ସିଆଟିକା, (ଇଂରାଜୀ ଭାଷାରେ ସିଆଟିକା ବା ସିଆଟିକ ନିଉରାଇଟିସ ବା ସିଆଟିକ ନିଉରାଲଜିଆ ବା ଲମ୍ବର ରାଡିକୁଲୋପାଥି ଯଥାକ୍ରମେ Sciatica (/sˈætɪkə/), also known as sciatic neuritis, sciatic neuralgia, or lumbar radiculopathy), ଏକ ପ୍ରକାର ଯନ୍ତ୍ରଣା ଯାହା ନିମ୍ନ କଟିରୁ ଗୋଡ଼ ପର୍ଯ୍ୟନ୍ତ ହେଉଥିବାର ଅନୁଭବ ହୁଏ । [୧] ଏହା ପିଠିରୁ ତଳକୁ ଗୋଡ଼ର ପଛ ପାଖ, ବାହାର ପାର୍ଶ୍ୱ ବା ସାମନା ପାର୍ଶ୍ୱ ଦେଇ ମଧ୍ୟ ଗତି କରିପାରେ । ସାଧାରଣତଃ ଏହା ଦେହର ଗୋଟିଏ ପାଖରେ ହୁଏ । ଅଳ୍ପ କେତେକ କେଶରେ ଦୁଇ ପାଖରେ ହୁଏ । ସିଆଟିକା ସ‌ହିତ କଟି ଯନ୍ତ୍ରଣା ବେଳେ ବେଳେ କିନ୍ତୁ ସବୁବେଳେ ରହେନି । ଗୋଡ଼ ଓ ପାଦର ବିଭିନ୍ନ ସ୍ଥାନରେ ଦୁର୍ବଳତା ଓ କାଲୁଆ ଅନୁଭବ ରହେ । [୨]

ସିଆଟିକା
ବାମ ପିଚାଠାରେ ଧମନୀ ଓ ସିଆଟିକ ସ୍ନାୟୁର ପୃଷ୍ଠ ଅଙ୍କନ ।
ICD-10M54.3-M54.4
ICD-9724.3
MedlinePlus000686
eMedicineemerg/303
MeSHD012585

ପ୍ରାୟ ୯୦ % ରୋଗୀଙ୍କ କ୍ଷେତ୍ରରେ ସ୍ପାଇନାକ ଡିସ୍କ ହାର୍ନିଏସନ ହୋଇ ସାକ୍ରାଲ ସ୍ନାୟୁ ମୂଳ (root) ବା ଲମ୍ବର ସ୍ନାୟୁ ଉପରେ ଚାପ ପଡ଼େ । [୩] ସିଆଟିକା ହେବାର ଅନ୍ୟ କାରଣ ସ୍ପୋଣ୍ଡିଲୋଲିସଥେସିସ, ସ୍ପାଇନାଲ ସ୍ଟେନୋସିସ, ପାଇରିଫର୍ମିସ ସିଣ୍ଡ୍ରୋମ, ପେଲଭିକ ଅର୍ବୁଦଗର୍ଭାବସ୍ଥାରେ ଗର୍ଭସ୍ଥ ଶିଶୁର ମୁଣ୍ଡର ଚାପ । ସଳଖ ଗୋଡ଼ ଉଠାଣ ଟେଷ୍ଟ (straight-leg-raising test) ଏହି ରୋଗ ନିର୍ଣ୍ଣୟରେ ସାହାଯ୍ୟ କରେ । ଉପରକୁ ମୁହଁ କରି ଶୋଇଥିବା ଲୋକର ସିଧା ଗୋଡ଼ ଟେକିଲେ ଯଦି ଯନ୍ତ୍ରଣା ଆଣ୍ଠୁ ତଳକୁ ଗତି କରେ ତାହେଲେ ଏହି ପରୀକ୍ଷା ଯୁକ୍ତାତ୍ମକ ବୋଲି ବିବେଚିତ ହୁଏ । [୨]ଅଧିକାଂଶ ରୋଗୀଙ୍କର ମେଡିକାଲ ଇମେଜିଙ୍ଗ ଆବଶ୍ୟକ ହୁଏ ନାହିଁ । ଖାଦ୍ୟନଳୀ ବା ମୂତ୍ରାଶୟ କର୍ମହାନୀ, ଉଲ୍ଲେଖନୀୟ ସ୍ନାୟୁ ଦୁର୍ବଳତା ଅନୁଭବ, ଦୀର୍ଘକାଳର ଲକ୍ଷଣ ବା ଅର୍ବୁଦ ଓ ସଂକ୍ରମଣ ସମ୍ଭାବନା ଥିଲେ ମେଡିକାଲ ଇମାଜିଙ୍ଗ ଆବଶ୍ୟକ ହୁଏ । [୪] ହିପ ଗଣ୍ଠି ରୋଗ ଓ ରାସ ଦେଖାଯିବା ପୂର୍ବରୁ ହର୍ପିସ ଜୋସ୍ଟର ରୋଗମାନଙ୍କରେ ଏକାଭଳି ଲକ୍ଷଣ ପ୍ରକାଶ ପାଏ । [୨]

