ପ୍ରବନ୍ଧ
ସମ୍ପାଦନା- ବାଲିଆପାଳ ଇତିହାସ
- ବିଦଗ୍ଧ କାଣ୍ଡାରୀ
- ମୁଁ ଉତ୍ତର ବାଲେଶ୍ଵରିଆ
- ଅନେକ ଅକୁହା କଥା (ଆତ୍ମ ଜୀବନୀ)
ସମ୍ମାନ ଓ ପୁରସ୍କାର
ସମ୍ପାଦନାସୁକାନ୍ତ କୁମାର ଗିରି ଅପରାହ୍ନ, ସମୟର ଚକ୍ର, ବାଣୀପୀଠ, ଦୀନକୃଷ୍ଣ ସ୍ମୃତି ପରିଷଦ, ଜଳେଶ୍ୱର ଆଦି ୩୦ରୁ ଅଧିକ ଅନୁଷ୍ଠାନରୁ ସମ୍ମାନୀତ ।