ସିଷ୍ଟିମାଇନ, ମର୍କାପ୍ଟାମାଇନ୍ ଭାବରେ ମଧ୍ୟ ଜଣାଶୁଣା, ଏକ ଔଷଧ ଯାହା ସିଷ୍ଟିନୋସିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୭] ବୃକ୍‌କର ଚିକିତ୍ସା କରିବା ପାଇଁ ପାଟିରେ ଔଷଧ ଦିଆଯାଏ ଏବଂ ଆଖି ପାଇଁ ଆଖି ବୁନ୍ଦା ପକାଯାଏ ।[୧] [୬] ଶ୍ୱେତ ରକ୍ତ କଣିକାରେ ସିଷ୍ଟିନ ସ୍ତର ଉପରେ ଆଧାର କରି ଏହାର ମାତ୍ରା ସଜାଡ଼ିବା ଉଚିତ୍ ।[୧]

ସିଷ୍ଟିମାଇନ
INN: mercaptamine
Skeletal formula (top)
Ball-and-stick model of the cysteamine
Clinical data
Trade namesCystagon, Procysbi, Cystaran, others
SynonymsMercaptamine bitartrate, 2-Aminoethanethiol, β-Mercaptoethylamine, 2-Mercaptoethylamine, decarboxycysteine, thioethanolamine, cysteamine (USAN US)
AHFS/Drugs.commonograph
data
Pregnancy
category
  • AU: B3
  • US: C (Risk not ruled out)
Routes of
administration
By mouth, eye drops
Legal status
Legal status
Identifiers
  • 2-Aminoethane-1-thiol
ECHA InfoCard100.000.421 Edit this at Wikidata
Chemical and physical data
FormulaC2H7NS
Molar mass୭୭.୧୫ g·mol−1
3D model (JSmol)
Melting point95 to 97 °C (203 to 207 °F)
  • C(CS)N
  • InChI=1S/C2H7NS/c3-1-2-4/h4H,1-3H2 checkY
  • Key:UFULAYFCSOUIOV-UHFFFAOYSA-N

ପାଟିରେ ଔଷଧ ଦେଲେ ସାଧାରଣତଃ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ତରଳ ଝାଡ଼ା ଏବଂ ଜ୍ୱର ହୋଇପାରେ ।[୧] ଆଖିରେ ବୁନ୍ଦା ପକେଇଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖିର ଉତ୍ତେଜନା, ଜଳୀୟ ଆଖି ଏବଂ ଅସ୍ପଷ୍ଟ ଦୃଷ୍ଟିଶକ୍ତି ହୋଇପାରେ ।[୨] ଗର୍ଭାବସ୍ଥାରେ ନିରାପତ୍ତା ଅସ୍ପଷ୍ଟ, ଅନ୍ୟ ପ୍ରାଣୀମାନଙ୍କରେ କ୍ଷତି ହେବାର ପ୍ରମାଣ ଅଛି | [୮] ଏହା ସିଷ୍ଟିନ (cystine) ସ‌ହିତ ସିଷ୍ଟିମାଇନ ପ୍ରତିକ୍ରିୟା କରି ସିଷ୍ଟାଇନ୍ (cysteine) ଏବଂ ଶରୀର ଲୁଣ ପ୍ରସ୍ତୁତ କରେ ଯାହା ଦେହ ବାହାର କରିଦେଇପାରେ ।[୧]

୧୯୯୪ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୧୯୯୭ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସିଷ୍ଟିମାଇନ ଅନୁମୋଦିତ ହୋଇଥିଲା ।[୭] [୧] ଯୁକ୍ତରାଜ୍ୟରେ ଏହାର ୧୦୦ ମିଗ୍ରା ବିଶିଷ୍ଟ ୧୦୦ଟି ବଟିକାର ମୂଲ୍ୟ ପ୍ରାୟ ୧୯୦ ପାଉଣ୍ଡ; ୨୦୨୧ ମସିହା ସୁଦ୍ଧା ୫ ମିଲି ଆଖି ବୁନ୍ଦା ମୂଲ୍ୟ ପ୍ରାୟ ୮୬୫ ପାଉଣ୍ଡ ଅଟେ ।[୯] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ବଟିକାର ମୂଲ୍ୟ ପ୍ରାୟ ୨୨,୨୦୦ ଡଲାର ଅଟେ ଓ ଆଖି ବୁନ୍ଦା ମୂଲ୍ୟ ପ୍ରାୟ ୨,୦୦୦ ଡଲାର୍ | [୧୦] [୧୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Cystagon EPAR".
  2. ୨.୦ ୨.୧ "Cystadrops EPAR".
  3. "Cystagon 150 mg hard capsules - Summary of Product Characteristics (SmPC)". (emc). 19 June 2019. Archived from the original on 9 June 2021. Retrieved 28 April 2020.
  4. "Cystadrops 3.8 mg/mL eye drops solution - Summary of Product Characteristics (SmPC)". (emc). 19 June 2019. Archived from the original on 9 June 2020. Retrieved 9 June 2020.
  5. "Procysbi 25 mg gastro-resistant hard capsules - Summary of Product Characteristics (SmPC)". (emc). 17 September 2019. Archived from the original on 22 January 2021. Retrieved 9 June 2020.
  6. ୬.୦ ୬.୧ "Cystaran- cysteamine hydrochloride solution".
  7. ୭.୦ ୭.୧ "Cysteamine". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 11 January 2022. Retrieved 7 January 2022.
  8. "Cysteamine ophthalmic Use During Pregnancy". Drugs.com (in ଇଂରାଜୀ). Archived from the original on 29 October 2020. Retrieved 7 January 2022.
  9. BNF 81: March-September 2021. BMJ Group and the Pharmaceutical Press. 2021. p. 1111. ISBN 978-0857114105.
  10. "Procysbi Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 16 January 2021. Retrieved 7 January 2022.
  11. "Cystadrops Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 7 January 2022.