ସିଲେରୁ ନଦୀ ଭାରତୀୟ ନଦୀ ସାବରି ନଦୀର ଏକ ଶାଖା ନଦୀ । ଏହା ଆନ୍ଧ୍ରପ୍ରଦେଶରୁ ବାହାରି ଓଡ଼ିଶା ରାଜ୍ୟ ଦେଇ ପ୍ରବାହିତ ହେଲା ପରେ ସାବରି ନଦୀରେ ମିଳିତ ହୁଏ ଓ ସାବରି ନଦୀ ପୁନଶ୍ଚ ଆନ୍ଧ୍ରପ୍ରଦେଶକୁ ପ୍ରବେଶ କରି ଗୋଦାବରୀ ନଦୀ ସହ ମିଳିତ ହୁଏ ।[୧] ସିଲେରୁ ନଦୀ ଉପର ଅଞ୍ଚଳରେ ମାଛକୁଣ୍ଡ ନାମରେ ପରିଚିତ ହୋଇ ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ଓ ଛତିଶଗଡ଼ର ତ୍ରିଯୁକ୍ତ ସ୍ଥାନରେ ସାବରି ନଦୀ ସହ ମିଳିତ ହେଇଥାଏ । 

ଜଳବିଦ୍ୟୁତ ପ୍ରକଳ୍ପ ସମ୍ଭାବନା  ସମ୍ପାଦନା

ଏହି ନଦୀର ଜଳବିଦ୍ୟୁତ ଉତ୍ପାଦନ ପାଇଁ ଅନୁକୂଳ ପରିସ୍ଥିତି ରହିଛି । ଏଥିରେ ମାଛକୁଣ୍ଡ, ବାଲିମେଳା, ଉପର ସିଲେରୁ ଦୋଙ୍କାରାଇ, ତଳ ସିଲେରୁ ଜଳ ବିଦ୍ୟୁତ ପ୍ରକଳ୍ପ ସବୁ ନିର୍ମିତ ହେଇ ବିଦ୍ୟୁତ ଉତ୍ପାଦନ ହଉଛି ।[୨] ଚିତ୍ରକୋଣ୍ଡାଠାରେ ୬୦ମେଗାୱାଟ ପ୍ରକଳ୍ପ ମଧ୍ୟ ଯୋଜନା କରାଯାଇଛି ।[୩]

ଜଳସେଚନ ସମ୍ଭାବନା  ସମ୍ପାଦନା

ବାଲିମେଳା ପ୍ରକଳ୍ପର ନିର୍ଗତ ଜଳକୁ ଜଳସେଚନ ପାଇଁ ବ୍ୟବହାର କରାଯାଉଥିଲେ ମଧ୍ୟ ତାହାକୁ ଗୋଦାବରୀ ଡେଲ୍ଟା ଅଞ୍ଚଳକୁ ନେବାପାଇଁ ପୂର୍ବ ଘାଟ ପର୍ବତ ମାଳରେ ୩୫ କିଲୋମିଟର ଲମ୍ବ ଟନେଲର ନିର୍ମାଣ ହେଲେ ଏହି ଜଳର ସଦୁପଯୋଗ ହେବ । ସେହିପରି ସିଲେରୁ ନଦୀର ଜଳକୁ ୩୦ କିଲୋମିଟର ଟନେଲଦ୍ୱାରା ନେଲେ ବିଶାଖାପାଟଣା , ବିଜୟନଗରମଶ୍ରୀକାକୁଲମ ଜିଲ୍ଲାରେ ଜଳସେଚନ ହେଇପାରିବ ।[୪]ପୋଲାଭରମ ପ୍ରକଳ୍ପ ପାଇଁ ମଧ୍ୟ ଏହାର ଜଳ ବ୍ୟବହାର ହେଇପାରିବା ।  

ଆଧାର  ସମ୍ପାଦନା

  1. Britannica
  2. "Andhra Pradesh Power Generation Corporation Ltd". Archived from the original on 2012-02-25. Retrieved 2016-12-04.
  3. "AP, Orissa join hands to build hydel project". Retrieved 4 November 2013.
  4. "Guntawada Main Dam D06086". Retrieved 4 November 2015.