ସିଗମଣ୍ଡ ଫ୍ରଏଡ଼

ଅଷ୍ଟ୍ରିୟ ସ୍ନାୟୁ ବିଶେଷଜ୍ଞ, ମନସ୍ତାତତ୍ତ୍ୱିକ ବିଶ୍ଳେଷଣ ପଦ୍ଧତିର ପ୍ରତିଷ୍ଠାତା

ସିଗମଣ୍ଡ ଫ୍ରଏଡ଼ (ମୋରାଭିଆ, ୬ ମଇ ୧୮୫୬ - ଲଣ୍ଡନ, ୨୩ ସେପ୍ଟେମ୍ବର ୧୯୩୯) ଜଣେ ଅଷ୍ଟ୍ରିଆର ସ୍ନାୟୁବିଜ୍ଞାନୀ ଥିଲେ। ସେ ମାନସିକ ରୋଗ ଏବଂ ସ୍ନାୟୁ ରୋଗର ଚିକିତ୍ସା ମନସ୍ତାତ୍ତ୍ୱିକ ବିଶ୍ଳେଷଣ ମାଧ୍ୟମରେ ଉଦ୍ଭାବନ କରିଥିଲେ।

ମନୋବିଜ୍ଞାନରେ ଫ୍ରଏଡ୍ ଜଣେ ଗୁରୁତ୍ୱପୂର୍ଣ୍ଣ ପ୍ରତିଭା କାରଣ ସେ ଅବଚେତନ ମନକୁ ଅଧ୍ୟୟନ କରିଥିଲେ । ମନର ଅବଚେତନ ଅଂଶକୁ ମଣିଷଦ୍ୱାରା ସହଜରେ ନିୟନ୍ତ୍ରଣ କିମ୍ବା ଅନୁଭବ କରାଯାଇପାରେ ନାହିଁ ।

୧୮୬୦ ମସିହାରେ ତାଙ୍କ ପରିବାର ସିଗମଣ୍ଡଙ୍କ ସହିତ ଭିଏନାକୁ ଚାଲିଗଲେ | ସେ ବିଦ୍ୟାଳୟରେ ଭଲ ପାଠ ପଢ଼ି ଡାକ୍ତର ହୋଇଥିଲେ । ଫ୍ରଏଡ୍ ୧୮୮୬ ମସିହାରେ ମାର୍ଥା ବର୍ନାଏସଙ୍କୁ ବିବାହ କରିଥିଲେ। ସେମାନଙ୍କର ଛଅଟି ସନ୍ତାନ ଥିଲେ।

ଫ୍ରଏଡ୍ ୧୯୩୦ ଦଶକରେ ଅଷ୍ଟ୍ରିଆରେ ରହୁଥିଲେ | ଜର୍ମାନୀର ଅଷ୍ଟ୍ରିଆ ଅଧିକାର ପରେ ସେ ଇହୂଦୀ ହୋଇଥିବାରୁ ସେ ଗେଷ୍ଟାପୋ ନଜରକୁ ଆସିଥିଲେ । ଏହାପରେ ଫ୍ରଏଡ ଏବଂ ତାଙ୍କ ପରିବାର ଭିଏନା ଛାଡି ଜୁନ୍ ୧୯୩୮ରେ ଇଂଲଣ୍ଡ ଯାଇଥିଲେ ।

 
ସିଗମଣ୍ଡ ଫ୍ରଏଡ଼,୧୯୦୫

ଫ୍ରଏଡ୍ ମାନବ ମନର ଏକ ସିଦ୍ଧାନ୍ତ (ଏହାର ସଂଗଠନ ଏବଂ କାର୍ଯ୍ୟ) ବିକଶିତ କରିଥିଲେ | ତାଙ୍କର ଅନ୍ୟ ଏକ ମୌଳିକ ସିଦ୍ଧାନ୍ତ ଥିଲା ଯେ ମଣିଷର ଆଚରଣ ମନର ସଂଗଠନ ପ୍ରଭାବିତ କରେ ଓ ଏହା ଦ୍ୱର ପ୍ରଭାବିତ ହୁଏ ।

ଏହି ଧାରଣା ତାଙ୍କୁ ମାନସିକ ରୋଗର ଉପଶମ ପାଇଁ କିଛି ଚିକିତ୍ସା କୌଶଳକୁ ବ୍ୟବହାର କରିବାକୁ ଅନୁପ୍ରାଣିତ କଲା । ତାଙ୍କ ଅନୁସନ୍ଧାନର ଏକ୍ ମୁଖ୍ୟ ସିଦ୍ଧାନ୍ତ ହେଉଛି ଯେ ବ୍ୟକ୍ତିତ୍ୱ ପିଲାଦିନର ଅନୁଭୂତିଦ୍ୱାରା ବିକଶିତ ହୁଏ ।[]


