ସିଦ୍ଧ ବାବା ମନ୍ଦିର
ସିଦ୍ଧ ବାବା ମନ୍ଦିର (ନେପାଳୀ: श्री सिद्धबाबा मन्दिर) ନେପାଳର ଦୋଭାନ ୫, ପାଲପା ଜିଲ୍ଲାର ବୁତୱାଲ (Butwal) ସହରରେ ଅବସ୍ଥିତ ଏକ ଶିବ ମନ୍ଦିର ।[୧] ଏହି ମନ୍ଦିରକୁ ନେପାଳର ରୂପାନ୍ଦେହି, ପାଲପା (Palpa) ଓ ପଡ଼ୋଶୀ ଜିଲ୍ଲାର ହିନ୍ଦୁମାନେ ମୂଖ୍ୟତଃ ଦର୍ଶନ ନିମନ୍ତେ ଆସନ୍ତି ।[୨] ଏକ ବିଶ୍ୱାସ ରହିଛି ଏ କୌଣସି ମାନସିକ କରି ଏହି ମନ୍ଦିରକୁ ଆସିଲେ ମନୋକାମନା ନିଶ୍ଚୟ ପୂରଣ ହୁଏ । ମନୋକାମନା ପୂରଣ ହେଲେ ଗୋଟିଏ ପାରାକୁ ମୁକ୍ତ କରିବା ପରମ୍ପରା ଅଛି । ସେହି ହେତୁ ଏଠାରେ ବହୁତ ସଂଖ୍ୟକ ପାରା ଦେଖିବାକୁ ମିଳନ୍ତି ।
ସିଦ୍ଧ ବାବା ମନ୍ଦିର | |
---|---|
Siddhababa Mandir | |
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Rupandehi |
ଦେବାଦେବୀ | Shiva |
Festivals | Shivaratri, Teej, Bala Chaturdashi etc. |
Location | |
ସ୍ଥାନ | Butwal |
Country | Nepal |
ଭୌଗଳିକ ଅବସ୍ଥିତି | 27°43′19.06″N 83°28′7.11″E / 27.7219611°N 83.4686417°E |
ସିଦ୍ଧବାବାଙ୍କ ମନ୍ଦିରରେ ହିନ୍ଦୁ ଭକ୍ତମାନେ ଶନି ବାର, ସୋମ ବାର ଓ ଶିବଙ୍କ ସମ୍ପର୍କୀୟ ପର୍ବତମାନଙ୍କରେ ପୂଜା କରନ୍ତି । ଶିବରାତ୍ରି ଦିନ ପୂଜା ନିମନ୍ତେ ଏହି ମନ୍ଦିରରେ ଅସଂଖ୍ୟ ଲୋକଙ୍କର ଶିବ ସମାଗମ ହୁଏ ।
ସ୍ଥାନ
ସମ୍ପାଦନାବୁଟୱାଲ ସବ-ମେଟ୍ରୋ ସହରଠାରୁ୨ କିମି ଦୂରରେ ନେପାଳର ଦୋଭାନ ୫, ପାଲପା ଜିଲ୍ଲାରେ ସିଦ୍ଧ ବାବା ମନ୍ଦିର ଅବସ୍ଥିତ । ସିଦ୍ଧାର୍ଥ ରାଜପଥରେ ଗଲା ବେଳେ ତିନାଉ ନଦୀର (Tinau River) ବାମ କୂଳରେ ମନ୍ଦିର ଦେଖିବାକୁ ମିଳେ ।[୩] ଚିଡ଼ିଆ ଖୋଲ ନାମକ ଏକ ଛୋଟ ନଦୀ ମନ୍ଦିର ପାଖରେ ପ୍ରବାହିତ ହେଉଛି । ଏହି ନଦୀର ଜଳକୁ ଲୋକମାନେ ଅତି ପବିତ୍ର ମାନନ୍ତି ।[୪]
ଇତିହାସ
ସମ୍ପାଦନାକିମ୍ବଦନ୍ତୀ ଅନୁସାରେ ବିକ୍ରମ ସମ୍ବତ (Bikram Sambat) ଆରମ୍ଭ କରିଥିବା ବିକ୍ରମାଦିତ୍ୟଙ୍କ () ବଡ଼ଭାଇ ଭର୍ତୃହରି ନିଜର ଆତ୍ମଦଣ୍ଡ ନିମନ୍ତେ ଏହି ମନ୍ଦିର ସ୍ଥାପନ କରିଥିଲେ ।[୫] ପାଳପାର ଜିଲ୍ଲା ଶାସନରେ ଏହି ମନ୍ଦିର ୧୯୯୮ ମସିହାରେ ରେଜିଷ୍ଟ୍ରିଭୁକ୍ତ ହୋଇଛି ।
ଅଭ୍ୟନ୍ତର
ସମ୍ପାଦନାଶିବଙ୍କ ବ୍ୟତୀତ ଗଣେଶ, ନାଗ, ମନସା ଦେବୀ (Mansa Devi) ଓ ବିଶ୍ୱକର୍ମା (Bishwokarma) ଭଳି ଦେବତାମାନଙ୍କର ମୂର୍ତ୍ତି ଏଠାରେ ଅଛି । ମନ୍ଦିରରେ ଏକ ଅଖଣ୍ଡ ଧୁନି ଚାଲିଥାଏ । ପାଖରେ ଧର୍ମଶାଳା, ପାର୍କିଂ ସ୍ଥାନ ଓ ମନ୍ଦିର ହତାରେ ଅନ୍ୟାନ୍ୟ ଆବଶ୍ୟକୀୟ ପଦାର୍ଥ ମିଳେ ।[୫]
ଆଧାର
ସମ୍ପାଦନା- ↑ "Siddha Baba Temple - khojnu.com". Retrieved 2021-02-24.
- ↑ "Visit Tansen". Archived from the original on 2018-06-30. Retrieved 2022-09-01.
- ↑ 99MustSee.com. "Siddha Baba Temple in BUTWAL - Unexplored Attraction in Butwal - Lumbini Nepal". Archived from the original on 2016-03-26. Retrieved 2021-02-24.
{{cite web}}
: CS1 maint: numeric names: authors list (link) - ↑ Maurya, Shiva. "Siddha Baba Mandir Details In Hindi". Archived from the original on 2021-01-26. Retrieved 2021-02-24.
- ↑ ୫.୦ ୫.୧ Parajuli, Dipak (2018-12-01). "Siddhababa Temple: Religious Connectivity and Believe Center". Nepalayatimes. Archived from the original on 2020-08-03. Retrieved 2021-02-24.