ସାହାଣମେଲା

(ସାହାଣମେଳାରୁ ଲେଉଟି ଆସିଛି)

ସାହାଣମେଲା ହେଉଛି ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କର ମୁକ୍ତ ବା ଖୋଲା ଦର୍ଶନ । ଏହାର ନିର୍ଦ୍ଧାରିତ ସମୟ ସକାଳ ୭ଟା । ଏହା ଠାକୁରମାନଙ୍କର ନୀତି ଭିତରେ ଗଣ୍ୟ ନୁହେଁ । ସାହାଣମେଲା ସମୟରେ ଜନସାଧାରଣ ବା ଯାତ୍ରୀମାନେ ପରିମାଣିକ ଶୁଳ୍କ ନଦେଇ ଶ୍ରୀମନ୍ଦିରର ରତ୍ନବେଦୀ ପର୍ଯ୍ୟନ୍ତ ଯାଇ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି ।

ସମୟ ସମ୍ପାଦନା

ଶ୍ରୀମନ୍ଦିର ସ୍ୱତ୍ୱଲିପି ପ୍ରକାରେ ଦିନକୁ ଦୁଇଥର ସାହାଣମେଲା ହେବା କାଥା, କିନ୍ତୁ ସାଧାରଣତଃ ଦିନକୁ ଥରେ ହୁଏ । ଏହା ପ୍ରାୟ ଏକ ଘଣ୍ଟା ହୁଏ । ଦଶହରା ପର ଏକାଦଶୀଠାରୁ କାର୍ତ୍ତିିକ ପୂର୍ଣ୍ଣିିମା ପର୍ଯ୍ୟନ୍ତ ସକାଳେ ସାହାଣମେଲା ନହୋଇ ସନ୍ଧ୍ୟାରେ ଦ୍ୱି-ପ୍ରହର ଧୂପ ପରେ ହୁଏ । ବେଳେବେଳେ ପର୍ବଦିନମାନଙ୍କରେ (ଯାଥା- ଗଜ ଉଦ୍ଧାରଣ ବେଶ ଦିନ) ସନ୍ଧ୍ୟା ଧୂପ ପରେ ସାହାଣମେଲା ହୁଏ । କେତେକ ବିଶିଷ୍ଟ ଦିନ ଯଥା ରଥଯାତ୍ରା, ବାହୁଡ଼ା ଯାତ୍ରା, ନୀଳାଦ୍ରିମହୋଦୟାଷ୍ଟମି, ନୃସିଂଘଜନ୍ମ, ଧୁଳିଆ ଗୁଣ୍ଡିଚା, କାର୍ତ୍ତିକ ଶୁକ୍ଳ ଏକାଦଶୀ(ଲକ୍ଷ୍ମୀ-ନରାୟଣ ବେଶ), କାର୍ତ୍ତିକ ଶୁକ୍ଳ ଚତୁର୍ଦଶୀ(ଲକ୍ଷ୍ମୀ-ନୃସିଂଘ ବେଶ) ଏବଂ ଅଣସର ସମୟରେ ସାହାଣ ମେଲା କରାଯାଏ ନାହିଁ । କେତେକ ଦିନମାନଙ୍କରେ ସକାଳ ଧୂପ ପରେ ସାହାଣମେଲା ହୁଏ । ପୁଷ୍ପାଳକ, ଖୁଣ୍ଟିଅା, ମେକାପ, ତଡ଼ାଉକରଣ, ଗୋଚ୍ଛିକାର, ପ୍ରତିହାରୀ, ସୁଅାରବଡୁ ଅାଦି ସେବକମାନଙ୍କଦ୍ୱାରା ଏହି ସମୟରେ ନୀତି ହୁଏ ।[୧]

ନିତୀ ସମ୍ପାଦନା

ପ୍ରଥମେ ଦ୍ୱାର ଖୋଲିବା ପରେ ମଙ୍ଗଳ ଆଳତି ହୁଏ ଏବଂ ଏହା ପରେ ପୂର୍ବରୁ ଲାଗି ହୋଇଥିବା ବାସି ଫୁଲ ଏବଂ ବାସି ବସ୍ତ୍ର ଶ୍ରୀଅଙ୍ଗରୁ ବାହାର କରାଯାଏ । ଏହା ପରେ ତଡ଼ପଲାଗି ହୋଇଥାଏ ଏବଂ ଅବକାଶ ନିତୀରେ ଦାନ୍ତଘଷା ଓ ଗାଧୋଇବା କାର୍ଯ୍ୟ ସରିବା ପରେ ମହାପ୍ରଭୁଙ୍କ ବିଭିନ୍ନ ବେଶ ଆରମ୍ଭ କରାଯାଏ ।

