ସିଧୁ ଓ କାହ୍ନୁ ମୁର୍ମୁ

ଭାରତୀୟ ସଂଗ୍ରାମୀ ନେତାଗଣ

ସିଦୋ ମୁର୍ମୁ ଏବଂ କାହ୍ନୁ ମୁର୍ମୁ ଉଭୟ ଭାଇ ବ୍ରିଟିଶ ଔପନିବେଶିକ କର୍ତ୍ତୃପକ୍ଷ ଏବଂ ଦୁର୍ନୀତିଗ୍ରସ୍ତ ଜମିଦାରୀ ପ୍ରଥା ବିରୋଧରେ ପୂର୍ବ ଭାରତରେ ସାନ୍ତାଳ ବିଦ୍ରୋହ (୧୮୫୫-୧୮୫୬)ର ନେତା ଥିଲେ ।[]

ରାଞ୍ଚିସ୍ଥିତ ସିଦୋ କାହ୍ନୁ ମେମୋରିଆଲ ପାର୍କ

ବିଦ୍ରୋହ

ସମ୍ପାଦନା

ସାନ୍ତାଳମାନେ ଜଙ୍ଗଲ ଉପରେ ନିର୍ଭର କରି ସେଠାରେ ରହୁଥିଲେ । ୧୮୩୨ ମସିହାରେ ବିଇଆଇସି ଆଧୁନିକ ଝାଡ଼ଖଣ୍ଡର ଦାମିନ-ଇ-କୋହ ଅଞ୍ଚଳକୁ ଚିହ୍ନଟ କରି ସାନ୍ତାଳମାନଙ୍କୁ ଏହି ଅଞ୍ଚଳରେ ବସବାସ କରିବାକୁ ନିମନ୍ତ୍ରଣ କରିଥିଲା । ଜମି ଓ ଅର୍ଥନୈତିକ ସୁବିଧାର ପ୍ରତିଶ୍ରୁତି ଯୋଗୁଁ ଧଳଭୂମ, ମନଭୂମ, ହଜାରିବାଗ, ମେଦିନୀପୁର ଆଦି ଅଞ୍ଚଳରୁ ବହୁ ସଂଖ୍ୟକ ସାନ୍ତାଳ ଏଠାକୁ ବସବାସ କରିବାକୁ ଆସିଥିଲେ । ଖୁବ୍ ଶୀଘ୍ର, ବିଇଆଇସିଦ୍ୱାରା କର ଆଦାୟ ମଧ୍ୟସ୍ଥି ଭାବରେ ନିୟୋଜିତ ମହାଜନ ଜମିଦାରମାନେ ଅର୍ଥନୀତିରେ ଆଧିପତ୍ୟ ବିସ୍ତାର କରିଥିଲେ । ଅନେକ ସାନ୍ତାଳ ଏହି ଦୁର୍ନୀତିଗ୍ରସ୍ତ ଅର୍ଥ କର ପ୍ରଥାର ଶିକାର ହୋଇଥିଲେ । ସେମାନଙ୍କୁ ଅତ୍ୟଧିକ ଦରରେ ଋଣ ଦିଆଯାଇଥିଲା । ସେମାନେ ଋଣ ପରିଶୋଧ କରିବାରେ ଅସମର୍ଥ ହେବାରୁ ସେମାନଙ୍କ ଜମିକୁ ଜୋରଜବରଦସ୍ତ ନିଆଯାଇଥିଲା ଏବଂ ସେମାନେ ଦାଦନ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହୋଇଥିଲେ । ଏହି ବିଦ୍ରୋହ ସମୟରେ ସାନ୍ତାଳମାନଙ୍କ ନେତୃତ୍ୱ ନେଇଥିବା ଦୁଇ ଭାଇ ସିଦ୍ଧୁ ଏବଂ କାହ୍ନୁ ମୁର୍ମୁଙ୍କ ସାନ୍ତାଳ ବିଦ୍ରୋହ ଆରମ୍ଭ କରିଥିଲେ ।[][]

