ସାୟନ ପର୍ବତ ଶୃଙ୍ଗ (ଋଷ ଭାଷା: Саяны, ସାୟନୀ; ମଙ୍ଗୋଲ ଭାଷା: Саяаны нуруу, ସାୟନୀ ନୁଉରୀ) ଋଷର ସାଇବେରୀୟ କ୍ଷେତ୍ରର ଦକ୍ଷିଣ ଭାଗରେସ୍ଥିତ ଏକ ପର୍ବତ ଶୃଙ୍ଗ ଅଟେ । ଭୌଗୋଳିକ ଦୃଷ୍ଟିରେ ଏହାର ଦୁଇଟି ଖଣ୍ଡ ରହିଛି - ପୂର୍ବୀ ଏବଂ ପଶ୍ଚିମୀ । ପୂର୍ବୀ ସାୟନର ପାହାଡ଼ ୟେନିସେୟ ନଦୀ (ଯାହା ରେଖାଂଶ ୯୨° ପୂର୍ବରେ ସ୍ଥିତ)ରୁ ଆରମ୍ଭ ହୋଇ ପୂର୍ବ ଆଡକୁ ୧,୦୦୦ କିମି ପର୍ଯ୍ୟନ୍ତ ଅନ୍ତର୍ଗତ କରିଛି ଏବଂ ବାୟକଳ ଝରଣା (ଯାହା ୧୦୬° ପୂର୍ବରେ ରହିଥାଏ) ପର୍ଯ୍ୟନ୍ତ ଯାଇ ଅଟକିଥାଏ । ପଶ୍ଚିମୀ ସାୟନ ଅଲ୍ତାଇ ପର୍ବତ ଶୃଙ୍ଗ ପୂର୍ବୀ ଛୋର (୮୯° ପୂର୍ବ)ରୁ ଆରମ୍ଭ ହୋଇ ପୂର୍ବୋତ୍ତରୀ ଆଡକୁ ଯାଇଥାଏ ଏବଂ ପାଖାପାଖି ୬୦୦ କିମି ପରେ ପୂର୍ବୀ ସାୟନ ଶୃଙ୍ଗ ମଧ୍ୟରେ (୯୬° ପୂର୍ବରେ) ଯାଇ ମିଶିଥାଏ ।[୧]

ସାୟନର ପୂର୍ବୀ ଏବଂ ପଶ୍ଚିମୀ ଶାଖାର ନକ୍ସା, ଯେଉଁଥିରେ ଉତ୍ଲାଇ ପର୍ବତ ମଧ୍ୟ ଦେଖାଯାଇପରେ

ତୁବାର ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମରେ ସାୟନର ଉଚ୍ଚ ପାହାଡ଼ ଏବଂ ଶୀତଳ ଝରଣାର ଜଳ ସମ୍ଭାର ଆଦି ୟେନିସେୟ ନଦୀରେ ମିଶିଥାଏ । ଏହି ନଦୀ ଉତ୍ତର ଆଡକୁ ୩,୨୦୦ କିମି(୨,୦୦୦ ମିଲି)ର ଯାତ୍ରା ପ୍ରସ୍ତୁତ କରି ଉତ୍ତର ଧ୍ରୁବୀୟ ମହାସାଗରରେ ଯାଇ ମିଶିଥାଏ । ୧୯୪୪ ମସିହା ପରେ ବହୁ ଦଶକ ପର୍ଯ୍ୟନ୍ତ ସୋବୀୟତ ସଂଘ ଏହି ଅଞ୍ଚଳକୁ ବାହାର ଦୁନିଆରୁ ବନ୍ଦ କରିଥିଲା, ଯେଉଁ କାରଣରୁ ଆଜି ମଧ୍ୟ ଏଠାକାର ବାତାବରଣ ସଫା ଏବଂ ସୁରକ୍ଷିତ ହୋଇରହିଛି ।[୨]

ଆଧାର ସମ୍ପାଦନା

  1. "Sayan Mountains". Retrieved 2006-12-25.
  2. "Tuva and Sayan Mountains". Geographic Bureau - Siberia and Pacific. Archived from the original on 2006-11-18. Retrieved 2006-10-26.