ପ୍ରାରମ୍ଭିକ ଅବଦାନ

ସମ୍ପାଦନା

ଫ୍ରଏଡ୍ ୧୭ ବର୍ଷ ବୟସରେ ଭିଏନା ବିଶ୍ୱବିଦ୍ୟାଳୟରେ ମେଡିସିନ୍ ଅଧ୍ୟୟନ ଆରମ୍ଭ କରିଥିଲେ। ସେ ୨୫ ବର୍ଷ ବୟସରେ ୧୮୮୧ରେ ତାଙ୍କର ଏମ୍ ଡି ଡିଗ୍ରୀ ହାସଲ କରିଥିଲେ । ଆର୍ଥିକ କାରଣରୁ ସ୍ନାୟୁବିଜ୍ଞାନରେ ଚିକିତ୍ସକ ଭାବେ କାମ ଆରମ୍ଭ କରିଥିଲେ।[]


ଫ୍ରଏଡ୍ ଆଶା କରିଥିଲେ ଯେ ତାଙ୍କର ଅନୁସନ୍ଧାନ ତାଙ୍କର ଚିକିତ୍ସା କୌଶଳ ପାଇଁ ଏକ ଦୃଢ଼ ବୈଜ୍ଞାନିକ ଭିତ୍ତି ପ୍ରଦାନ କରିବ । ଫ୍ରଏଡିୟ ଉପଚାରର(ମନସ୍ତାତ୍ତ୍ୱିକ ବିଶ୍ଳେଷଣ) ଲକ୍ଷ୍ୟ ଥିଲା, ଅବଚେତନ ଚିନ୍ତାଧାରା ଏବଂ ଭାବନାକୁ ଚେତନାକୁ ଆଣିବା, ରୋଗୀକୁ ବିକୃତ ଭାବନାରୁ ମୁକ୍ତି ଦେବା ।

ଫ୍ରଏଡ୍ ଏହି ସମୟରେ ଏକ ପ୍ରସ୍ତାବ ଦେଇଥିଲେ ଯେ ଶିଶୁ ଅବସ୍ଥାରେ ଯୌନ ଶୋଷଣ ପରବର୍ତି ସମୟରେ ମାନସିକ ରୋଗର କାରଣ ହୋଇଥାଏ । ଏହି ରୋଗନିର୍ଣ୍ଣୟନ ପଦ୍ଧତିକୁ ରୋଗୀମାନେ ସାଧାରଣତଃ ବିଶ୍ୱାସ କରିନଥିଲେ । []

ଫ୍ରଏଡ୍ କୋକେନର ଜଣେ ପ୍ରାରମ୍ଭିକ ଉପଭୋକ୍ତା ତଥା ପ୍ରୋତ୍ସାହକ ଥିଲେ। ତାଙ୍କ ମତରେ କୋକେନ ଯନ୍ତ୍ରଣାନିବାରକ ଓ ଆଣ୍ଟିଡେପ୍ରେସାଣ୍ଟ ଭାବରେ କାର୍ଯ୍ୟ କରିଥାଏ।

ମୃତ୍ୟୁ

ସମ୍ପାଦନା

ସେପ୍ଟେମ୍ବର ୧୯୩୯ ମଧ୍ୟଭାଗରେ, ଫ୍ରଏଡଙ୍କ ମାଢିର କର୍କଟ ତାଙ୍କୁ ଅଧିକ ଯନ୍ତ୍ରଣା ଦେଉଥିଲା ଏବଂ ଏହା ଉପରେ ଶଲ୍ୟକର୍ମ ସମ୍ବବ ନୁହେଁ ବୋଲି ଘୋଷଣା କରାଯାଇଥିଲା | ଡକ୍ଟର ଜୋସେଫାଇନ୍ ଷ୍ଟ୍ରୋସ ତାଙ୍କୁ ମର୍ଫିନ ଇଞ୍ଜେକସନ୍ ଦେଇଥିଲେ, ଯାହାଦ୍ୱାରା ୨୩ ସେପ୍ଟେମ୍ବର ୧୯୩୯ର ମଧ୍ୟରାତ୍ରିରେ ଫ୍ରଏଡଙ୍କ ମୃତ୍ୟୁ ଘଟିଥିଲା ।[]

  1. Saracho, Olivia N. & Bernard Spodek 2007. Contemperorary perspectives on socialization and social development in early childhood education. Information Age, page 5.
  2. "The history of psychiatry PGY II Lecture 9/18/03 Larry Merkel M.D. Ph.D." (PDF). Archived from the original (PDF) on 2010-12-23. Retrieved 2020-12-04.
  3. Freud S. 1940. An Outline of Psychoanalysis. (The Standard Edition of the Complete Psychological Works of Sigmund Freud, Volume XXIII)
  4. Lacoursiere, Roy B. (2008). "Freud's Death: Historical Truth and Biographical Fictions". American Imago. 65 (1): 107–28. doi:10.1353/aim.0.0003. S2CID 170247119.