ଅବକାଶ ନିତୀ ପରେ ସମସ୍ତଙ୍କୁ ଅତି ନିକଟରୁ ଦର୍ଶନ କରିବା ପାଇଁ ଛଡ଼ାଯାଇଥାଏ, ଯାହାକୁ ସାହାଣମେଲା କୁହାଯାଏ । ଶ୍ରୀମନ୍ଦିର ପ୍ରଶାସନର ନିୟମରେ ପ୍ରତିଦିନ ସାହାଣମେଲାର ସମୟ ସକାଳ ୭ଟା ରହିଥିବା ବେଳେ କିଛି କିଛି ଦିନ ମାନଙ୍କରେ ଏହାର ସମୟ ଭିନ୍ନ ଭିନ୍ନ ଥାଏ । ସାହାଣମେଲା ସମୟରେ ସମସ୍ତ ଭକ୍ତବୃନ୍ଦ ବିନା କୌଣସି ଶୁଳ୍କରେ ଗର୍ଭଗୃହକୁ ପ୍ରବେଶ କରନ୍ତି ଏବଂ ରତ୍ନବେଦୀ ପର୍ଯ୍ୟନ୍ତ ଯାଇ, ଅତି ନିକଟରୁ ମହାପ୍ରଭୁଙ୍କର ସେହି ଚକାଆଖିକୁ ଦର୍ଶନ କରନ୍ତି । ସାହାଣମେଲା ପରେ ଶ୍ରୀଜିଉମାନେ ପୁଣିଥରେ ତାଙ୍କର ବସ୍ତ୍ର ବଦଳାନ୍ତି । [୨]

ସାହାଣମେଲା ନିତୀ ମୁଖ୍ୟତଃ ଦୁଇଥର ହୋଇଥାଏ, ପ୍ରଥମଟି ସକାଳର ଅବକାଶ ନିତୀ ପରେ ଏବଂ ପରଟି ସନ୍ଧ୍ୟା ସମୟରେ ସନ୍ଧ୍ୟା ଆଳତୀ ପରେ ପରେ । କେବେ କୌଣସି ନିତୀର ବିଳମ୍ବ ଘଟିଲେ ମୈଲମ ନିତୀ ପରେ ଥରେ ହିଁ ସାହାଣମେଲା ଦର୍ଶନ କରାଯାଉଛି ।

ନିଜକୁ ଦୀଜ‌ଜନର ବନ୍ଧୁ ଭାବରେ ଦର୍ଶାଇଛନ୍ତି ମହାପ୍ରଭୁ ସ୍ୱୟଂ ଜଗନ୍ନାଥ । ସେଥିପାଇଁ ସେ ପତିତ ଜନର ଉଦ୍ଧାର ନିମିତ୍ତ ପତିତପାବନ ଭାବରେ ଖାତ । ଧନୀମାନଙ୍କର ଅହଂକାର ଭଙ୍ଗ କରିବା ପାଇଁ ଦୀନହୀନ‌ଜନଙ୍କ ପାଇଁ ପ୍ରତିଦିନ ଶ୍ରୀମନ୍ଦିରରେ ଖୋଲା ଦର୍ଶନ ସାହାଣମେଲା ଭବାରେ ପାଳନ କରାଯାଏ ।[୩] ଶ୍ରୀଜଗନ୍ନାଥ ଧାମର ଏହା ହେଉଛି ସ୍ୱତନ୍ତ୍ରତା, ଯେଉଁଥିରେ ମହାପ୍ରଭୁ ନିଜେ ଜଳ ଗ୍ରହଣ କରିବା ପୂର୍ବରୁ ପ୍ରଥମେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ଭାରତର ଅନ୍ୟ କୌଣସି ମନ୍ଦିରରେ ଏପରି ସାହାଣମେଲା ଦର୍ଶନ କରାଯାଏ ନାହିଁ ।[୩] ସାଧାରଣ ଲୋକମାନଙ୍କୁ ଗର୍ଭଗୃହର ରତ୍ନବେଦୀ ନିକଟରେ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ଦେବା ପାଇଁ ଏହି ସାହାଣମେଲା ଦର୍ଶନ କରାଯାଏ । ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ଭକ୍ତମାନେ ରତ୍ନବେଦୀର ପଛପଟେ ଥିବା ଚନ୍ଦନ ଅର୍ଗଳି ଦେଇ ପରିକ୍ରମା କରନ୍ତି ଏବଂ ଭିତର କାଠ ଦେଇ ବାହାରକୁ ଆସନ୍ତି । ଭକ୍ତମାନଙ୍କୁ ଶ୍ରୀଜିଉଙ୍କୁ ଛୁଇଁବାରେ ବାରଣ ରହିଛି । ଯଦି ବା କୌଣସି ଭକ୍ତ ଦୁର୍ଘଟଣା ବସତଃ ଶ୍ରୀଜିଉଙ୍କୁ ଛୁଇଁଦିଏ, ତେବେ ଶ୍ରୀଜିଉଙ୍କର ମହାସ୍ନାନ କରାଯାଏ । ଯଦିଓ ସାହାଣମେଲା ସବୁବେଳେ ୧ଘଣ୍ଟାର ଦର୍ଶନ ହେବା ନିୟମ ରହିଛି କିନ୍ତୁ ମାଘ ଓ ପୌଷ ମାସରେ ଅଧିକ ଭକ୍ତଙ୍କ ଆଗମନ ପାଇଁ ଅଧିକ ଦୁଇ କି ତିନି ଘଣ୍ଟା ଦର୍ଶନ କରାଯାଏ ।[୪]

ଆଧାର ସମ୍ପାଦନା

  1. ତ୍ରିପାଠୀ, ମହୀମୋହନ. ଶ୍ରୀ ଜଗନ୍ନାଥ. ଆମ ଓଡ଼ିଶା. p. ୧୭୧. ISBN 978-81-89436-30-8.
  2. "Rituals". Shree Jagannath Temple. Retrieved 25 July 2016.
  3. ୩.୦ ୩.୧ "Sahana Mela – Open Darshan At Jagannath Temple". Puri Webs. Retrieved 25 July 2016.
  4. "DAILY RITUALS OF JAGANNATH TEMPLE". shreekhetra.com. Retrieved 25 July 2016.