୧୮୫୫ ମସିହା ଜୁନ ୩୦ ତାରିଖରେ ଦୁଇ ସାନ୍ତାଳ ବିଦ୍ରୋହୀ ନେତା ସିଧୁ ଓ କାହ୍ନୁ ମୁର୍ମୁ, ଚାନ୍ଦ ଓ ଭୈରବଙ୍କ ସହ ମିଶି[] ୬୦,୦୦୦ ସାନ୍ତାଳଙ୍କୁ ଏକାଠି କରି ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ । ବିଦ୍ରୋହ ସମୟରେ ସମାନ୍ତରାଳ ସରକାର ଚଳାଇବା ପାଇଁ ସିଧୁ ମୁର୍ମୁ ପାଖାପାଖି ୧୦ ହଜାର ସାନ୍ତାଳମାନଙ୍କୁ ଏକାଠି କରିଥିଲେ ।[] ଏହି ବିଦ୍ରୋହର ମୂଳ ଉଦ୍ଦେଶ୍ୟ ଥିଲା ନିଜ ଆଇନ ତିଆରି କରି ଓ ତାହା ଲାଗୁ କରି କର ଆଦାୟ କରିବା । ସାନ୍ତାଳମାନେ ପ୍ରଥମେ କିଛି ସଫଳତା ପାଇଥିଲେ କିନ୍ତୁ ଖୁବ ଶୀଘ୍ର ବ୍ରିଟିଶମାନେ ଏହି ବିଦ୍ରୋହୀମାନଙ୍କୁ ମୁକାବିଲା କରିବା ପାଇଁ ଏକ ନୂତନ ଉପାୟ ବାହାର କରିଥିଲେ । ବ୍ରିଟିଶ ସେନା ସାନ୍ତାଳ ବିଦ୍ରୋହୀମାନଙ୍କୁ ଜଙ୍ଗଲରୁ ବାହାରକୁ ଆସିବାକୁ ବାଧ୍ୟ କରିଥିଲା । ଏକ ନିର୍ଣ୍ଣାୟକ ଯୁଦ୍ଧରେ ଇଂରେଜମାନେ ଆଧୁନିକ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ହାତୀରେ ସଜ୍ଜିତ ହୋଇ ପାହାଡ଼ ପାଦଦେଶରେ ନିଜକୁ ମୁତୟନ କରିଥିଲେ । ଯୁଦ୍ଧ ଆରମ୍ଭ ହେଲା କ୍ଷଣି ବ୍ରିଟିଶ ଅଧିକାରୀ ତାଙ୍କ ସୈନ୍ୟମାନଙ୍କୁ ଗୁଳି ବୋଝେଇ ନକରି ସିଧା ଗୁଳି ଚଳାଇବାକୁ ଆଦେଶ ଦେଇଥିଲେ । ବ୍ରିଟିଶ ଯୁଦ୍ଧ ରଣନୀତିଦ୍ୱାରା ସୃଷ୍ଟି ହୋଇଥିବା ଏହି ଜାଲରେ ସନ୍ଦେହ କରିନଥିବା ସାନ୍ତାଲମାନେ ସମ୍ପୂର୍ଣ୍ଣ ପଡ଼ିଯାଇଥିଲେ । ଏହି ହଠାତ ପଦକ୍ଷେପ ସେମାନଙ୍କ ପାଇଁ ବିପଜ୍ଜନକ ହୋଇପଡ଼ିଥିଲା । ପାହାଡ଼ ପାଦଦେଶ ନିକଟରେ ପହଞ୍ଚିବା ମାତ୍ରେ ବ୍ରିଟିଶ ସେନା ପୂରା ଶକ୍ତି ସହ ଆକ୍ରମଣ କରିଥିଲା ଏବଂ ଏଥର ସେମାନେ ଗୁଳି ବ୍ୟବହାର କରୁଥିଲେ । ଶେଷରେ ବିଦ୍ରୋହକୁ ବ୍ରିଟିଶ ଦମନ କରିଥିଲେ ମଧ୍ୟ ସାନ୍ତାଳ ଯୋଦ୍ଧାମାନଙ୍କ ବୀରତ୍ୱ ସାନ୍ତାଳ ସମୁଦାୟ ପାଳନ କରିଥାଏ ।[]

ସ୍ମୃତି

ସମ୍ପାଦନା

ସିଦୋ ମୁର୍ମୁ ଏବଂ କାହ୍ନୁ ମୁର୍ମୁଙ୍କ ସ୍ମୃତିରେ ଦୁହିଙ୍କ ନାମରେ ସିଦୋ କାହ୍ନୁ ମୁର୍ମୁ ବିଶ୍ୱବିଦ୍ୟାଳୟର ନାମକରଣ କରାଯାଇଛି । ସେମାନଙ୍କୁ ସମ୍ମାନ ଜଣାଇ ୨୦୦୨ ମସିହାରେ ଭାରତୀୟ ଡାକ ୪ ଟଙ୍କିଆ ଡାକଟିକଟ ମଧ୍ୟ ପ୍ରକାଶ କରିଥିଲା ।[] ରାଞ୍ଚିରେ ଏକ ସିଦୋ କାହ୍ନୁ ମେମୋରିଆଲ ପାର୍କ ମଧ୍ୟ ପ୍ରତିଷ୍ଠା କରାଯାଇଥିଲା । କେନ୍ଦ୍ରୀୟ କଲିକତାର ଏସପ୍ଲାନେଡରେ ଥିବା ସିଦୋ-କାହ୍ନୋ ଡାହର ଦୁଇଭାଇଙ୍କ ନାମରେ ନାମିତ ହୋଇଛି ।

  1. "Sidhu Murmu and Kanhu Murmu". incrediblejharkhand.com. Archived from the original on 20 April 2014. Retrieved 19 April 2014.ଛାଞ୍ଚ:Dead url
  2. Jha, Amar Nath (2009). "Locating the Ancient History of Santal Parganas". Proceedings of the Indian History Congress. 70: 185–196. ISSN 2249-1937. JSTOR 44147668.
  3. "When the Santhals rebelled". thedailystar.
  4. Richard Gott (2012). Britain's Empire: Resistance, Repression and Revolt. Verso. p. 435. ISBN 978-1844670673.
  5. Sailendra Nath Sen (2010). An Advanced History of Modern India. Macmillan. p. 120. ISBN 9780230328853.
  6. Social Science. Social Science History Association. 1968. p. 29. ISBN 9788183320979.
  7. "Stamps 2002". indiapost.gov.in. Archived from the original on 18 April 2014. Retrieved 19 April 2014.