ସିଜୋଟାଇପାଲ ବ୍ୟକ୍ତିତ୍ୱ ରୋଗ

ଏହା ଏକ ପ୍ରକାର ମାନସିକ ରୋଗ ଯେଉଁଥିରେ ଘନିଷ୍ଠ ସମ୍ପର୍କରେ ଦୀର୍ଘକାଳ ରହିଲେ ଅସନ୍ତୋଷ ସ‌ହିତ ବିଚିତ୍ର ଆଚରଣ କ

ସିଜୋଟାଇପାଲ ବ୍ୟକ୍ତିତ୍ୱ ରୋଗ (ଇଂରାଜୀ ଭାଷାରେ Schizotypal personality disorder/ STPD ) ଏକ ପ୍ରକାର ମାନସିକ ରୋଗ ଯେଉଁଥିରେ ଘନିଷ୍ଠ ସମ୍ପର୍କରେ ଦୀର୍ଘକାଳ ରହିଲେ ଅସନ୍ତୋଷ ସ‌ହିତ ବିଚିତ୍ର ଆଚରଣ କରୁଥିବା ଦେଖାଯାଏ । [୧] ଏଥିରେ ରୋଗୀ ସନ୍ଦେହୀ, ଅସାଧାରଣ ପୋଷାକ ପିନ୍ଧିବା ଏବଂ ଅନ୍ଧବିଶ୍ୱାସୀ ହୋଇପାରେ | [୧] ସେହିମାନଙ୍କ ମଧ୍ୟରୁ ଅଳ୍ପ ସଂଖ୍ୟକ ସିଜୋଫ୍ରେନିଆର ବିକାଶ କରନ୍ତି ।[୧]

Schizotypal personality disorder
People with schizotypal personality disorder often dress in eccentric ways.
ବିଭାଗPsychiatry
ଲକ୍ଷଣStrange thinking, lack of friends, unusual appearance, suspiciousness[୧]
ଆକ୍ରାନ୍ତ ସମୟBy early adulthood[୧]
ବିପଦ କାରକFamily history[୧]
ସଠିକ ରୋଗ ନିର୍ଣ୍ଣୟPsychosis, autism spectrum disorder, substance misuse, other personality disorders[୧]
ଚିକିତ୍ସାCounselling[୨]
ପୁନଃପୌନିକ0.6 to 4.6%[୧]

ପାରିବାରିକ ଇତିହାସ ଥିଲେ ଏହି ରୋଗ ସଙ୍କଟ ରହେ । [୧] ମାନସିକ ଚାପ ଯୋଗୁ ଲକ୍ଷଣଗୁଡ଼ିକର ଅବନତି ହୋଇପାରେ । [୧] ଏହା ଏକ କ୍ଲଷ୍ଟର 'ଏ' ବ୍ୟକ୍ତିତ୍ୱ ବ୍ୟାଧି, ଯେଉଁଥିରେ ଏକବାଗିଆ ବ୍ୟବ‌ହାର କରିବା ଦେଖାଯାଏ ।[୧] ରୋଗୀର ସଂସ୍କୃତିକୁ ଧ୍ୟାନରେ ରଖି ରୋଗ ନିର୍ଣ୍ଣୟ କରିବା ଆବଶ୍ୟକ | [୧]

ଚିକିତ୍ସାରେ ସାଧାରଣତଃ ପରାମର୍ଶ ଦିଆଯାଏ ।[୨] ଲୋକମାନେ ବ୍ୟକ୍ତିତ୍ୱ ପରିବର୍ତ୍ତନ ଅପେକ୍ଷା ଉଦ୍‌ବେଗ କିମ୍ବା ଉଦାସୀନତା ପାଇଁ ସାହାଯ୍ୟ ମାଗନ୍ତି ।[୧] ଜନସଂଖ୍ୟାର ଏହା ପ୍ରାୟ ୦.୬ରୁ ୪.୬% ଲୋକଙ୍କୁ ପ୍ରଭାବିତ କରିଥାଏ ।[୧] ପ୍ରାରମ୍ଭ ଯୁବାବସ୍ଥାରେ ଏହା ଆରମ୍ଭ ହୁଏ ।[୧] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି | [୧] "ସିଜୋଟାଇପ୍" ଶବ୍ଦ ୧୯୫୬ମସିହାରେ ସାଣ୍ଡୋର ରାଡୋଙ୍କଦ୍ୱାରା ବ୍ୟବହୃତ ହୋଇଥିଲା । [୨]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ Diagnostic and Statistical Manual of Mental Disorders (Fifth ed.). American Psychiatric Association. 2013. pp. 655-659. doi:10.1176/appi.books.9780890425596.156852. ISBN 978-0-89042-555-8. {{cite book}}: Cite has empty unknown parameter: |1= (help)
  2. ୨.୦ ୨.୧ ୨.୨ Hales, Robert E. (2008). The American Psychiatric Publishing Textbook of Psychiatry (in ଇଂରାଜୀ). American Psychiatric Pub. p. 836. ISBN 978-1-58562-257-3. Archived from the original on 2021-08-29. Retrieved 2021-01-13.