ପ୍ରଥମ ଅବସ୍ଥାରେ ଯନ୍ତ୍ରଣାହାରୀ ଔଷଧ ଦିଆଯାଏ । [୪] ଦକ୍ଷତା ମୁତାବକ ନିଜର କାର୍ଯ୍ୟ ସମ୍ପାଦନ ଚାଲୁ ରଖିବାକୁ ସାଧାରଣତଃ ପରାମର୍ଶ ଦିଆଯାଏ । [୨] ପ୍ରାୟ ୬ ସପ୍ତାହ ଭିତରେ ୯୦ % ରୋଗୀ ଭଲ ହୋଇଯାଆନ୍ତି ଓ କେବଳ ସମୟହିଁ ଏହା ନିମନ୍ତେ ଆବଶ୍ୟକ । ଯନ୍ତ୍ରଣା ୬ ସପ୍ତାହରୁ ଅଧିକ ରହିଲେ ବା ଅତ୍ୟଧିକ କଷ୍ଟ ହେଲେ ଅପରେଶନ ବିକଳ୍ପ ହୋଇପାରେ । [୪] ଅପରେଶନ କଲେ ଯନ୍ତ୍ରଣା ଦୂରିଭୁତ ହୁଏ କିନ୍ତୁ ଦୀର୍ଘକାଳୀନ ଉପକାର ମିଳିବା ସ୍ପଷ୍ଟ ହୋଇନି । [୨] ଖାଦ୍ୟନଳୀ ଓ ମୂତ୍ରାଶୟ ସମସ୍ୟା ଥିଲେ ଅପରେଶନ ଆବଶ୍ୟକ ହୁଏ । [୪] ସ୍ଟିରଏଡ, ଗାବାପେଣ୍ଟିନ, ଆକୁପଙ୍କଚର, ଓ ସ୍ପାଇନାଲ ମାନିପୁଲେସନ ଆଦି ଚିକିତ୍ସା ଫଳର ଦରିଦ୍ର ପ୍ରମାଣ ମିଳୁଛି । [୨]

ପ୍ରାୟ ୨ରୁ ୪୦% ଲୋକ ଜୀବନର କେତେବେଳେ ନା କେତେବେଳେ ଏହି ରୋଗ ଭୋଗ କରନ୍ତି । [୩] ଚାଳିଶ ଓ ପଚାଶ ଦଶକରେ ଏହି ରୋଗ ସାଧାରଣତଃ ଅଧିକ ହୁଏ ଓ ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କୁ ଅଧିକ ହୁଏ । [୨][୪] ଅନାଦି କାଳରୁ ଏହି ରୋଗ ଥିବା ଜଣାଯାଏ । [୨] ସନ ୧୪୫୧ରେ ଏହି ସିଆଟିକା ନାମର ପ୍ରଥମେ ପ୍ରୟୋଗ ହେବା ଜଣାଯାଏ । [୫]

ଆଧାର ସମ୍ପାଦନା

  1. "Sciatica". Retrieved 2 July 2015.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Ropper, AH; Zafonte, RD (26 March 2015). "Sciatica". The New England journal of medicine. 372 (13): 1240–8. PMID 25806916.
  3. ୩.୦ ୩.୧ Valat, JP; Genevay, S; Marty, M; Rozenberg, S; Koes, B (April 2010). "Sciatica". Best practice & research. Clinical rheumatology. 24 (2): 241–52. doi:10.1016/j.berh.2009.11.005. PMID 20227645.
  4. ୪.୦ ୪.୧ ୪.୨ ୪.୩ ୪.୪ Institute for Quality and Efficiency in Health Care (October 9, 2014). "Slipped disk: Overview". Retrieved 2 July 2015.
  5. Simpson, John (2009). Oxford English dictionary (2nd ed.). Oxford: Oxford University Press. ISBN 0199563837.